ମୁମ୍ବାଇ: ନିକଟରେ ସ୍ଥଗିତ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗର ମହେନ୍ଦ୍ର ସିଂହ ଧୋନିଙ୍କ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ଦମଦାର ଫର୍ମରେ ରହିଥିଲା । ମୋଟ 10ପଏଣ୍ଟ ସହ ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସ ପରେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା । ତେବେ ଟିମର ସଫଳତା ନେଇ ଖୁଲାସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥୀବ ପଟେଲ । ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀ ଟିମ ପାଇଁ ଗେମ ଚେଞ୍ଜର ବୋଲି କହିଛନ୍ତି ପାର୍ଥୀବ ।
ବାମହାତୀ ବ୍ୟାଟ୍ସମ୍ୟାନ ଓ ଅଫସ୍ପିନର ମୋଇନ ଅଲୀ 6ଟି ଇଂନିସରୁ, 157.25 ଷ୍ଟ୍ରାଇକ ରେଟ୍ରେ 34.33 ହାରରେ 206 ରନ ସଂଗ୍ରହ କରିଥିଲେ । ଇଂଲିସ ଅଲରାଉଣ୍ଡର 6.16 ଇକୋନୋମି ରେଟ୍ ସହ 5ଟି ୱିକେଟ ମଧ୍ୟ ହାସଲ କରିଥିଲେ ।
ସିଏସକେ ଟିମ ମ୍ୟାନେଜମେଣ୍ଟ ମୋଇନଙ୍କୁ ଗୁରୁତ୍ବପୂର୍ଣ୍ଣ 3 ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲା । ଫଳରେ ଦୁଇ ଓପନର ଫାପ ଡୁପ୍ଲେସିସ ଓ ଋତୁରାଜ ଗାଏକ୍ବାଡଙ୍କ ଭଲ ଆରମ୍ଭକୁ ସଠିକ୍ ଦିଶା ଦେଉଥିଲେ ମୋଇନ ।
ୟୁଏଇରେ ଖେଳାଯାଇଥିବା 2020 ସଂସ୍କରଣର ଆଇପିଏଲରେ ଚେନ୍ନାଇର ନୈରାଶାଜନକ ପ୍ରଦର୍ଶନ ରହିଥିଲା । 2021 ଆଇପିଏଲରେ ଟିମ ପ୍ରଭାବୀ ପ୍ରଦର୍ଶନ ସହ ନିଜର ପୁରୁଣା ଅନ୍ଦାଜରେ ନଜର ଆସିଥିଲା । ତେବେ ଏକାଧିକ ଖେଳାଳି କୋରୋନା ସଂକ୍ରମିତ ହେବାପରେ ମେଗା ଟି20 ଲିଗ୍କୁ ସ୍ଥଗିତ ଘୋଷଣା କରିବାକୁ ବାଧ୍ୟ ହୋଇଛି ବିସିସିଆଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ