ETV Bharat / sports

ଗମ୍ଭୀରଙ୍କୁ କଟାକ୍ଷ ପଡ଼ିଲା ମହଙ୍ଗା, ଶ୍ରୀସାନ୍ତଙ୍କୁ ନୋଟିସ ଜାରି କଲା LLC

author img

By ETV Bharat Odisha Team

Published : Dec 8, 2023, 8:04 PM IST

S Sreesanth and Gautam Gambhir controversy: ଲିଜେଣ୍ଡ୍ସ ଲିଗ୍‌ରେ ଗୌତମ ଗମ୍ଭୀରଙ୍କ ସହ ଝଗଡ଼ା ପରେ ସୋସିଆଲ୍‌ ମିଡିଆରେ ତାଙ୍କୁ ନେଇ କଟାକ୍ଷ କରିବା ପଡ଼ିଲା ମହଙ୍ଗା । ଏସ୍‌ ଶ୍ରୀସାନ୍ତଙ୍କୁ ନୋଟିସ୍‌ ଜାରି କଲେ LLC କମିଶନର । ଅଧିକ ପଢ଼ନ୍ତୁ

ଏସ୍‌ ଶ୍ରୀସାନ୍ତଙ୍କୁ ନୋଟିସ ଜାରି କଲା LLC
ଏସ୍‌ ଶ୍ରୀସାନ୍ତଙ୍କୁ ନୋଟିସ ଜାରି କଲା LLC

ନୂଆଦିଲ୍ଲୀ: ଲିଜେଣ୍ଡ୍ସ ଲିଗ୍‌ରେ ଦୁଇ ପୂର୍ବତନ କ୍ରିକେଟର ମୁହାଁମୁହିଁ ହେବା ଘଟଣା ଏବେ ଖୁବ ଚର୍ଚ୍ଚାରେ ରହିଛି । କ୍ରିକେଟ୍‌ ମ୍ୟାଚ୍‌ ବେଳେ ଅଧିକାଂଶ ସମୟରେ ବିବାଦରେ ରହୁଥିବା ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟର ଗୌତମ ଗମ୍ଭୀର ଏବେ ପୂର୍ବତନ ଦ୍ରୁତ ବୋଲର ଏସ୍‌ ଶ୍ରୀସାନ୍ତଙ୍କ ସହିତ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ୨୦୨୩ର ଏଲିମିନେଟର ମ୍ୟାଚରେ ଦୁହିଁଙ୍କ ମଧ୍ୟରେ ଏହି ବିବାଦ ଉପୁଜିଥିଲା । ପରବର୍ତ୍ତୀ ସମୟରେ ଉଭୟ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ । ହେଲେ ସୋସିଆଲ୍‌ ମିଡିଆରେ ଭିଡିଓ ଜାରି କରି ଗମ୍ଭୀରଙ୍କୁ କଟାକ୍ଷ କରିଥିଲେ ଶ୍ରୀସାନ୍ତ । ଏହା ତାଙ୍କୁ ମହଙ୍ଗା ପଡ଼ିଛି । LLC (ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ) କମିଶନର ସର୍ତ୍ତର ଭଙ୍ଗ ଅଭିଯୋଗରେ ଶ୍ରୀସାନ୍ତଙ୍କ ନିକଟକୁ ନୋଟିସ ଜାରି କରିଛନ୍ତି ।

ପ୍ରକାଶଯୋଗ୍ୟ, ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ୨୦୨୩ର ଏଲିମିନେଟର ମ୍ୟାଚ୍‌ ଇଣ୍ଡିଆ କ୍ୟାପିଟାଲ ଓ ଗୁଜୁରାଟ ଜାଏଣ୍ଟ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଯେତେବେଳେ ଦିଲ୍ଲୀ କ୍ୟାପିଟାଲ୍‌ ବ୍ୟାଟିଂ କରୁଥିଲା, ସେତେବେଳେ ଏହାର ବ୍ୟାଟର ଗୌତମ ଗମ୍ଭୀର ୫ ଓଭର ପରେ ଏକ ସିଙ୍ଗିଲ୍‌ ନେବା ସମୟରେ ଏସ୍‌ ଶ୍ରୀସାନ୍ତଙ୍କ ସହ ତାଙ୍କର ତୀବ୍ର ଯୁକ୍ତିତର୍କ ହୋଇଥିଲା । ଏହାପରେ ଦୁହେଁ ପରସ୍ପରର ନିକଟତର ହୋଇ ପରସ୍ପରକୁ କିଛି କହିବା ଆରମ୍ଭ କରିଥିଲେ । ଏହି ଦୁଇ ଭାରତୀୟ କ୍ରିକେଟର ମୁହାଁମୁହିଁ ହେବା ପରେ ଶେଷରେ ସାଥୀ ଖେଳାଳି ଓ ଅମ୍ପାୟାର ଦୁହିଁଙ୍କୁ ଅଲଗା କରିଥିଲେ । ଯାହର ଭିଡିଓ ଏବେ ମଧ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ଏହା ମଧ୍ୟ ପଢ଼ନ୍ତୁ...ଗମ୍ଭୀରଙ୍କୁ ମିଷ୍ଟର ଫାଇଟର କହିଲେ ଶ୍ରୀସାନ୍ତ, ଏମିତି ଜବାବ ଦେଲେ କ୍ରିକେଟର

ଏହି ଘଟଣାକୁ କେନ୍ଦ୍ର କରି ଶ୍ରୀଶାନ୍ତ ନିଜ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଗମ୍ଭୀରଙ୍କୁ କଟାକ୍ଷ କରିଥିଲେ । ଏହି ଭିଡିଓରେ ଗମ୍ଭୀରଙ୍କୁ 'ମିଷ୍ଟର ଫାଇଟର' ବୋଲି ସମ୍ବୋଧନ କରିଥିଲେ ଶ୍ରୀସାନ୍ତ । ତେବେ ଏଭଳି କଟାକ୍ଷ ଏହି ଭାରତୀୟ ବୋଲରଙ୍କୁ ମହଙ୍ଗା ପଡ଼ିଛି । ଶ୍ରୀଶାନ୍ତଙ୍କ ପାଖକୁ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ ପକ୍ଷରୁ ଏକ ଲିଗାଲ ନୋଟିସ ପଠାଯାଇଛି । ଏହି ନୋଟିସରେ ଲେଖାଯାଇଛି, "LLC କଣ୍ଟ୍ରାକ୍ଟରେ ଥିବା ସର୍ତ୍ତର ଭଙ୍ଗ କରାଯାଇଛି । ଏସ୍‌ ଶ୍ରୀଶାନ୍ତ ଯେପର୍ଯ୍ୟନ୍ତ ଗମ୍ଭୀରଙ୍କୁ କଟାକ୍ଷ କରିଥିବା ପୋଷ୍ଟ ସୋସିଆଲ୍‌ ମିଡିଆରୁ ହଟାଇବେ ନାହିଁ, ସେପର୍ଯ୍ୟନ୍ତ ତାଙ୍କର ପକ୍ଷ ଗ୍ରହଣ କରାଯିବ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.