ETV Bharat / sports

Ind vs NZ: ମୁମ୍ବାଇ ଟେଷ୍ଟକୁ ମିଳିଲା ଶତପ୍ରତିଶତ ଦର୍ଶକ ଅନୁମତି - india vs new zealand

Ind vs NZ: ମୁମ୍ବାଇ ଟେଷ୍ଟକୁ ମିଳିଲା ଶତପ୍ରତିଶତ ଦର୍ଶକ ଅନୁମତି । ଅଧିକ ପଢନ୍ତୁ

Maharashtra Government allows 100 per cent seating capacity for second Ind-NZ Test
Ind vs NZ: ମୁମ୍ବାଇ ଟେଷ୍ଟକୁ ମିଳିଲା ଶତପ୍ରତିଶତ ଦର୍ଶକ ଅନୁମତି
author img

By

Published : Nov 14, 2021, 4:45 PM IST

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ମୁମ୍ବାଇରେ ଖେଳାଯିବାକୁ ଥିବା ଭାରତ ଓ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍‌ରେ ଷ୍ଟାଡିୟମରେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି । ମୁମ୍ବାଇ କ୍ରିକେଟ ଆସୋସିଏସନର(MCA)ର ଆବେଦନ ଉପରେ ମୋହର ମାରିଛନ୍ତି ମହାରାଷ୍ଟ୍ର ସରକାର । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦୁଇଟିକିଆ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ । ଡିସେମ୍ବର ୩ରୁ ଏହି ବହୁପ୍ରତିକ୍ଷୀତ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି ।

MCA'ର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଭାରତୀୟ ଖେଳାଳିଙ୍କ ପାଇଁ ପ୍ରସ୍ତୁତି କ୍ୟାମ୍ପ୍‌ର ଆୟାଜନ କରିବା ନେଇ ସ୍ପଷ୍ଟ ହୋଇଛି । ଏହି କ୍ୟାମ୍ପ୍‌ରେ ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା, ଉମେଶ ଯାଦବ, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍‌ ଓ ରିଦ୍ଧିମାନ ଶାହା ସାମିଲ ହେବ ।

ପୂର୍ବରୁ MCA ପକ୍ଷରୁ ଏକ ଚିଠି ମାଧ୍ୟମରେ ୧୦୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଯାହାକୁ ମହାରାଷ୍ଟ୍ର ସରକାର ଗ୍ରୀନ ସିଗନାଲ୍‌ ଜଣାଇଛନ୍ତି ।

ନ୍ୟୁଜିଲାଣ୍ଡ ପ୍ରଥମେ ଟିମ ଇଣ୍ଡିଆ ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଏହାପରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ନଭେମ୍ବର ୧୭ରେ ଜୟପୁରରେ ପ୍ରଥମ ଟି-୨୦, ନଭେମ୍ବର ୧୯ରେ ଦ୍ବିତୀୟ ଟି-୨୦ ଓ ନଭେମ୍ବର ୨୧ରେ କୋଲକାତାରେ ତୃତୀୟ ମ୍ୟାଚ୍‌ ଖେଳାଯିବ ।

ପରେ ଦୁଇଟି ଟେଷ୍ଟ ନଭେମ୍ବର ୨୫-୨୯ କାନପୁର୍‌ରେ ଓ ପରେ ଡିସେମ୍ବର ୩-୭ ମୁମ୍ବାଇରେ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.