ETV Bharat / sports

Mithali Announced Retirement: ସମାପ୍ତ ହେଲା ୨୩ବର୍ଷର କ୍ରିକେଟ କ୍ୟାରିଅର୍, ସବୁ ଫର୍ମାଟରୁ ଅବସର ନେଲେ ମିତାଲି - କ୍ରିକେଟରୁ ମିତାଲି ରାଜ୍‌ଙ୍କ ଅବସର ଘୋଷଣା

କ୍ରିକେଟ ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କଲେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଧିନାୟିକା ମିତାଲି ରାଜ । 23 ବର୍ଷ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ଅନେକ ଉପଲବ୍ଧି ହାସଲ କରିଛନ୍ତି ମିତାଲି ରାଜ । ଅଧିକ ପଢ଼ନ୍ତୁ

Mithali Annouced Retirement: ଅନ୍ତରାଜାତୀୟ କ୍ରିକେଟରୁ ମିତାଲି ରାଜ୍‌ଙ୍କ ସନ୍ନ୍ୟାସ

author img

By

Published : Jun 8, 2022, 2:58 PM IST

Updated : Jun 8, 2022, 10:02 PM IST

ହାଇଦ୍ରାବାଦ: କ୍ରିକେଟ ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କଲେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅଧିନାୟିକା ମିତାଲି ରାଜ । 23 ବର୍ଷ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ଅନେକ ଉପଲବ୍ଧି ହାସଲ କରିଛନ୍ତି ମିତାଲି । ତାଙ୍କରି ନେତୃତ୍ବରେ ଭାରତୀୟ ମହିଳା ଦଳ ଶେଷ ଥର ବିଶ୍ବକପ୍‌ ଖେଳିଥିଲା । ତେବେ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିବାରେ ଭାରତୀୟ ଦଳ ଫେଲ୍‌ ମାରିଥିଲା ।

  • Thank you for all your love & support over the years!
    I look forward to my 2nd innings with your blessing and support. pic.twitter.com/OkPUICcU4u

    — Mithali Raj (@M_Raj03) June 8, 2022 " class="align-text-top noRightClick twitterSection" data=" ">

୧୯୯୯ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁ କରିଥିଲେ ମିତାଲି । ଦିନିଆ ଫର୍ମାଟ୍‌ରେ ବିଶ୍ବରେ ସର୍ବାଧିକ ରନ୍‌ ସ୍କୋର୍‌ କରିଛନ୍ତି ମିତାଲି । ସେ ମୋଟ ୧୮୯ ଦିନିକିଆ ଇନିଂସ ଖେଳି ୬୮୮୮ ରନ୍‌ ସ୍କୋର୍‌ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ସେ ସର୍ବାଧିକ ୧୨୫ ରନ୍‌ କରିଥିଲେ । ଦିନିକିଆ କ୍ୟାରିଅରରେ ସେ 50.64 ହାରରେ ରନ୍‌ ସଂଗ୍ରହ କରିଛନ୍ତି । ସେହିଭଳି ସେ ୧୦ ଟି ଟେଷ୍ଟ୍‌ ମ୍ୟାଚ୍‌ର ୧୬ଟି ଇନିଂସରେ ୬୬୩ ରନ୍‌ ସଂଗ୍ରହ କରିଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୨୧୪ ରନ୍‌ କରିଛନ୍ତି ।

ସେପଟେ ଫଟାଫଟ ଫର୍ମାଟ ଟି-୨୦ କ୍ରିକେଟରେ ସେ ୮୪ଟି ଇଂନିସଂରେ ୨୩୬୪ ରନ୍‌ କରିଛନ୍ତି ମାଳଦୀପ ବିପକ୍ଷରେ ସେ ସର୍ବାଧିକ ୯୭ ରନ୍‌ କରିଥିଲେ । ଏଥିରେ ୧୭ଟି ଅର୍ଦ୍ଧଶତକ ସାମିଲ ରହିଛି । ସେ ଦିନିକିଆ କ୍ରିକେଟରେ ମୋଟ ୮ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି ।

Last Updated : Jun 8, 2022, 10:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.