ETV Bharat / sports

ICC Test Rankings: ପଞ୍ଚମ ସ୍ଥାନକୁ ଖସିଲେ ବିରାଟ କୋହଲି - ଜଶପ୍ରୀତ ବୁମରା

ICC ପକ୍ଷରୁ ଟେଷ୍ଟ ଓ ଟି-୨୦ ରାଙ୍କି ତାଲିକା ପ୍ରକାଶ ପାଇଛି । ନୂଆ ରାଙ୍କି ଅନୁଯାୟୀ ଟେଷ୍ଟ ବ୍ୟାଟସମ୍ୟାନ ରାଙ୍କିରେ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ଅଧିକ ପଢ଼ନ୍ତୁ...

ICC Test Rankings: ପଞ୍ଚମ ସ୍ଥାନକୁ ଖସିଲେ ବିରାଟ କୋହଲି

author img

By

Published : Aug 11, 2021, 8:06 PM IST

ଦୁବାଇ: ICC ପକ୍ଷରୁ ଟେଷ୍ଟ ଓ ଟି-୨୦ ରାଙ୍କି ତାଲିକା ପ୍ରକାଶ ପାଇଛି । ନୂଆ ରାଙ୍କି ଅନୁଯାୟୀ ଟେଷ୍ଟ ବ୍ୟାଟସମ୍ୟାନ ରାଙ୍କି ରେ ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ସେପଟେ ଟେଷ୍ଟ ବୋଲିଂ ରାଙ୍କି ରେ ୧୦ଟି ସ୍ଥାନ ଉପରକୁ ଉଠି ପୁଣି ଶ୍ରେଷ୍ଠ ୧୦ ବୋଲରଙ୍କ ସହ ସାମିଲ ହୋଇଛନ୍ତି ଭାରତୀୟ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ପରେ ପ୍ରଥମ ଥର ପାଇଁ ଏହି ତାଲିକା ଜାରି କରିଛି ICC । ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍ ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଶୀର୍ଷରେ ରହିଛନ୍ତି । ଇଂଲଣ୍ଡ ଫାଷ୍ଟ ବୋଲର ଜେମସ୍ ଆଣ୍ଡରସନ ବୋଲର ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି । ଏହି ତାଲିକାର ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ପ୍ୟାଟ କମିନ୍ସ ।

ଇଂଲଣ୍ଡର ଓଲି ରବିନସନ ୪୬ତମ ସ୍ଥାନରୁ ଉଠି ୨୨ତମ ସ୍ଥାନରେ ପହଞ୍ଚିଛନ୍ତି । ସେପଟେ ଭାରତର ଶାର୍ଦ୍ଦୁଲ ଠାକୁର ୧୯ଟି ସ୍ଥାନ ଉପରକୁ ଉଠି ୫୫ତମ ସ୍ଥାନରେ ପହଞ୍ଚିଛନ୍ତି ।

ସେପଟେ ଟି-୨୦ର ଅଲରାଉଣ୍ଡର ରାଙ୍କିରେ ବାଂଲାଦେଶର ସାକିବ-ଅଲ-ହାସନ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଶୀର୍ଷରେ ରହିଛନ୍ତି । ସେ ବ୍ୟାଟସମ୍ୟାନ ତାଲିକାରେ ମଧ୍ୟ ୫୩ତମ ସ୍ଥାନରେ ପହଞ୍ଚିଛନ୍ତି । ସେପେଟ ବାଲାଂଦେଶର ମୁସ୍ତାଫିଜୁର ରେହମାନ ପୁନଃ ସର୍ବଶ୍ରେଷ୍ଠ ୧୦ ଜଣ ବୋଲର ତାଲିକାରେ ସାମିଲ ହୋଇ ପାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.