କଲମ୍ବୋ: ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁଶଲ ଜନିଥ ପରେରା COVID-19 ପଜିଟିଭ ଚିହ୍ନଟ । ସେପ୍ଟେମ୍ବରରେ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।
ଦକ୍ଷିଣ ଆଫ୍ରିକା ସିରିଜ ପାଇଁ କଲମ୍ବୋରେ ଟ୍ରେନିଂ ଆରମ୍ଭ କରିବ ଶ୍ରୀଲଙ୍କା ଟିମ । ତେବେ ଟ୍ରେନିଂ ଆରମ୍ଭ ପୂର୍ବରୁ ୱିକେଟକିପର-ବ୍ୟାଟ୍ସମ୍ୟାନ ପରେରାଙ୍କ RT-PCR ଟେଷ୍ଟ ରିପୋର୍ଟ ପଜିଟିଭ ରହିଛି ।
ଗତ ଜୁନରେ ଶ୍ରୀଲଙ୍କାର ଇଂଲଣ୍ଡ ଗସ୍ତରେ ପରେରା ନେତୃତ୍ବ ନେଇଥିଲେ । ତେବେ କାନ୍ଧରେ ଆଘାତ କାରଣରୁ ଭାରତ ବିପକ୍ଷ ସୀମିତ ଓଭର ସିରିଜ ଖେଳିପାରିନଥିଲେ ।
ସେପ୍ଟେମ୍ବର ୨ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଏହି ସିରିଜରେ ଟିମକୁ ଫେରିବାରୁ ଲକ୍ଷ୍ୟ ରଖିଛନ୍ତି ପରେରା । COVID-19 ପଜିଟିଭ ଚିହ୍ନଟ ପରେ ମେଡିକାଲ ପ୍ରୋଟୋକଲରେ ପରେରା ରହିଥିବା ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ଘୋଷଣା କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ