ETV Bharat / sports

କେକେଆରର ଧୀମା ବୋଲିଂ, ମୋର୍ଗାନଙ୍କୁ 12 ଲକ୍ଷ ଜୋରିମାନା - କେକେଆର କ୍ୟାପଟେନ ଇଆନ ମୋର୍ଗାନ

ଧୀମା ବୋଲିଂ କେକେଆର କ୍ୟାପଟେନ ଇଆନ ମୋର୍ଗାନଙ୍କୁ 12 ଲକ୍ଷ ଜୋରିମାନା । ଅଧିକ ପଢନ୍ତୁ...

MORGAN FINED RS 12 LAKH FOR KKRS SLOW OVER RATE
କେକେଆରର ଧୀମା ବୋଲିଂ, ମୋର୍ଗାନଙ୍କୁ 12 ଲକ୍ଷ ଜୋରିମାନା
author img

By

Published : Apr 22, 2021, 4:16 PM IST

ମୁମ୍ବାଇ: ଆଇପିଏଲର 14ତମ ସଂସ୍କରଣର 15ତମ ମୁକାବିଲା ବୁଧବାର ସନ୍ଧ୍ୟାରେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଧୀମା ବୋଲିଂ ପାଇଁ କେକେଆର କ୍ୟାପଟେନ ଇଆନ ମୋର୍ଗାନ ଦଣ୍ଡିତ ହୋଇଛନ୍ତି । ମୋର୍ଗାନଙ୍କ ଉପରେ 12 ଲକ୍ଷ ଟଙ୍କା ଜୋରିମାନା ଲାଗିଛି ।

MORGAN FINED RS 12 LAKH FOR KKRS SLOW OVER RATE
କେକେଆରର ଧୀମା ବୋଲିଂ, ମୋର୍ଗାନଙ୍କୁ 12 ଲକ୍ଷ ଜୋରିମାନା

ଆଇପିଏଲ ମିଡିଆ ବିଜ୍ଞପ୍ତିରେ, ଆଇପିଏଲର ଆଚରଣ ବିଧି ଅନୁଯାୟୀ ନ୍ୟୁନତମ ଓଭର ରେଟ୍‌ ଅପରାଧ ସମ୍ବନ୍ଧିତ ଟିମର ଏହା ପ୍ରଥମ ଅପରାଧ । ଏହାକୁ ଦୃଷ୍ଟିରେ ରଖି କ୍ୟାପଟେନ ମୋର୍ଗାନଙ୍କ ଉପରେ 12 ଲକ୍ଷ ଟଙ୍କାର ଜୋରିମାନା ଲାଗିଛି ।

ଚେନ୍ନାଇ ସୁପର କିଙ୍ଗ୍ସ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି 220 ରନର ବିଶାଳ ସ୍କୋର କରିଥିଲା । ଜବାବରେ 19.1 ଓଭରରେ କେକେଆର 202 ରନ୍‌ରେ ଅଲଆଉଟ ହୋଇଯାଇଥିଲା । ବର୍ଷ 2012 ପରେ ୱାଙ୍ଖଡେରେ କୋଲକାତାକୁ ଗୋଟିଏ ବି ବିଜୟ ମିଳିନାହିଁ ।

ପାଟ୍‌ କମିନ୍ସ ଅପରାଜିତ 66, ଆନ୍ଦ୍ରେ ରସେଲଙ୍କ 54 ରନ୍‌ର ବିସ୍ଫୋରକ ଇଂନିସ ସତ୍ତ୍ବେ 18 ରନ୍‌ରେ ପରାସ୍ତ ହୋଇଥିଲା ଟିମ ।

ଚେନ୍ନାଇର ଏହା 4ଟି ମ୍ୟାଚରୁ 3ୟ ବିଜୟ । ଏଥିସହ 6 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ଧୋନିଙ୍କ ସିଏସକେ । ଅନ୍ୟପଟେ କୋଲକାତାକୁ 4ଟି ମ୍ୟାଚରୁ 3ଟି ପରାଜୟର ମୁହଁ ଦେଖିବାକୁ ମିଳିଛି । ଦୁଇ ପଏଣ୍ଟ ସହ ତାଲିକାର ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି କେକେଆର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.