କୋଲକାତା: ଗୁରୁବାର 49ତମ ଜନ୍ମଦିନ ପାଳୁଛନ୍ତି ବିସିସିଆଇ ସଭାପତି ତଥା ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ସୌରଭ ଗାଙ୍ଗୁଲି । ଫଳରେ ଗାଙ୍ଗୁଲିଙ୍କ ପାଖକୁ କ୍ରିକେଟର, ରାଜନେତା ଓ ପ୍ରଶଂସକଙ୍କ ଠାରୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଚାନକ ଦାଦାଙ୍କ ବେହାଲାସ୍ଥିତ ବାସଭବନରେ ପହଞ୍ଚିଥିଲେ ଓ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।
ପ୍ରାୟ 45 ମିନିଟ ଗାଙ୍ଗୁଲିଙ୍କ ବାସଭବନରେ ଦିଦି ବିତାଇବା ସହ ପରିବାର ସଦସ୍ୟଙ୍କ ସହ ବାର୍ତ୍ତାଳାପ କରିଥିଲେ ।
ସନ୍ଧ୍ୟା 5.00 ସୁଦ୍ଧା ଗାଙ୍ଗୁଲିଙ୍କ ବାସଭବନରେ ପହଞ୍ଚିଥିଲେ ମମତା । ଫୁଲତୋଡା ଓ ମିଠା ଦେବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଓ ଦୀର୍ଘ ନିରାମୟ ଜୀବନର କାମନା କରିଥିଲେ । ପ୍ରତି ବଦଳରେ ଗାଙ୍ଗୁଲି ମଧ୍ୟ ଦିଦିଙ୍କୁ କିଛି ଉପହାରରେ ଦେଇଥିବା ସୂଚନା ରହିଛି ।
ପୂର୍ବରୁ ଗାଙ୍ଗୁଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ, "ସେ ସଂପୂର୍ଣ୍ଣ ସୁସ୍ଥ ଓ କୌଣସି ଅସୁବିଧା ନାହିଁ । କୋଭିଡ ସମୟରେ ଯେତେ ସମୟ ନୀରବ ରହିବେ ସେତେ ଭଲ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ