ETV Bharat / sports

World Cup 2023: ଉଦଘାଟନୀ ମ୍ୟାଚରେ ଫିଲ୍ଡ ଅମ୍ପାୟାର ରହିବେ ନୀତିନ ଓ ଧର୍ମସେନା - ଫିଲ୍ଡ ଅମ୍ପାୟାର ରହିବେ ନୀତିନ ଓ ଧର୍ମସେନା

ବିଶ୍ବକପ ଉଦଘାଟନୀ ମ୍ୟାଚ୍‌ରେ ଫିଲ୍ଡ ଅମ୍ପାୟାର ରହିବେ ଭାରତର ନୀତିନ ମେନନ ଓ ଶ୍ରୀଲଙ୍କାର ଧର୍ମସେନା । ଅଧିକ ପଢ଼ନ୍ତୁ

World Cup 2023
World Cup 2023
author img

By ETV Bharat Odisha Team

Published : Sep 26, 2023, 10:49 AM IST

ହାଇଦ୍ରାବାଦ: ସେପ୍ଟେମ୍ବର 5 ତାରିଖରୁ ଆରମ୍ଭ ହେବ ଆଇଆଇସି ପୁରୁଷ ବିଶ୍ବକପ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଆଉ ମାତ୍ର 8 ଦିନ ବାକି ରହିଛି। ଶୁକ୍ରବାର ଠାରୁ ଆରମ୍ଭ ହୋଇଯିବ ଅଭ୍ୟାସ ମ୍ୟାଚ । ଏହା ପୂର୍ବରୁ ଭାରତରେ ପହଞ୍ଚିବେ ବିଦେଶ ଖେଳାଳି । ବିଶ୍ବକପ ଉଦଘାଟନୀ ମ୍ୟାଚ୍‌ ପରିଚାଳନା ପାଇଁ ଅମ୍ପାୟାରଙ୍କ ନାମ ICC ପକ୍ଷରୁ ଘୋଷଣା ହୋଇଛି । ପ୍ରଥମେ ଅହମ୍ମଦାବାଦ ଷ୍ଟାଡିୟମରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚରେ ଭାରତର ନୀତିନ ମେନନ ଓ ଶ୍ରୀଲଙ୍କାର କୁମାର ଧର୍ମସେନା ଫିଲ୍ଡ ଅମ୍ପାୟାର ରହିବେ ବୋଲି ICC ପକ୍ଷରୁ କୁହାଯାଇଛି ।

ସେହିପରି ଟିଭି ଅମ୍ପେୟାର ଭାବେ ପଲ ଓ୍ବିଲସଲ, ଚତୁର୍ଥ ଅମ୍ପାୟାର ଭାବେ ବାଂଲାଦେଶର ଶାରଫୁଦ୍ଦୌଲା ଇବ୍‌ନେ ସହିଦ ଓ ମ୍ୟାଚ୍‌ ରେଫରୀ ଭାବେ ଭାରତର ଜଭାଗଲ ଶ୍ରୀନାଥଙ୍କୁ ନିଯୁକ୍ତି କରାଯାଇଛି । ପୂର୍ବରୁ ଧର୍ମସେନା ICC ପୁରୁଷ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରିଂ ଦାୟିତ୍ବ ତୁଲାଇ ଥିଲେ । ICC ପୁରୁଷ ବିଶ୍ବକପ୍‌ ପରିଚାଳନା ପାଇଁ 4ଜଣ ମ୍ୟାଚ୍‌ ରେଫରି ଓ 16 ଜଣ ଅମ୍ପାୟାରଙ୍କୁ ନିଯୁକ୍ତି ମିଳିଛି । 16 ଜଣଙ୍କ ମଧ୍ୟରୁ 6 ଜଣ ଦିନିକିଆ ବିଶ୍ବକପରେ ପଦାର୍ପଣ କରିବେ। ଗତ ବର୍ଷ ଟି 20 ବିଶ୍ବକପ ପରିଚାଳନା କରିଥିବା ଅମ୍ପାୟାରଙ୍କ ମଧ୍ୟରୁ 14 ଜଣ ଦିନିକିଆ ବିଶ୍ବକପରେ ରହିଛନ୍ତି । ନୂଆ ଅମ୍ପାୟାରଙ୍କ ମଧ୍ୟରେ ସହିଦ ଓ ଆଲେକ୍ସ ହ୍ବାର୍ଫ ସମ୍ପୂର୍ଣ୍ଣ ନୂଆ ଅମ୍ପାୟାର ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-World Cup 2023: ମିଳିଲା ଭିସା, ବୁଧବାର ଭାରତରେ ପହଞ୍ଚିବେ ପାକିସ୍ତାନ ଖେଳାଳି

ଚଳିତ ମାସ 8 ତାରିଖ ଦିନ ବିଶ୍ବକପ ପାଇଁ ICC 20 ଜଣିଆ ମ୍ୟାଚ୍ ଅଫିସିଆଲ୍ସଙ୍କ ନାମ ଘୋଷଣା କରିଥିଲା । ଏହି ତାଲିକାରେ 16 ଜଣ ଅମ୍ପାୟାର ଓ 4 ମ୍ୟାଚ୍‌ ରେଫ୍‌ରୀ ରହିଥିଲେ । ଖାସ୍ କଥା ହେଉଛି ଏମାନଙ୍କ ମଧ୍ୟରୁ 12 ଜଣ ଅମ୍ପାୟାର ICCର ଏମିରେଟ୍ସ ଏଲିଟ୍ ପ୍ୟାନେଲରୁ ଆସିଛନ୍ତି । ଅବଶିଷ୍ଟ 4 ଅମ୍ପାୟର ଶାରଫୁଦ୍ଦୌଲା ଇବ୍‌ନେ ସହିଦ (ବାଂଲାଦେଶ), ପଲ୍ ୱିଲ୍‌ସନ୍‌ (ଅଷ୍ଟ୍ରେଲିଆ), ଆଲେକ୍ସ ୱାର୍ଫ (ଇଂଲଣ୍ଡ) ଏବଂ କ୍ରିସ୍‌ ବ୍ରାଉନ (ନ୍ୟୁଜିଲ୍ୟାଣ୍ଡ) ଏମର୍ଜିଂ ଅମ୍ପାୟାର ପ୍ୟାନେଲର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ବିଶ୍ବକପ୍‌ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଘୋଷିତ ଅମ୍ପାୟାର: ମାଇକେଲ୍ ଗଫ୍ (ଇଂଲଣ୍ଡ), ଖ୍ରୀଷ୍ଟୋଫର୍ ଗ୍ୟାଫ୍‌ନୀ (ନ୍ୟୁଜିଲାଣ୍ଡ), କୁମାର ଧର୍ମସେନା (ଶ୍ରୀଲଙ୍କା), ନୀତିନ ମେନନ୍ (ଭାରତ), ପଲ୍ ରାଇଫଲ୍ (ଅଷ୍ଟ୍ରେଲିଆ), ରିଚାର୍ଡ ଇଲିଂୱର୍ଥ (ଇଂଲଣ୍ଡ), ରିଚାର୍ଡ କେଟଲବୋରୋ (ଇଂଲଣ୍ଡ), ରଡ୍ ଟକ୍କର୍ (ଅଷ୍ଟ୍ରେଲିଆ), ଜୋଏଲ୍ ୱିଲ୍‌ସନ୍‌ (ୱେଷ୍ଟଇଣ୍ଡିଜ୍), ଏହସାନ୍ ରଜା (ପାକିସ୍ତାନ), ମାରାଇସ୍ ଏରାସ୍ମସ (ସାଉଥ୍‌ ଆଫ୍ରିକା), ଆଡ୍ରିଆନ୍ ହୋଲ୍ଡଷ୍ଟକ୍ (ସାଉଥ୍‌ ଆଫ୍ରିକା), ଶାରଫୁଦ୍ଦୌଲା ଇବ୍ନୋ ଶାହିଦ୍ (ବାଂଲାଦେଶ), ଆଲେକ୍ସ ୱାର୍ଫ (ଇଂଲଣ୍ଡ), କ୍ରିସ ବ୍ରାଉନ (ନ୍ୟୁଜିଲାଣ୍ଡ), ପଲ୍‌ ୱିଲ୍‌ସନ (ଅଷ୍ଟ୍ରେଲିଆ) ।

ମ୍ୟାଚ୍ ରେଫ୍‌ରୀ: ଆଣ୍ଡି ପାଇକ୍ରଫ୍ଟ (ଜିମ୍ବାୱେ), ରିଚି ରିଚାର୍ଡସନ (ୱେଷ୍ଟଇଣ୍ଡିଜ୍), ଜେଫ୍ କ୍ରୋ (ନ୍ୟୁଜିଲାଣ୍ଡ), ଜଭାଗଲ ଶ୍ରୀନାଥ (ଭାରତ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.