ମୁମ୍ବାଇ: ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ନିଜର ସଫଳତମ କ୍ରିକେଟ କ୍ୟାରିୟରରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଛି । ସୋମବାର ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ଭାବେ 200ତମ ମ୍ୟାଚ ଖେଳିଛନ୍ତି ଧୋନି ।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ଆଇପିଏଲର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଏହି ନୂତନ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଧୋନି ।
-
A match made in heaven 😍
— IndianPremierLeague (@IPL) April 19, 2021 " class="align-text-top noRightClick twitterSection" data="
MS Dhoni is all set to Captain @ChennaiIPL for the 200th time.#VIVOIPL pic.twitter.com/1dS3bEzZDR
">A match made in heaven 😍
— IndianPremierLeague (@IPL) April 19, 2021
MS Dhoni is all set to Captain @ChennaiIPL for the 200th time.#VIVOIPL pic.twitter.com/1dS3bEzZDRA match made in heaven 😍
— IndianPremierLeague (@IPL) April 19, 2021
MS Dhoni is all set to Captain @ChennaiIPL for the 200th time.#VIVOIPL pic.twitter.com/1dS3bEzZDR
ଏଯାବତ 207 ଆଇପିଏଲ ମ୍ୟାଚ ଖେଳିସାରିଥିବା ଧୋନି ଚମ୍ପିଆନ୍ସ ଲିଗ ଟି20 ମଧ୍ୟ ଖେଳିଛନ୍ତି । ଗତ ସପ୍ତାହରେ ଧୋନି ଚେନ୍ନାଇ ପାଇଁ 200 ତମ ମ୍ୟାଚ ଖେଳିଥିଲେ । ଗୋଟିଏ ମ୍ୟାଚରେ ସୁରେଶ ରାଇନା 2012 ଚମ୍ପିଆନ୍ସ ଲିଗ ଟି20ରେ ସିଏସକେର କ୍ୟାପଟେନ ରହିଥିଲେ ।
ପୂର୍ବତନ ଭାରତୀୟ କ୍ୟାପଟେନ ଧୋନି, 2016-17 ଆଇପିଏଲରେ ପୁନେ ସୁପର ଜିଆଣ୍ଟ୍ସ ପକ୍ଷରୁ ଖେଳିଥିଲେ ଓ 30ଟି ମ୍ୟାଚର କ୍ୟାପଟେନ ରହିଛନ୍ତି ।
39 ବର୍ଷୀୟ ଧୋନିଙ୍କ ନେତୃତ୍ବରେ 3 ଥର ଆଇପିଏଲ ଟ୍ରଫି ଜିତିଛି ଚେନ୍ନାଇ ସୁପର କିଙ୍ଗ୍ସ । ମୋଟ 4,632 ରନ ସହ ସର୍ବାଦିକ ଆଇପିଏ ରନ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ