ETV Bharat / sports

ଜାତୀୟ ଦଳକୁ ଫେରିବେ ମାଲିଙ୍ଗା, ଖେଳିବେ ଟି20 ବିଶ୍ବକପ

author img

By

Published : May 10, 2021, 9:45 PM IST

Updated : May 10, 2021, 11:00 PM IST

ଟି20 ବିଶ୍ବକପ ପାଇଁ ଜାତୀୟ ଦଳକୁ ଫେରିପାରନ୍ତି ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ ମାଲିଙ୍ଗା । ଅଧିକ ପଢନ୍ତୁ...

Malinga could return to Sri Lanka side to play World T20
ଜାତୀୟ ଦଳକୁ ଫେରିବେ ମାଲିଙ୍ଗା, ଖେଳିବେ ଟି20 ବିଶ୍ବକପ

କାଣ୍ଡି: ଟି20 ବିଶ୍ବକପ ପାଇଁ ଜାତୀୟ ଦଳକୁ ଫେରିପାରନ୍ତି ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ ମାଲିଙ୍ଗା । ଏହା କହିଛନ୍ତି, ଶ୍ରୀଲଙ୍କାର ଜାତୀୟ ଚୟନକର୍ତ୍ତା କମିଟି ଅଧକ୍ଷ୍ୟ ପ୍ରମୋଦ୍ୟ ବିକ୍ରମାସିଂଘେ ।

"ଖୁବ ଶ୍ରୀଘ୍ର ଲସିଥଙ୍କ ସହ କଥା ହେବୁ । ଆଗାମୀ ଟି20 ସିରିଜ ସମେତ ଅକ୍ଟୋବରରେ ଖେଳାଯିବାକୁ ଥିବା ଟି20 ବିଶ୍ବକପରେ ଟିମରେ ମାଲିଙ୍ଗାଙ୍କୁ ସାମିଲ ନେଇ ଯୋଜନା ରହିଛି ।" ଏହା କହିଛନ୍ତି, ବିକ୍ରମାସିଂଘେ ।

2023 ଦିନିକିଆ ବିଶ୍ବକପ ପାଇଁ ମଧ୍ୟ ମାଲିଙ୍ଗାଙ୍କୁ ନେଇ ଯୋଜନା କରୁଛି ଶ୍ରୀଲଙ୍କା । ମାତ୍ର ବୟସ ଓ ଫିଟନେସ୍‌ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିକ୍ରମାସିଂଘେ ।

ଅନ୍ତର୍ଜାତୀୟ ଦିନିକିଆରୁ ସନ୍ୟାସ ଘୋଷଣା କରିସାରିଥିବା ମାଲିଙ୍ଗା, ଆଇପିଏଲ 2021 ନିଲାମ ପୂର୍ବରୁ ଆଇପିଏଲ ଫ୍ରାଞ୍ଜାଇଜ ମୁମ୍ବାଇ ଇଣ୍ଡିଆନ୍ସ ଦ୍ବାରା ରିଲିଜ ହୋଇଥିଲେ । ତେବେ ମାଲିଙ୍ଗାଙ୍କ ନାମରେ 122ଟି ମ୍ୟାଚରୁ 170ଟି ୱିକେଟ ରହିଛି ।

2008ରୁ ଆଇପିଏଲର ଉଦ୍‌ଘାଟନୀ ସଂସ୍କରଣ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ଥିଲେ ମାଲିଙ୍ଗା । ୨୦୧୪ ଫାଇନାଲ୍‌ରେ ଭାରତକୁ ହରାଇ ଶ୍ରୀଲଙ୍କା ଟି-୨୦ ବିଶ୍ଵକପ୍ ବିଜୟୀ ହୋଇଥିଲା ।2021 ଓ 2022ରେ ଟି20 ବିଶ୍ବକପ ଖେଳାଯିବାକୁ ଥିବାରୁ ଭେଟେରାନ ମାଲିଙ୍ଗାଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଲକ୍ଷ୍ୟରେ ରହିଛି ଶ୍ରୀଲଙ୍କା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 10, 2021, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.