ETV Bharat / sports

ମୁଁ ଓ ଏମଏସ ଧୋନୀ ଭଲ ବନ୍ଧୁ ନୁହଁ: ଯୁବରାଜ ସିଂହ

author img

By ETV Bharat Odisha Team

Published : Nov 5, 2023, 2:29 PM IST

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ସହ ବନ୍ଧୁତାକୁ ନେଇ କଣ କହିଛନ୍ତି ଯୁବରାଜ ସିଂହ ଜାଣିବାକୁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

Yuvraj Singh on friendship with MS Dhoni
Yuvraj Singh on ms dhoni

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଅଲରାଉଣ୍ଡର ଯୁବରାଜ ସିଂହ ଏମ୍‌ଏସ୍‌ ଧୋନୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କିଛି ଖୁଲାସା କରିଛନ୍ତି । ଏକ ଟକ ଶୋ'ରେ ସେ କହିଛନ୍ତି ମୁଁ ଓ ଏମ୍‌ଏସ୍‌ ଧୋନୀ ଘନିଷ୍ଠ ବନ୍ଧୁ ନୁହେଁ । ଆମେ କେବଳ କ୍ରିଟେକ ପାଇଁ ବନ୍ଧୁ । କାହିଁକି ଏମିତି କହିଲେ ଯୁବରାଜ । ଧୋନୀ ଓ ଯୁବରାଜ ସିଂହଙ୍କ ମଧ୍ୟରେ କିଛି ମନମାଳିନ୍ୟ ହୋଇଛି କି । କାହିଁକି ଏପରି କହିଲେ ଯୁବରାଜ ସିଂହ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏକ ଟକ ଶୋ'ରେ ଯୁବରାଜ କହିଛନ୍ତି, "ମୁଁ ଏବଂ ମାହି ଘନିଷ୍ଠ ବନ୍ଧୁ ନୁହଁ । କେବଳ କ୍ରିକଟେ ପାଇଁ ଆମେ ବନ୍ଧୁ । କ୍ରିକେଟ ପାଇଁ ଏକାଠୀ ଖେଳୁ । ମାହିଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଅଲଗା, ତେଣୁ ଆମେ କେବେ ଘନିଷ୍ଠ ବନ୍ଧୁ ନଥିଲୁ । ଯେବେ ମୁଁ ଓ ଏମଏସଡି ମୈଦାନକୁ ଓହ୍ଲାଇଥାଉ ଏକାଠି ଦେଶ ପାଇଁ 100 ପ୍ରତିଶତ ଦେଇଥାଉ । ସେ ଅଧିନାୟକ ଥିଲେ । ମୁଁ ଉପଅଧିନାୟକ । ତୁମେ ଯେବେ ଅଧିନାୟକ ଓ ଉପଅଧିନାୟକ ଅଛ ନିଷ୍ପତ୍ତିରେ ପ୍ରାର୍ଥକ୍ୟ ଅସିବ । ବେଳେବେଳେ ସେ ଏପରି ନିଷ୍ପତ୍ତି ନିଅନ୍ତି ଯାହାକୁ ମୁଁ ପସନ୍ଦ କରିନଥାଏ । କେବେକେବେ ସେ ମୋ ନିଷ୍ପତ୍ତିକୁ ସମର୍ଥନ କରନ୍ତି ନାହିଁ । ଏହା ପ୍ରତ୍ୟେକ ଦଳରେ ହୋଇଥାଏ ।"

ସେ ଆହୁରି କହିଛନ୍ତି, "ଯେବେ ମୁଁ ମୋର କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଥିଲି ସେବେ ସଠିକ ନିଷ୍ପତ୍ତି ନେଇ ପାରିନଥିଲି । ମୁଁ ତାଙ୍କ ସହ କଥା ହୋଇ ପରାମର୍ଶ ମାଗିଥିଲି । ସେ ଏକମାତ୍ର ବ୍ୟକ୍ତି ଯିଏକି କହିଥିଲେ ଚୟନ କମିଟି ତମକୁ ସୁଯୋଗ ଦେବା ନେଇ ଚିନ୍ତା କରୁନାହିଁ । ସେହିଠାକୁ ମୁଁ ଜଣଙ୍କଠୁ ମୋର କ୍ୟାରିୟରର ପ୍ରକୃତ ଚିତ୍ର ଜାଣିବାକୁ ପାଇଲି । ଏହା 2019 ବିଶ୍ବକପ ପୂର୍ବରୁ ହୋଇଥିଲା । ଏହି ହିଁ ବାସ୍ତବତା ।"

ଏହା ବି ପଢନ୍ତୁୟ...ଧୋନି ଓ କୋହଲି ମୋ ପୁଅ ସହ ବିଶ୍ବାସଘାତକତା କରିଛନ୍ତି: ଯୋଗରାଜ ସିଂହ

ଯୁବରାଜ ସିଂହ ଯିଏକି ସିକ୍ସର କିଙ୍ଗ ଭାବରେ ଜଣାଶୁଣା । 2007 ଟି-ଟ୍ବେଣ୍ଟି ବିଶ୍ବକପ୍‌ ଏବଂ 2011 ବିଶ୍ବକପ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଯୁବରାଜ । ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ବରେ 2011ରେ 28 ବର୍ଷ ପରେ ଭାରତ ବିଶ୍ବ ବିଜୟୀ ହୋଇଥିଲା । ଉଭୟ ଯୁବରାଜ ଏବଂ ଧୋନୀ ମ୍ୟାଚ୍‌ ଫିନିସ୍‌ ଦକ୍ଷତା ପାଇଁ ଜଣାଶୁଣା ଥିଲେ । ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ କହିଛନ୍ତି ଯେ ଗୋଟିଏ ଦଳରେ ଥିବା ସତ୍ତ୍ବେ ଆମ ଜୀବନଶୈଳୀ ଅଲଗା ଥିଲା, ଏଥିପାଇଁ ଆମେ କେବେ ଘନିଷ୍ଠ ବନ୍ଧୁ ହୋଇପାରିନାହୁଁ ।

ଯୁବରାଜ ସିଂହ 2007 ଟି-ଟ୍ବେଣ୍ଟି ଓ 2011 ବିଶ୍ବକପ୍‌ ମ୍ୟାଚ୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ମହେନ୍ଦ୍ର ସିଂହ ଧୋନୀ ଦଳର ନେତୃତ୍ବ ନେଇଥିଲେ । ଦୁଇ ଖେଳାଳି ହ୍ବାଇଟ ବଲ ଫର୍ମାଟରେ ବେଷ୍ଟ ଫିନିସର ଭାବେ ଜଣାଶୁଣା ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.