ହାଇଦ୍ରାବାଦ: ଶ୍ରୀଲଙ୍କା କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ 100 ତମ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । 100 ଟେଷ୍ଟ ମ୍ୟାଚ୍ ଖେଳିବାର ଶ୍ରୀଲଙ୍କାର ଷଷ୍ଠତମ କ୍ରିକେଟର ହୋଇ ପାରିଛନ୍ତି ମାଥ୍ୟୁସ୍ । ଏହି ଉପଲବ୍ଧି ପରେ ଶ୍ରୀଲଙ୍କା ବୋଲିଂ କୋଚ ଚାମିନ୍ଦା ଭାସ୍ ଆଞ୍ଜେଲୋ ମାଥ୍ୟୁସଙ୍କୁ ଏକ ସ୍ବତନ୍ତ୍ର କ୍ୟାପ୍ ଦେଇ ସମ୍ମାନିତ କରିଛନ୍ତି । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଟ୍ବିଟ କରି ସୂଚନା ଦେଇଛି ।
-
📸 Presentation: Angelo Mathews receives commemorative cap and a special gift before play to mark his 100th Test for 🇱🇰.#AM100 pic.twitter.com/Q14keDxL4A
— Sri Lanka Cricket 🇱🇰 (@OfficialSLC) July 24, 2022 " class="align-text-top noRightClick twitterSection" data="
">📸 Presentation: Angelo Mathews receives commemorative cap and a special gift before play to mark his 100th Test for 🇱🇰.#AM100 pic.twitter.com/Q14keDxL4A
— Sri Lanka Cricket 🇱🇰 (@OfficialSLC) July 24, 2022📸 Presentation: Angelo Mathews receives commemorative cap and a special gift before play to mark his 100th Test for 🇱🇰.#AM100 pic.twitter.com/Q14keDxL4A
— Sri Lanka Cricket 🇱🇰 (@OfficialSLC) July 24, 2022
ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଟ୍ବିଟ୍ କରିଛି ଯେ, "ଆଞ୍ଜେଲୋ ମାଥ୍ୟୁସଙ୍କ 100ତମ ଟେଷ୍ଟ ମ୍ୟାଚ୍ ଖେଳିବା ଅବସରରେ ତାଙ୍କୁ ଏକ ସ୍ମାରକ ଟୋପି ପ୍ରଦାନ କରାଯିବା ସହିତ ବିଶେଷ ଉପହାର ଦିଆଯାଇ ସମ୍ମାନିତ କରାଯାଇଛି ।" 2009 ମସିହା ଜୁଲାଇ 4 ତାରିଖରେ ଏଞ୍ଜେଲୋ ମାଥ୍ୟୁସ ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ଗାଲେ ଷ୍ଟାଡିୟମରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେ 100ଟି ଟେଷ୍ଟ ମ୍ୟାଚ୍ ଖେଳି ଏପର୍ଯ୍ୟନ୍ତ 6918 ରନ୍ ସଂଗ୍ରହ କରିଛନ୍ତି ।
ଆଞ୍ଜେଲୋ ମାଥ୍ୟୁସଙ୍କ ପୂର୍ବରୁ ୫ ଜଣ ଶ୍ରୀଲଙ୍କା କ୍ରିକେଟର 100ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ମାହେଲା ଜୟବର୍ଦ୍ଧନ ସର୍ବାଧିକ 149ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେହିପରି କୁମାର ସାଙ୍ଗାକାରା 134ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ମୁଥିଆ ମୁରଲିଧରନ 133ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେହିପରି ଚାମିନ୍ଦା ଭାସ୍ 111ଟି ଏବଂ ସନଥ ଜୟସୂରିଆ 110ଟି ଟେଷ୍ଟ୍ ମ୍ୟାଚ ଖେଳିଛନ୍ତି ।