ETV Bharat / sports

Women's World Cup: ଇତିହାସ ରଚିଲେ ମିତାଲି ରାଜ

ମିତାଲି ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ଡେବି ହକଲିଙ୍କ ବିଶ୍ବକପରେ ସର୍ବାଧିକ ଥର ଅର୍ଦ୍ଧଶତକ କିମ୍ବା ଏହା ଠାରୁ ଅଧିକ ରନ୍‌ କରିବାର ରେକର୍ଡର ସମକକ୍ଷ ହୋଇଛନ୍ତି । ବିଶ୍ବକପ ମ୍ୟାଚ୍‌ର ଗୋଟିଏ ଇଂନିସରେ ୧୨ଥର ୫୦ରୁ ଅଧିକ ରନ୍‌ ସଂଗ୍ରହ କରିସାରିଛନ୍ତି । ଅଧିକ ପଢନ୍ତୁ

Mithali Raj equals record of most 50 plus scores in Women's World Cup
Women's World Cup: ଇତିହାସ ରଚିଲେ ମିତାଲି ରାଜ
author img

By

Published : Mar 19, 2022, 3:58 PM IST

ଅକଲାଣ୍ଡ: ଚଳିତ ICC ମହିଳା କ୍ରିକେଟ ବିଶ୍ବକପରେ ଭାରତୀୟ କ୍ୟାପେଟନ୍‌ ମିତାଲି ରାଜ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି । ବିଶ୍ବକପରେ ମିତାଲି ରାଜ ଦ୍ବାଦଶତମ(୧୨) ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।

ଏହା ମିତାଲିଙ୍କ ODI କ୍ୟାରିୟରର ୬୩ତମ ଅର୍ଦ୍ଧଶତକ । ଏଥିସହ ମିତାଲି ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ଡେବି ହକଲିଙ୍କ ବିଶ୍ବକପରେ ସର୍ବାଧିକଥର ଅର୍ଦ୍ଧଶତକ କିମ୍ବା ଏହା ଠାରୁ ଅଧିକ ରନ୍‌ କରିବାର ରେକର୍ଡର ସମକକ୍ଷ ହୋଇଛନ୍ତି । ଉଭୟ ଖେଳାଳି ବିଶ୍ବକପ ମ୍ୟାଚ୍‌ର ଗୋଟିଏ ଇଂନିସରେ ୧୨ଥର ୫୦ରୁ ଅଧିକ ରନ୍‌ ସଂଗ୍ରହ କରିସାରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ICC Women's World Cup: ଭାରତକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିକ୍ଷରେ ଭାରତୀୟ ଟିମ ସଙ୍କଟରେ ଥିବା ସମୟରେ ମିତାଲି ବ୍ୟାଟିଂ କରିବାକୁ ଆସି ୯୬ ବଲ୍‌ରୁ ୬୮ ରନ୍‌ର ମାରାଥନ ଇଂନିସ ଖେଳିଥିଲେ । ୟାସ୍ତିକା ଭାଟିଆ ଓ ହରମନପ୍ରିତ ମଧ୍ୟ ଯଥାକ୍ରମେ ୫୯ ଓ ୫୭ ରନ୍‌ର ଇଂନିସ ଖେଳିଥିଲେ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.