ETV Bharat / sports

IPL 2022: ଆଚରଣ ବିଧି ଉଲ୍ଲଂଘନ, ରାହୁଲଙ୍କ କଟିଲା ୨୦ ପ୍ରତିଶତ ମ୍ୟାଚ୍‌ ଫି - ଆଇପିଏଲ ୨୦୨୨ ଲାଟେଷ୍ଟ ଖବର

IPL 2022ର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେ.ଏଲ ରାହୁଲଙ୍କ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

IPL 2022: ଆଚରଣ ବିଧି ଉଲ୍ଲଂଘନ, ରାହୁଲଙ୍କ କଟିଲା ୨୦ ପ୍ରତିଶତ ମ୍ୟାଚ୍‌ ଫି

author img

By

Published : Apr 20, 2022, 6:55 PM IST

ମୁମ୍ବାଇ: IPL 2022ର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେ.ଏଲ ରାହୁଲଙ୍କ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ରାହୁଲଙ୍କ ୨୦ ପ୍ରତିଶତ ମ୍ୟାଚ୍‌ ଫିସ୍‌କୁ କାଟି ଦିଆଯାଇଛି । ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋନିସ୍‌ଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି ମ୍ୟାଚ୍‌ ରେଫରୀ ।

ଆଚାର ସଂହିତାର ସେ ଲେବଲ-୧ ନିୟମ ଉଲ୍ଲଂଘନ କରିଛନ୍ତି । କେ.ଏଲ୍‌ ରାହୁଲଙ୍କ ସହ ଲକ୍ଷ୍ନୌର ବିଦେଶୀ ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋନିସ୍‌ଙ୍କୁ ତାଗିଦ କରାଯାଇଛି । କେ.ଏଲ୍‌ ରାହୁଲଙ୍କ ସହ ମାର୍କସ ଷ୍ଟୋନିସ ମଧ୍ୟ ନିଜ ଭୁଲ୍‌ ସ୍ବୀକାର କରି ସାରିଛନ୍ତି ।

RCB ବିପକ୍ଷରେ LSG 18 ରନ୍‌ରେ ପରାଜିତ ହୋଇଥିଲା । RCB ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଲଢ଼ୁଆ ଇନିଂସ ବଳରେ ବାଙ୍ଗାଲୋର ୨୧୭ ରନ୍‌ କରିଥିଲା । ଜବାବରେ ଲକ୍ଷ୍ନୌ ଦଳ ୨୧୦ ରନ୍‌ ହିଁ କରି ପାରିଥିଲା । ବର୍ତ୍ତମାନ ପଏଣ୍ଟ ଟେବୁଲରେ ଲକ୍ଷ୍ନୌ ଚୁତର୍ଥ ସ୍ଥାନରେ ଥିବାବେଳେ ବାଙ୍ଗାଲୋର ଦ୍ବିତୀୟ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.