ETV Bharat / sports

WPL 2023: ମୁମ୍ବାଇର ହ୍ୟାଟ୍ରିକ ବିଜୟ, 8 ୱିକେଟରେ ହାରିଲା ଦିଲ୍ଲୀ

author img

By

Published : Mar 10, 2023, 7:20 AM IST

ଦିଲ୍ଲୀ କ୍ୟାପିଟାଲ୍ସକୁ 8 ଓ୍ବିକେଟରେ ହରାଇ ମହିଳା ପ୍ରିମିୟର ଲିଗର ଚଳିତ ସିଜିନରେ ହ୍ୟାଟ୍ରିକ ବିଜୟ ହାସଲ କଲା ମୁମ୍ବାଇ । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ପ୍ରଦର୍ଶନ । ତୃତୀୟ ମ୍ୟାଚରେ ମୁମ୍ବାଇର ହ୍ୟାଟ୍ରିକ ବିଜୟ । ହର୍ମନପ୍ରୀତଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ 8 ଓ୍ବିକେଟରେ ମେଗ ଲାନିଙ୍ଗଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଫଳରେ ଚଳିତ ସିଜିନରେ ମୁମ୍ବାଇ ଏକ ପ୍ରତିଦ୍ବନ୍ଦୀ ଟିମ ସାବ୍ୟସ୍ତ ହୋଇଛି । ଏପର୍ଯ୍ୟନ୍ତ ମୋଟ ତିନୋଟି ମ୍ୟାଚ ଖେଳି ବିଜୟ ଧାରା ଜାରି ରଖିଛି ମୁମ୍ବାଇ । ଗତକାଲିର ମ୍ୟାଚରେ ପରାଜୟ ପରେ ଦିଲ୍ଲୀ ଟିମର ବିଜୟ ଧାରାରେ ବ୍ରେକ ଲାଗିଛି ।

ଗୁରୁବାର ସନ୍ଧ୍ୟା 7ଟା 30 ସମୟରେ ଡିୱାଇ ପାଟିଲ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଥିଲା । ପ୍ରଥମେ ଟସ ଜିତି ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । କିନ୍ତୁ ମୁମ୍ବାଇ ବୋଲରଙ୍କ ବୋଲିଂରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ଦିଲ୍ଲୀ ବ୍ୟାଟର । କେହି ଜଣେ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଲ୍ୟାନିଂ ସର୍ବାଧିକ 43 ରନ କରିଥିବା ବେଳେ ଜେମିମା ରୋଡ୍ରିଗ୍ସ 25 ଓ ରାଧା ଯାଦବ 10 ରନ କରିପାରିଥିଲେ । ଅନ୍ୟ କେହି ଖେଳାଳୀ ଦୁଇ ଅଙ୍କ ରନ ମଧ୍ୟ ଛୁଇଁ ପାରିନଥିଲେ । ଶେଷରେ 18 ଓଭର ଶେଷ ସୁଦ୍ଧା ଦଳ ସମସ୍ତ ଓ୍ବିକେଟ ହରାଇ 105 ରନ କରିଥିଲା ।

ଏହାପରେ 106 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ଦୁଇ ଓପନର ୟସ୍ତିକା ଭାଟିଆ ଓ ହେଲି ମାଥ୍ୟୁସ ଦମଦାର ପାଳି ଖେଳି ପ୍ରଥମ ଓ୍ବିକେଟରେ 65 ରନ ସଂଗ୍ରହ କରିଥିଲେ। ଭାଟିଆ 32 ରନ କରି ପାଭିଲିୟନକୁ ଫେରିଥିଲେ । ଏହାପରେ ମାଥ୍ୟୁସ 32 ରନ କରି କରି ଆଉଟ ହୋଇଥିଲେ । ସେ ସମୟରେ ଦଳୀୟ ସ୍କୋର 77 ହୋଇଥିଲା । ଏହାପରେ ସ୍କିଭର ବ୍ରଣ୍ଟ ଓ କ୍ୟାପଟେନ ହର୍ମନପ୍ରୀତ ବ୍ୟାଟିଂ କରି ଅପରାଜିତ ରହିବା ସହ ଦଳୀୟ ସ୍କୋରକୁ 109ରେ ପହଞ୍ଚାଇ ଟିମକୁ ବିଜୟୀ କରାଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସାଇକା, ଡାର୍ସି ଓ ହୋଲି ମାଥ୍ୟୁସ 3ଟି ଲେଖାଏଁ ଓ୍ବିକଟ ଅକ୍ତିଆର କରିଥିଲେ ।

ତେବେ ତିନୋଟି ମ୍ୟାଚ ଜିତିବା ପରେ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ଓ ତୃତୀୟ ମ୍ୟାଚ ହାରିବା ପରେ ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ୟୁପି ଓ୍ବାରିୟର୍ସ ଗୋଟିଏ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହିଛି । ଗୁଜୁରାଟ ଗୋଟିଏ ମ୍ୟାଚ ଜିତି ଚତୁର୍ଥ ସ୍ଥାନରେ ରହିଛି । ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚରେ ବିଜୟୀ ହୋଇନପାରି ପଏଣ୍ଟ ଟେବୁଲର ଶେଷରେ ରହିଛି ବାଙ୍ଗାଲୋର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.