ETV Bharat / sports

IPL ଫ୍ରାଞ୍ଜାଇଜ କିଣିବାକୁ ଆଗ୍ରହୀ ବିଶ୍ବର ଏହି ପ୍ରତିଷ୍ଠିତ ଫୁଟବଲ୍‌ କ୍ଳବ୍‌ର ମାଲିକ - ipl new team news

ଫୁଟବଲର ଲୋକପ୍ରିୟ କ୍ଳବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମାଲିକ ଗ୍ଳେଜର ଫ୍ୟାମିଲି, ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ଅଂଶ ହେବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

manchester united owner glazer family shows interest in ipl franchise
IPL ଫ୍ରାଞ୍ଜାଇଜର କିଣିବାକୁ ଆଗ୍ରହୀ ବିଶ୍ବର ଏହି ପ୍ରତିଷ୍ଠିତ ଫୁଟବଲ୍‌ କ୍ଳବ୍‌ର ମାଲିକ
author img

By

Published : Oct 21, 2021, 5:24 PM IST

Updated : Oct 21, 2021, 6:48 PM IST

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ବିଶ୍ବର ବୃହତ ଓ ଚର୍ଚ୍ଚିତ ଟି-୨୦ କ୍ରିକେଟ ଲିଗ୍‌ । ଏହି କାରଣରୁ ବିଶ୍ବର ପ୍ରାୟ ସମସ୍ତ ଷ୍ଟାର କ୍ରିକେଟର ଏହି ଲିଗ୍‌ରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ରହିଥାନ୍ତି । କେବଳ ଖେଳାଳି ନୁହଁନ୍ତି ବରଂ ବିଶ୍ବର ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥା ଗୁଡିକଙ୍କର ନଜର ଏହି ଟୁର୍ଣ୍ଣାମେଣ୍ଟ ଉପରେ ରହିଥାଏ । ଏକ ପ୍ରତିଷ୍ଠିତ ଫୁଟବଲ କ୍ଳବ ମଧ୍ୟ ଏହି କ୍ରମରେ ସାମିଲ ହେବାପରେ ଚର୍ଚ୍ଚାରେ ରହିଛି ।

ଆଇପିଏଲର ୧୫ତମ ସଂସ୍କରଣର ଟୁର୍ଣ୍ଣାମେଣ୍ଟରେ ଦୁଇଟି ନୂଆ ଟିମ ସାମିଲ ହେବେ । ଫୁଟବଲର ପ୍ରଖ୍ୟାତ କ୍ଳବ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମାଲିକ ଗ୍ଳେଜର ଫ୍ୟାମିଲି, ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL)ର ଅଂଶ ହେବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି । ଏହି କାରଣରୁ ବୋଧହୁଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସେପ୍ଟେମ୍ବର ୨୧ରେ ଟେଣ୍ଡର ନିମନ୍ତ୍ରଣ(ITT) କିଣିବା ଅବଧିକୁ ଅକ୍ଟୋବର ୫ ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଘୁଞ୍ଚା ଦିଆଯାଇଥିବା ନେଇ ଘୋଷଣା କରିଥିଲା ।

୨୦୨୨ ସଂସ୍କରଣର ଆଇପିଏଲ୍‌ରେ ଆଉ ଅଧିକ ଦୁଇଟି ଟିମ ସାମିଲ ହେବେ ଅର୍ଥାତ ୮ଟି ଟିମ ବଦଳରେ ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍‌ ଖେଳିବେ । ଦୁଇ ନୂଆ IPL ଟିମର ମାଲିକାନା ଓ ପରିଚାଳନା ଅନୁମତି ହାତେଇବା ପ୍ରକ୍ରିୟା ଟେଣ୍ଡର ପ୍ରକ୍ରିୟାରେ ମାଧ୍ୟମରେ ସ୍ଥିର ହେବ ।

ଅଗଷ୍ଟ ୩୧, ୨୦୨୧ରେ IPLର ପରିଚାଳନା ପରିଷଦ ଇନଭିଟେସନ ଟୁ ଟେଣ୍ଡର(''ITT'') ଡକ୍ୟୁମେଣ୍ଟ କିଣିବାକୁ ବିଜ୍ଞପ୍ତି ଜାରି କରିଥିଲା । ଏହାପରେ ITT ଡକ୍ୟୁମେଣ୍ଟ କିଣି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାର ଶେଷ ତାରିଖ ଅକ୍ଟୋବର ୧୦ ପର୍ଯ୍ୟନ୍ତ କରାଯାଇଥିବା ନେଇ BCCI ସମ୍ପାଦକ ଜୟ ଶାହ ସ୍ପଷ୍ଟ କରିଥିଲେ । ଆଗ୍ରହୀ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ittipl2021@bcci.tvକୁ ଇମେଲ ପଠାଇ ଆବଶ୍ୟକୀୟ ଡକ୍ୟୁମେଣ୍ଟ ହାସଲ କରିପାରିବେ ବୋଲି BCCI ପୂର୍ବରୁ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 21, 2021, 6:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.