ETV Bharat / sports

SMAT Final: ଧୋନିଙ୍କ ଟିଭି ଦର୍ଶକ ଫଟୋ ଭାଇରାଲ

author img

By

Published : Nov 22, 2021, 10:50 PM IST

ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଧୋନିଙ୍କ ନଜର ଟେଲିଭିଜନ ସ୍କ୍ରିନ ଉପରେ ରହିଛି । ଅଧିକ ପଢନ୍ତୁ

MS Dhoni keeps tab as Shahrukh lights up SMAT final with last-ball six
SMAT Final: ଧୋନିଙ୍କ ଟିଭି ଦର୍ଶକ ଫଟୋ ଭାଇରାଲ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଧୋନିଙ୍କ ନଜର ଟେଲିଭିଜନ ସ୍କ୍ରିନ ଉପରେ ରହିଛି । କର୍ଣ୍ଣାଟକ ଓ ତାମିଲନାଡୁ ବିପକ୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲ ମୁକାବିଲାକୁ ଟିଭିରେ ଉପଭୋଗ କରିଛନ୍ତି ଧୋନି । ସୋମବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚ୍‌ରେ ଶେଷ ବଲ୍‌ରେ ଶାହାରୁଖ ଖାନ ଏକ ଚମତ୍କାର ଛକା ଲଗାଇ ତାମିଲନାଡୁକୁ ବିଜୟୀ କରାଇଥିଲେ । ଫଳରେ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୪ ୱିକେଟରେ ବିଜୟୀ ହୋଇ କ୍ରମାଗତ ଦ୍ବିତୀୟ ଥର ଟ୍ରଫି ହାତେଇଛି ତାମିଲନାଡୁ ।

ଧୋନି ମ୍ୟାଚ୍‌ ଦେଖୁଥିବାର ଫଟୋ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଟ୍ବିଟ୍‌ କରିବା ସହ କ୍ୟାପ୍ସନରେ ''Fini See Ing off in style'' ବୋଲି ଲେଖିଛି ।

ଏହି ବିଜୟ ପରେ ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ୩ ଥର(୨୦୦୬/୦୭, ୨୦୨୦/୨୧, ୨୦୨୧/୨୨) ତାମିଲନାଡୁ ଟାଇଟେଲ ନିଜ ନାମରେ କରିଛି ।

ସଂଘର୍ଷପୂର୍ଣ୍ଣ ଫାଇନାଲ ମଧ୍ୟ କର୍ଣ୍ଣାଟକ-ତାମିଲନାଡୁ ସୀମିତ ଓଭର ଲଢେଇରେ ଅନ୍ୟଏକ ଅଧ୍ୟାୟ ହୋଇଛି । ୧୫୨ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ତାମିଲନାଡୁ ପକ୍ଷରୁ ଏନ ଜଗଦୀଶାନ ସର୍ବାଧିକ ୪୧ ରନ୍‌ର ଓ ଓପନର ହରି ନିଶାନ୍ତ ୨୩ ରନ୍‌ର ଇଂନିସ ଖେଳିଥିଲେ । କ୍ୟାପଟେନ ବିଜୟ ଶଙ୍କର ମାତ୍ର ୧୮ ରନ୍‌ କରିଥିଲେ । ତେବେ ୧୫ ବଲ୍‌ରୁ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ମ୍ୟାଚ୍‌ ବିଜୟୀ ୩୩ ରନ୍‌ର ଇଂନିସ ଖେଳିଥିଲେ ଶାହାରୁଖ ଖାନ ।

ପୂର୍ବରୁ ଅଭିନବ ମନୋହରଙ୍କ ୪୬, ପ୍ରବୀଣ ଦୁବେ ୩୩ ଓ କରୁଣ ନାୟରଙ୍କ ୧୮ ରନ୍‌ର ଯୋଗଦାନ ବଳରେ କର୍ଣ୍ଣାଟକ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲା । କ୍ୟାପଟେନ ମନୀଷ ପାଣ୍ଡେ ମାତ୍ର ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.