ETV Bharat / sports

T-20 World Cup: ବୁମରାଙ୍କ ସ୍ଥାନରେ ସାମିଲ ହେଲେ ମହମ୍ମଦ ସାମି - ଯଶପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସାମିଲ

T20 ୱାର୍ଲ୍ଡକପ ସ୍କ୍ବାଡ୍‌ରେରେ ସାମିଲ ହେଲେ ଦ୍ରୁତ ବୋଲର ମହମ୍ମଦ ସାମି । ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହେଲେ ମହମ୍ମଦ ସାମି । ଆହତ କାରଣରୁ ଚଳିତ ବର୍ଷ ବିଶ୍ବକପରୁ ବାଦ ପଡ଼ିଥିଲେ ବୁମରା । ଅଧିକ ପଢ଼ନ୍ତୁ

T20 World Cup 2022: ବୁମରାଙ୍କ ସ୍ଥାନ ନେଲେ ମହମ୍ମଦ ସାମି

author img

By

Published : Oct 14, 2022, 5:06 PM IST

Updated : Oct 14, 2022, 5:37 PM IST

ସିଡ୍‌ନି: ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା T-20 ୱାର୍ଲ୍ଡକପ ସ୍କ୍ବାଡ୍‌ରେ ସାମିଲ ହେଲେ ଦ୍ରୁତ ବୋଲର ମହମ୍ମଦ ସାମି । ଯଶପ୍ରୀତ ବୁମରା ଆହତ କାରଣରୁ ଚଳିତ ବର୍ଷ ବିଶ୍ବକପରୁ ବାହାର ହେବାପରେ ତାଙ୍କ ସ୍ଥାନ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ଶେଷରେ ତାଙ୍କ ବଦଳରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି । ଏନେଇ ବିସିସିଆଇ ଟ୍ବିଟ କରି ସୂଚନା ଦେଇଛି ।

ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ଆରମ୍ଭ ହେବକୁ ଥିବା ଟି-୨୦ ବିଶ୍ବକପରୁ ଆହତ କାରଣରୁ ଫାଷ୍ଟ ବୋଲର ଜଶପ୍ରିତ ବୁମରା ( Jasprit Bumrah ) ବାଦ ପଡିଥିଲେ । ହେଲେ ବୁମରାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିନଥିଲା ବିସିସିଆଇ । ତେବେ ବୁମରାଙ୍କ ସ୍ଥାନରେ ବିଶ୍ବକପରେ କିଏ ଖେଳିବ ତାକୁ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ, ଦୀପକ ଚହର ଓ ମହମ୍ମଦ ସାମିଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା । ତେବେ ଦଳର ପ୍ରଥମ ପସନ୍ଦ ମହମ୍ମଦ ସାମି ଅଟନ୍ତି ଓ କୋରୋନାରୁ ସୁସ୍ଥ ହେବାପରେ ଯଦି ସାମିଙ୍କ ଫିଟନେସ ଠିକ ଥାଏ ତେବେ ବୁମରାଙ୍କ ବଦଳ ଖେଳାଳି ହିସାବରେ ତାଙ୍କୁ ଟି୨୦ ବିଶ୍ବକପରେ ସାମିଲ କରାଯାଇପାରେ ବୋଲି ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ( Head coach Rahul Dravid ) କହିଥିଲେ ।

ପୂର୍ବରୁ ମହମ୍ମଦ ସାମି ଭାରତୀୟ ଟି-୨୦ ବିଶ୍ବକପ ସ୍କ୍ବାଡ୍‌ରେ ଷ୍ଟାଣ୍ଡବାଏରେ ଥିଲେ । ଏହା ସହିତ ମହମ୍ମଦ ସାମିଙ୍କ ନାମ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ ସ୍କ୍ବାଡ୍‌ରେ ମଧ୍ୟ ଘୋଷଣା ହୋଇଥିଲା । ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ସାମି କରୋନା ଆକ୍ରାନ୍ତ ହୋଇଥିଲେ । ଏନେଇ ସେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରୁ ବାଦ ପଡିଥିଲେ । ଏହି ସିରିଜରେ ମହମ୍ମଦ ସାମିଙ୍କ ବଦଳରେ ଫାଷ୍ଟ ବୋଲର ଉମେଶ ଯାଦବଙ୍କୁ ଦଳ ତରଫରୁ ସ୍ଥାନ ଦିଆଯାଇଥିଲା ।

ବର୍ତ୍ତମାନ ବିଶ୍ବକପ ଦଳରେ ଯଶପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସାମିଲ କରାଯାଇଥିବା ନେଇ ବିସିସିଆଇ ଆଜି ଟ୍ବିଟ ଯୋଗେ ସୂଚନା ଦେଇଛି । ତେବେ ଭାରତୀୟ ବିଶ୍ବକପ ଦଳ ଅଷ୍ଟ୍ରେଲିଆରେ ଅକ୍ଟୋବର ୨୩ ରେ ପାରମ୍ପାରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ସହିତ ଟି୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 14, 2022, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.