ETV Bharat / sports

୨୦୧୧ ବିଶ୍ବକପ ଜିତିବା ପୂର୍ବରୁ ଭାବୁକ ହୋଇପଡିଥିଲେ ଧୋନୀ, ଜାଣନ୍ତୁ କାହିଁକି ?

author img

By

Published : Apr 3, 2023, 1:41 PM IST

2011 ବିଶ୍ବକପ ବିଜୟକୁ ପୁରିଲା 12 ବର୍ଷ । ବିଶ୍ବବିଜୟୀ ହେବା ପୂର୍ବର ଅକୁହା କଥା କହିଲେ ଧୋନୀ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ଆୟୋଜିତ ହେବ ଆଇସିସି ଦିନିକିଆ ବିଶ୍ବକପର 13ତମ ସଂସ୍କରଣ । ଏନେଇ ଭେନ୍ୟୁ ନିର୍ଦ୍ଧାରଣ ହୋଇସାରିଥିବା ବେଳେ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏହା ପୂର୍ବରୁ 2011 ମସିହାର ବିଶ୍ବକପର ସ୍ମୃତିକୁ ତାଜା କରିଛନ୍ତି ଭାରତର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ । ବିଶ୍ବକପ ବିଜୟର 12 ବର୍ଷ ପରେ ସେହି ସମୟର ଅକୁହା କାହାଣୀ ବଖାଣିଛନ୍ତି ଧୋନୀ ।

2011 ମସିହାରେ ଶ୍ରୀଲଙ୍କାକୁ ହରାଇ ଦ୍ବିତୀୟ ଥର ପାଇଁ ବିଶ୍ବ ବିଜୟୀ ହୋଇଥିଲା ଭାରତ । ଏପ୍ରିଲ 2 ତାରିଖରେ ଏହି ଐତିହାସିକ ବିଜୟକୁ 12 ବର୍ଷ ପୂରଣ ହୋଇଥିବା ବେଳେ ବିଶ୍ବ ବିଜୟୀ ହେବା ପୂର୍ବ ସ୍ଥିତିକୁ ବଖାଣିଛନ୍ତି ଧୋନି । ବିଶ୍ବକପ ଟାଇଟେଲ ହାତେଇବାର 15ରୁ 20 ମିନିଟ ପୂର୍ବରୁ ମୁଁ ଭାବପ୍ରବଣ ହୋଇପଡିଥିଲି । ଗ୍ୟାଲେରିରେ ଉପସ୍ଥିତ ଥିବା ଦର୍ଶକ ବନ୍ଦେ ମାଆ ତରମ୍‌ ଗାଇବା ଆରମ୍ଭ କରିଦେଇଥିଲେ ଯାହା ମୁଁ ଦେଖିବା ପରେ ଭାବପ୍ରବଣ ହୋଇପଡିଥିଲି ।

ଆଇସିସି ଅନୁଯାୟୀ ଧୋନୀ କହିଛନ୍ତି ଯେ, ''ବିଶ୍ବକପ ଜିତିବାର 15ରୁ 20 ମିନିଟ ପୂର୍ବରୁ ମୁଁ ଭାବପ୍ରବଣ ହୋଇଯାଇଥିଲି । ସେହି ସମୟରେ ଆମକୁ ଅଧିକ ରନର ଆବଶ୍ୟକତା ନଥିଲା । ସହଭାଗିତାରେ ବ୍ୟାଟିଂ ଜାରି ରହିଥିଲା । ଏହି ସମୟରେ ଷ୍ଟାଡିୟମରେ ଥିବା ଦର୍ଶକ ମାନେ ବନ୍ଦେ ଭାରତ ଗାନ କରିବା ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ସେମିତି ବାତାବରଣ ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟକର । ମୁଁ ଆଶା କରୁଛି ହେବାକୁ ଥିବା ବିଶ୍ବକପରେ ସେମିତି ସମାନ ବାତାବରଣ ସୃଷ୍ଟି ହେଉ ।''

''ଏହାକୁ ପୁଣି ଥରେ ହେବା ବହୁତ କଷ୍ଟସାଧ୍ୟ । କିନ୍ତୁ ଏହା ସେତେବେଳେ ହୋଇପାରିବ ଯଦି 2011 ପରି 40ରୁ 50 କିମ୍ବା 60 ହଜାର ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ରହି ଯଦି ଗୀତ ଗାଇବେ । ସେ ଆହୁରି ମଧ୍ୟ କହିଛନ୍ତି, 'ବିଜୟ ପୂର୍ବର ସେହି ମୁହୂର୍ତ୍ତ ମୋତେ ଅତ୍ୟନ୍ତ ଭାବପ୍ରବଣ କରିଦେଇଥିଲା । କିନ୍ତୁ ବିଜୟର ସ୍ବାଦ ଚାଖିବାକୁ ମୁଁ ମଧ୍ୟ ଅଧିକ ଉତ୍ସାହିତ ହୋଇଯାଇଥିଲି । ଆମେ ଜାଣିଥିଲୁ ଆମେ ଜିତିବୁ ଏବଂ ହାରିବା ବହୁତ କଷ୍ଟକର । ଏହି ବିଜୟରେ ମୁଁ ବହୁତ ଖୁସୀ ଥିଲି । 2011 ବିଶ୍ୱକପ୍ ବିଜୟର ଦିନ ମଧ୍ୟ ଭାରତୀୟ କ୍ରିକେଟର ମାଷ୍ଟ୍ରବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପାଇଁ ମଧ୍ୟ ଅବିସ୍ମରଣୀୟ ଦିନ ରହିଥିଲା । ଯିଏ କି ବିଶ୍ବକପ ଟ୍ରଫି ଉଠାଇବାକୁ 20 ବର୍ଷରୁ ଅଧିକ ସମୟ ଧରି ଚେଷ୍ଟା ଜାରି ରଖିଥିଲେ । ''

ଧୋନୀ ଆହୁରି ମଧ୍ୟ କହିଛନ୍ତି ଯେ, ''ସଚିନ ତେନ୍ଦୁଲକରଙ୍କ ପାଇଁ ବିଶ୍ୱକପ ଜିତିବା ଜରୁରୀ ଥିଲା । ଆମକୁ ଜଣାଥିଲା 2011 ବିଶ୍ବକପ ସଚିନ ତେନ୍ଦୁଲକରଙ୍କ ପାଇଁ ଶେଷ ବିଶ୍ବକପ । ତେଣୁ ତାଙ୍କ ପାଇଁ ବିଶ୍ବକପ ହାତେଇବା ସେ ସମୟରେ ଆମେ ଅନୁଭବ କରିଥିଲୁ । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.