ଚେନ୍ନାଇ: କିମ୍ବଦନ୍ତୀ ଶ୍ରୀଲଙ୍କା କ୍ରିକେଟର ମୁଥୟା ମୂରଲୀଧରନ ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା ପରେ ସୋମବାର ସିଟି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
49 ବର୍ଷୀୟ ପୂର୍ବତନ ସ୍ପିନର, ଚଳିତ ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦର ସପୋର୍ଟ ଷ୍ଟାଫ ସଦସ୍ୟ ରହିଛନ୍ତି ।
ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ଗତକାଲି ତାଙ୍କର ସଫଳତାର ସହ ଏଞ୍ଜିଓପ୍ଲାଷ୍ଟି ସଫଳ ସର୍ଜରୀ ହୋଇଛି ।"
49 ବର୍ଷୀୟ ମହାନ କ୍ରିକେଟରଙ୍କ ନାମରେ 1347 ଶିକାର ସହ ସର୍ବାଧିକ ଅନ୍ତର୍ଜାତୀୟ ୱିକେଟର ରେକର୍ଡ ରହିଛି । ମୂରଲୀଧରନ 133ଟି ଟେଷ୍ଟ, 350ଟି ଦିନିକିଆ ଓ 12ଟି ଟି20 ଅନ୍ତର୍ଜାତୀୟ ମ୍ୟାଚରେ ଶ୍ରୀଲଙ୍କାର ପ୍ରତିନିଧିତ୍ବ କରିଛନ୍ତି ।
କ୍ରିକେଟର ଲମ୍ବା ଫର୍ମାଟରେ 800 ୱିକେଟ ଓ ଏକଦିବସୀୟରେ 534 ଓ ଟି20ରେ 13ଟି ୱିକେଟ ତାଙ୍କ ନାମରେ ରହିଛି । ସେ 1996 ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଶ୍ରୀଲଙ୍କା ଟିମର ସଦସ୍ୟ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ