ETV Bharat / sports

T20 World Cup: ମୁହାଁମହିଁ ହେବେ ଭାରତ-ଜିମ୍ବାୱେ, ଏମିତି ରହିଛି ପାଣିପାଗ ରିପୋର୍ଟ

author img

By

Published : Nov 5, 2022, 10:19 PM IST

ଅଷ୍ଟ୍ରେଲିଆ ପାଣିପାଗ ରିପୋର୍ଟ ଅନୁଯାୟୀ ମେଲବର୍ଣ୍ଣରେ ଆଶିଂକ ଭାବରେ ଆକାଶରେ ବାଦଲ ରହିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

T20 World Cup : ମୁହାଁମହିଁ ହେବେ ଭାରତ ଜିମ୍ବାୱେ, କାଲି ଏମିତି ରହିଛି ପାଣିପାଗ ରିପୋର୍ଟ

ମେଲବର୍ଣ୍ଣ: ଆସନ୍ତାକାଲି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଓ ଜିମ୍ବାୱେ । ଜିମ୍ବାୱେକୁ ପରାସ୍ତ କରିବା ସହ ୮ ପଏଣ୍ଟ ହାସଲ କରି ସେମିରେ ପ୍ରବେଶ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ । ବର୍ଷା ଶକ୍ତିଶାଳୀ ଦଳର ବିଜୟ ରାସ୍ତାର କଣ୍ଟା ସାଜିଥିବା ନଜିର ରହିଛି । ବର୍ଷା ପାଇଁ ମ୍ୟାଚ ବାତିଲ ହୋଇ ଉଭୟ ଦଳ ପଏଣ୍ଟ ବାଣ୍ଟିଥିବା ବେଳେ କିଛି ମ୍ୟାଚରେ ଦୁର୍ବଲ ଟିମଠାରୁ ପରାସ୍ତ ହୋଇଛନ୍ତି ଶକ୍ତିଶାଳୀ ଦଳ । ବର୍ଷା କାରଣରୁ ଶକ୍ତିଶାଳୀ ଦଳ ଗୁଡିକର ସମୀକରଣରେ ମଧ୍ୟ ଓଲପାଲଟ ହେବା ଦେଖାଦେଇଛି । ତେବେ ଭାରତ ବନାମ ଜିମ୍ବାୱେ ମ୍ୟାଚ ସମୟରେ ମେଲବର୍ଣ୍ଣରେ କଣ ରହିଛି ପାଣିପାଗ ରିପୋର୍ଟ ଜାଣନ୍ତୁ ।

ମେଲବର୍ଣ୍ଣ ପାଣିପାଗ ରିପୋର୍ଟ
ମେଲବର୍ଣ୍ଣ ପାଣିପାଗ ରିପୋର୍ଟ

ଅଷ୍ଟ୍ରେଲିଆ ପାଣିପାଗ ରିପୋର୍ଟ ଅନୁଯାୟୀ ମେଲବର୍ଣ୍ଣରେ ଆଶିଂକ ଭାବରେ ଆକାଶରେ ବାଦଲ ରହିବାର ସମ୍ଭାବନା ରହିଛି । ଉତ୍ତର ଓ ଉତ୍ତରପୂର୍ବ ଅଞ୍ଚଳରେ ୫୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟାନ୍ୟ ସ୍ଥାନରେ ୩୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଜିମ୍ବାୱେ ବନାମ ଭାରତ ମ୍ୟାଚ ଭାରତୀୟ ସମୟ ୧.୩୦ ରେ ହେବ । ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୭ ଟାରେ ମେଲବର୍ଣ୍ଣରେ ଖେଳ ଆରମ୍ଭ ହେବ । ସେହି ସମୟରେ ବର୍ଷା ହେବାର ସମ୍ଭାବନା ବହୁତ କମ ରହିଛି ବୋଲି ପୂର୍ବାନୁମାନ କରିଛି ଅଷ୍ଟ୍ରେଲିଆ ପାଣିପାଗ ବିଭାଗ ।

ସୁପର ୧୨ ପର୍ଯ୍ୟାୟରେ ଗ୍ରୁପ ୨ ରେ ଥିବା ସମସ୍ତ ଦଳ ଚାରୋଟି ମ୍ୟାଚ ଖେଳିସାରିଛନ୍ତି । ହେଲେ ସବୁଠୁ ବଡ କଥା ହେଲା ଗ୍ରୁପ ୨ ରୁ କେଉଁ ଦୁଇଟି ଦଳ ସେମି ଫାଇନାଲ ଟିକଟ୍ କିଏ ହାତେଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଭାରତ ଏଯାବତ୍ ୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସୁପର ୧୨ ପର୍ଯ୍ୟାୟରେ ଭାରତ ଆଉ ଗୋଟିଏ ମ୍ୟାଚ ଖେଳିବ । ଏହା ପରେ ଭାରତ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବା ନେଇ ଚିତ୍ର ସ୍ପଷ୍ଟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.