ETV Bharat / sports

ODI Bowling Rankings: ଦିନିକିଆରେ ନମ୍ବର-୧ ବୋଲର ହେଲେ ସିରାଜ, ବ୍ୟାଟର ଟପ୍-10ରେ କୋହଲି-ରୋହିତ

author img

By

Published : Jan 25, 2023, 4:08 PM IST

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ସିରାଜ ICCର ଦିନିକିଆ ଫର୍ମାଟରେ ନମ୍ବର ୧ ବୋଲର ଭାବରେ ଉଭା ହୋଇଛନ୍ତି । ଅଧିକ ପଢନ୍ତୁ

ମହମ୍ମଦ ସିରାଜ
ମହମ୍ମଦ ସିରାଜ

ହାଇଦ୍ରାବାଦ : ଦିନିକିଆ ଶ୍ରେଷ୍ଠ ବୋଲର ମାନ୍ୟତା ହାସଲ କଲେ ଫାଷ୍ଟ ବୋଲର ମହମ୍ମଦ ସିରାଜ । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପରେ ସିରାଜ ICCର ଦିନିକିଆ ଫର୍ମାଟରେ ନମ୍ବର ୧ ବୋଲର ଭାବରେ ଉଭା ହୋଇଛନ୍ତି । ଜାରି ହୋଇଛି ICC ବୋଲର ମାନ୍ୟତା । ICCର ବୋଲିଂ ମାନ୍ୟତାରେ ଭାରତୀୟ ଷ୍ଟାର ବୋଲର ସିରାଜ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ସିରାଜ ୭୨୯ ରେଟିଂ ପଏଣ୍ଟ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ୭୨୭ ରେଟିଂ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୭୦୮ ରେଟିଂ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଏପଟେ ଆଇସିସି ବ୍ୟାଟର ମାନ୍ୟତାରେ ଟପ୍ 10ରେ 3ଜଣ ବ୍ୟାଟର ସ୍ଥାନ ପାଇଛନ୍ତି । 6 ନମ୍ବର ସ୍ଥାନରେ ଗିଲ ଥିବା ବେଳେ 7 ନମ୍ବରରେ କୋହଲି ଏବଂ 9 ନମ୍ବରରେ ରୋହିତଙ୍କୁ ସ୍ଥାନ ମିଳିଛି ।

ICCର ବୋଲିଂ ମାନ୍ୟତା
ICCର ବୋଲିଂ ମାନ୍ୟତା

ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସିରାଜ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଯାହା ତାଙ୍କୁ ICC ଦିନିକିଆ ଫର୍ମାଟର ଶୀର୍ଷ ସ୍ଥାନ ଅକ୍ତିଆର କରିବାରେ ସହାୟକ ହୋଇଛି । ସିରାଜଙ୍କ ପାଇଁ ଏହା ବଡ ଉପଲବ୍ଧି । ଅନ୍ତର୍ଜାତୀୟ କ୍ୟାରିୟରରେ ସିରାଜ ପ୍ରଥମ ଥର ପାଇଁ ICCର ଦିନିକିଆ ବୋଲର ମାନ୍ୟତାରେ ଏକ ନମ୍ବର ସ୍ଥାନ ଅଧିକାର କରିବାରେ ସଫଳ ହୋଇଛନ୍ତି । ୨୮ ବର୍ଷିୟ ମହମ୍ମଦ ସିରାଜ ବର୍ଷ ୨୦୧୯ରେ ଜାନୁଆରୀ ୧୫ ତରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ । ତେବେ ଏହି ମ୍ୟାଚ ତାଙ୍କ ପାଇଁ ଏତେ ଖାସ ନଥିଲା । ଡେବ୍ୟୁ ମ୍ୟାଚରେ ସେ କୌଣସି ୱିକେଟ ଅକ୍ତିଆର କରିବାରେ ସଫଳ ରହିନଥିଲେ । ବରଂ ଏହା ପରେ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଦିନିକିଆ ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳି ନଥିଲା । ସିରାଜ ତାଙ୍କ କ୍ୟାରିୟରର ଦ୍ବିତୀୟ ଦିନିକିଆ ମ୍ୟାଚ ତିନି ବର୍ଷ ପରେ ଫେବୃଆରୀ ୬ ତାରିଖରେ ଖେଳିଥିଲେ ।

ଏହା ପରେ ସିରାଜ ତାଙ୍କ ଦମଦାର ପ୍ରଦର୍ଶନର ଯାଦୁ ଦେଖାଇଥିଲେ । ମହମ୍ମଦ ସିରାଜ ଏପର୍ଯ୍ୟନ୍ତ ୨୧ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୨୦.୭୩ ଏଭାରେଜ ସହିତ ୩୮ ଟି ୱିକେଟ ହାତେଇଥିବା ରେକର୍ଡ ରହିଛି । ସେହିପରି ଘରୋଇ ମାଟିରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ମହମ୍ମଦ ସିରାଜ ଦୁଇଟି ଦିନିକିଆ ମ୍ୟାଚ ଖେଳିଥିଲେ । ଏଥିରେ ସେ ୫ ଟି ୱିକେଟ ତାଙ୍କ ଖାତାରେ ସାମିଲ କରିଥିଲେ । ସେହିପରି ଏହା ପୂର୍ବରୁ ଘରୋଇ ମାଟିରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ସିରାଜ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ବଳରେ ୯ ଟି ୱିକେଟ ହାତେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.