ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ବାର୍ଷିକ ଖେଳାଳି ଚୁକ୍ତି ତାଲିକା ଘୋଷଣା କରିଛି । ଅକ୍ଟୋବର 2020ରୁ ସେପ୍ଟେମ୍ବର 2021 ପର୍ଯ୍ୟନ୍ତ ସମୟ ଅବଧି ପାଇଁ କ୍ୟାପଟେନ ବିରାଟ କୋହଲି, ରୋହିତ ଶର୍ମା ଓ ଜଶପ୍ରୀତ ବୁମରାଙ୍କୁ ଶୀର୍ଷ ଗ୍ରେଡ୍ରେ ସାମିଲ କରିଛି ବୋର୍ଡ ।
ଏହି ତିନି ଖେଳାଳି ଏ+ ଗ୍ରେଡ୍ରେ ରହିଛନ୍ତି । ଫଳରେ ବାର୍ଷିକ 7 କୋଟି ଟଙ୍କା ଆୟ କରିବେ ।
ସେହିପରି 10ଜଣ ଖେଳାଳି 'ଏ' ଗ୍ରେଡ୍ରେ ରହିଛନ୍ତି ଯେଉଁମାନେ ପ୍ରତ୍ୟେକ 5 କୋଟି ଓ ' ବି' ଗ୍ରେଡ୍ରେ ଥିବା 5ଜଣ ଖେଳାଳି ପ୍ରତ୍ୟେକ 3 କୋଟି ଲେଖାଏଁ ଆୟ କରିବେ ।
10ଜଣ କ୍ରିକେଟର 'ସି' ଗ୍ରେଡ୍ରେ ରହିଛନ୍ତି, ସେମାନେ 1 କୋଟି ଲେଖାଏଁ ଆୟ କରିବେ ।
ନଜର ପକାନ୍ତୁ ସଂପୂର୍ଣ୍ଣ ତାଲିକା ଉପରେ:
ଗ୍ରେଡ ଏ+: ବିରାଟ କୋହଲି, ରୋହିତ ଶର୍ମା ଓ ଜଶପ୍ରୀତ ବୁମରା
ଗ୍ରେଡ ଏ: ଆର ଅଶ୍ବିନ, ରବିନ୍ଦ୍ର ଜାଡେଜା, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଶିଖର ଧାୱନ, କେଏଲ ରାହୁଲ, ମହମ୍ମଦ ସାମି, ଇଶାନ୍ତ ଶର୍ମା, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ।
ଗ୍ରେଡ ବି: ରିଦ୍ଧିମାନ ଶାହା, ଉମେଶ ଯାଦବ, ଭୁବନେଶ୍ବର କୁମାର, ଶାର୍ଦ୍ଦୁଳ ଠାକୁର, ମୟଙ୍କ ଅଗ୍ରୱାଲ ।
ଗ୍ରେଡ ସି: କୁଲଦୀପ ଯାଦବ, ନବଦୀପ ସାଇନି, ଦୀପକ ଚହର, ଶୁଭମନ ଗିଲ, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ ଆୟର, ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ