ETV Bharat / sports

WPL 2023 Final: ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ, ୭ ୱିକେଟରେ ଜିତି ହାତେଇଲା ପ୍ରଥମ ଟାଇଟଲ

author img

By

Published : Mar 26, 2023, 11:06 PM IST

Updated : Mar 27, 2023, 9:50 AM IST

ପ୍ରଥମ ମହିଳା ପ୍ରିମିୟର ଲିଗ ଜିତି ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ । ଫାଇନାଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ହରାଇ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ । ଅଧିକ ପଢ଼ନ୍ତୁ

WPL 2023 Final
ଇତିହାସ ରଚିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ବିଜୟରୁ ଆରମ୍ଭ ବିଜୟରେ ଶେଷ । ଚାମ୍ପିଅନ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ । ମହିଳା ଆଇପିଏଲ ପ୍ରଥମ ସଂସ୍କରଣରେ ବାଜି ମାରି ନେଇଛି ହର୍ମନପ୍ରୀତକୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଟ୍ରଫି ଟକ୍କରରେ ମେଗ ଲାନିଂଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ 7 ୱିକେଟରେ ପରାସ୍ତ କରି WPL ପ୍ରଥମ ସଂସ୍କରଣ ବିଜୟ ମୁକୁଟ ପିନ୍ଧିଛି ମୁମ୍ବାଇ ଇଣ୍ଡିଆନ୍ସ ।

3ଟି ବଲ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆ ମହିଳା ଦଳ । ସ୍କିଭର ବ୍ରଣ୍ଟଙ୍କ ଅର୍ଦ୍ଧଶତକ ବଳରେ ଦଳ ବିଜୟ ହାସଲ କରିଛି । ସ୍କିଭର ବ୍ରଣ୍ଟଙ୍କ ଅପରାଜିତ ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ହେଲି ମାଥ୍ୟୁସ ପ୍ଲେୟାର ଅଫ ଦି ସିରିଜ ସହ ପର୍ପଲ କ୍ୟାପର ଅଧିକାରୀ ହୋଇଛନ୍ତି । ଚାମ୍ପିଅନ ମୁମ୍ବାଇ ଦଳକୁ ଟ୍ରଫି ସହ 6 କୋଟି ଟଙ୍କା ଏବଂ ରନର୍ସଅପ ଦିଲ୍ଲୀ କ୍ୟାପିଟାଲ୍ସକୁ 3ଟି କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଫାଇନାଲ ମୁକାବିଲାରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ମାତ୍ର 12 ରନରେ ଦଳର 2ଟି ୱିକେଟ ପତନ ହୋଇଥିଲା । ଓପନର ଶେଫାଳି ବର୍ମା ଓ ଆଲିସ କ୍ୟାପସ୍ ସଅଳ ପାଭିଲିଅନ ଫେରିଥିଲେ । ଅଧିନାୟିକ ମେଗ ଲାନିଂ ଓ ଜେମିମା ସ୍ଥିତି ସୁଧାରିଥିଲେ । ଦଳୀୟ ସ୍କୋର 35ରେ ଜେମିମା (9) ରନ କରି ଆଉଟ ହୋଇଥିଲେ । ଏହାପରେ ଅଲରାଉଣ୍ଡର ମରିଜାନ କାପ ଓ ମେଗ ଲାନିଂ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର 74ରେ ମେଗ ଲାନିଂ 35 ରନ କରି ଆଉଟ ହୋଇଥିଲେ । ପରେ ପରେ ଦଳର 4ଟି ୱିକେଟ ପତନ ହୋଇଥିଲେ ।

ମୁମ୍ବାଇ ବୋଲର ଦିଲ୍ଲୀ ବ୍ୟାଟରଙ୍କ ଉପରେ ଚାପ ପକାଇଥିଲେ । 79 ରନରେ ଦଳର 9ଟି ୱିକେଟ ପତନ ହୋଇଥିଲା । ଦଳୀୟ ରନ 100 ଛୁଇଁବା ନେଇ ଆଶଙ୍କା ଉପୁଜିଥିଲା । ଶେଷ ଭାଗରେ ଶିଖା ପାଣ୍ଡେ ଓ ରାଧା ଯାଦବଙ୍କ ବ୍ୟାଟିଂ ବଳରେ ଦିଲ୍ଲୀର ଦଳୀସ ସ୍କୋର 131ରେ ପହଞ୍ଚିଥିଲା । ନିର୍ଦ୍ଧାରିତ 20 ଓଭରରେ ଦିଲ୍ଲୀ 9 ୱିକେଟ ହରାଇ 131 ରନ କରିଥିଲା । ମୁମ୍ବାଇ ପକ୍ଷରୁ ହେଲି ମାଥ୍ୟୁସ ଓ ଇସି ୱଙ୍ଗ 3ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆମେଲିଆ କେର 2ଟି ୱିକେଟ ନେଇଥିଲେ ।

132ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ମୁମ୍ବାଇ । ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା ମୁମ୍ବାଇ । ଦଳୀୟ ସ୍କୋର 23 ରନରେ ଓପନିଂ ଯୋଡିକୁ ହରାଇଥିଲା ମୁମ୍ବାଇ । ୟାସ୍ତିକା ଭାଟିଆ ଓ ହେଲି ମାଥ୍ୟୁସ 13 ରନ କରି ଆଉଟ ହୋଇଥିଲେ । ଏହାପରେ ହର୍ମନପ୍ରୀତ ଓ ସ୍କିଭର ବ୍ରଣ୍ଟ ସ୍ଥିତି ସମ୍ଭାଳି ଖେଳିଥିଲେ । ଉଭୟ 72ରନ ଭାଗିଦାରୀ କରିଥିଲେ । ଦଳୀୟ ରନ 95ରେ ହର୍ମପ୍ରୀତ କୌର 37 ରନ କରି ଆଉଟ ହୋଇଥିଲେ । 23 ବଲରେ ଦଳକୁ ବିଜୟ ପାଇଁ 36 ରନ ଦରକାର ଥିଲା । ସ୍କିଭର ବ୍ରଣ୍ଟ ଓ ଆମେଲିଆ କେର ଦମଦାର ବ୍ୟାଟିଂ କରି ଦଳକୁ ବିଜୟ ଭେଟି ଦେଇଥିଲେ । 55 ବଲ ସାମ୍ନା କରି ସ୍କିଭର 60 ରନ (7ଟି ଚୌକା) କରିଥିଲେ । ଆମେଲିଆ କେର 14 ରନ କରିଥିଲେ । 3ଟି ବଲ ବାକି ଥିବା ବିଜୟୀ ହୋଇଥିଲା ମୁମ୍ବାଇ 20 ଓଭରରେ ମୁମ୍ବାଇ 3 ୱିକେଟ ହରାଇ 134 ରନ କରିଥିଲା ।

ଟି-ଟ୍ବେଣ୍ଟି ବିଶ୍ବକପ ପ୍ରତିଶୋଧ ନେଲେ ହର୍ମନପ୍ରୀତ: ଆଇସିସି ମହିଳା ଟି-ଟ୍ବେଣ୍ଟି ବିଶ୍ବକପରେ ମେଗ ଲାନିଂଙ୍କ ନେତୃତ୍ବଧୀନ ଅଷ୍ଟ୍ରେଲିଆ ସେମି ଫାଇନାଲରେ ଭାରତକୁ ହରାଇଥିଲା । ସେମି ସମରରେ ଭାରତ 5 ରନରେ ହାରିବାରୁ ଫାଇନାଲରେ ପ୍ରବେଶ କରିବା ସ୍ବପ୍ନ ଧୂଳିସାତ ହୋଇଥିଲା । WPL ଫାଇନାଲରେ ମେଗ ଲାନିଂଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଆଇସିସି ମହିଳା ଟି-ଟ୍ବେଣ୍ଟି ବିଶ୍ବକପର ପ୍ରତିଶୋଧ ନେଇଛନ୍ତି ହର୍ମନପ୍ରୀତ କୌର ।

24 ଦିନ ଧରି ଚାଲିଥିବା ମହିଳା ଆଇପିଏଲ ପ୍ରଥମ ବିଜେତା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀ କ୍ୟାପିଟାଲ୍ସର ମେଗ ଲାନିଂ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ 345 ରନ ସଂଗ୍ରହ କରିଥିବା ଖେଳାଳି ହୋଇଛନ୍ତି । ତାଙ୍କୁ ଅରେଞ୍ଜ କ୍ୟାପ ମିଳିଛି । ସେହିପରି ହେଲି ମାଥ୍ୟୁସ ସର୍ବାଧିକ 16 ୱିକେଟ ହାସଲକାରୀ ଖେଳାଳି ହୋଇଛନ୍ତି । ତାଙ୍କୁ ପର୍ପଲ କ୍ୟାପ ମିଳିଛି । ୟାସ୍ତିକା ଭାଟିଆ ଏମର୍ଜିଂ ପ୍ଲେୟାର ଅଫ ଦି ସିଜନ ହୋଇଛନ୍ତି । ତୃତୀୟ ସ୍ଥାନରେ ଥିବା ୟୁପି ୱାରିୟର୍ଜକୁ 1କୋଟି ଟଙ୍କା ମିଳିଛି ।

Last Updated : Mar 27, 2023, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.