ETV Bharat / sports

ଘୋଡା ସହ ଧୋନୀଙ୍କ ଲମ୍ବା ରେସ, ସାକ୍ଷୀ ସେୟାର କଲେ ଭିଡିଓ

author img

By

Published : Jun 12, 2021, 9:21 PM IST

ମହେନ୍ଦ୍ର ସିଂହ ଧୋନିଙ୍କ ନିଜ ଘୋଡା ସହ ଦୌଡ ପ୍ରତିଯୋଗିତା ଭିଡିଓ ଭାଇରାଲ । ଦେଖନ୍ତୁ...

MS Dhoni takes part in a race against his horse
ଘୋଡା ସହ ଧୋନୀଙ୍କ ଲମ୍ବା ରେସ୍‌, ସାକ୍ଷୀ ସେୟାର କଲେ ଭିଡିଓ

ରାଞ୍ଚି: ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି କ୍ରିକେଟରୁ ଦୂରରେ ଥିଲେ ମଧ୍ୟ ନିଜର ସମୟକୁ ନିଆରା ଢଙ୍ଗରେ ଉପଭୋଗ କରୁଛନ୍ତି । ଯେବେ ଧୋନି କୌଣସି ମ୍ୟାଚ୍‌ ଖେଳନ୍ତି ନାହିଁ, ସାମ୍ନାକୁ ନ ଆସି ବ୍ୟକ୍ତିଗତ ଜୀବନକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ଏପରିକି ସୋସିଆଲ ମିଡିଆ ଠାରୁ ଦୂରରେ ରହି ଚର୍ଚ୍ଚାର ପରିସରକୁ ଆସନ୍ତି ନାହିଁ । ତେବେ ପତ୍ନୀ ସାକ୍ଷୀ ଧୋନିଙ୍କ ନିଆରା କାରନାମାକୁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଉତ୍ସାହିତ କରାଇଥାନ୍ତି । ଧୋନିଙ୍କ ସହ ରାଞ୍ଚିରେ ରହୁଛନ୍ତି ସାକ୍ଷୀ ।

ଶନିବାର (ଜୁଲାଇ 12) ସନ୍ଧ୍ୟାରେ, ସାକ୍ଷୀ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ କରିବା ସହ ଧୋନିଙ୍କ କିଛି ଭିଡିଓ ସେୟାର କରିଛନ୍ତି । ଯାହାକି ଧୋନିଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡିଓରେ ଧୋନି, ଘୋଡା ସହ ଦୌଡ ପ୍ରତିଯୋଗିତା କରୁଥିବା ନଜର ଆସିଛନ୍ତି ।

ଧୋନି ଜଣେ ପଶୁପକ୍ଷୀ ପ୍ରେମୀ ବୋଲି ସମସ୍ତେ ଜାଣନ୍ତି । ତାଙ୍କ ଘରେ 4ଟି କୁକୁର, ଦୁଇଟି ଘୋଡା ରହିଛନ୍ତି । ଯାହା ମଧ୍ୟରୁ ଜଣଙ୍କ ନାମ 'ଚେତକ' ରହିଛି ।

କୁକୁର ଓ ଘୋଡାଙ୍କ ବ୍ୟତୀତ ଧୋନିଙ୍କ ଖାସ ଦୁର୍ବଳତା ବାଇକ୍‌ ପ୍ରତି ମଧ୍ୟ ରହିଛି । ତାଙ୍କ ଗ୍ୟାରେଜରେ ଅନେକଗୁଡିଏ ବାଇକ୍‌ ଥିବା ମଧ୍ୟ ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.