ମୁମ୍ବାଇ: ଟେଷ୍ଟ ସିରିଜ୍ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଡିସେମ୍ବର ୨୬ ତାରିଖରୁ ଏହି ସିରିଜ୍ ଆରମ୍ଭ ହେବ । ଇଣ୍ଡିଆ ଟେଷ୍ଟ ସ୍କ୍ବାଡ୍ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
-
All buckled up ✌🏻
— BCCI (@BCCI) December 16, 2021 " class="align-text-top noRightClick twitterSection" data="
South Africa bound ✈️🇿🇦#TeamIndia #SAvIND pic.twitter.com/fCzyLzIW0s
">All buckled up ✌🏻
— BCCI (@BCCI) December 16, 2021
South Africa bound ✈️🇿🇦#TeamIndia #SAvIND pic.twitter.com/fCzyLzIW0sAll buckled up ✌🏻
— BCCI (@BCCI) December 16, 2021
South Africa bound ✈️🇿🇦#TeamIndia #SAvIND pic.twitter.com/fCzyLzIW0s
ଅଭ୍ୟାସ ବେଳେ ଆହତ ହେବା ଯୋଗୁଁ ଟେଷ୍ଟ ସିରିଜ୍ରୁ ରୋହିତ ଶର୍ମା ବାଦ ପଡ଼ିଛନ୍ତି । ରୋହିତଙ୍କ ଅନୁପସ୍ଥିତି ଟିମ୍ ଇଣ୍ଡିଆ ଅନୁଭବ କରିବ ବୋଲି କହିଛନ୍ତି ଟେଷ୍ଟ ଅଧିନାୟକ ବିରାଟ କୋହଲି । କେ.ଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଭାରତ ପକ୍ଷରୁ ଓପେନିଂ କରିବେ । ସେପଟେ ରୋହିତଙ୍କ ସ୍ଥାନରେ ବିସିସିଆଇ ଭାରତୀୟ ଦଳରେ ପ୍ରିୟଙ୍କ ପାଞ୍ଚଲଙ୍କୁ ସ୍ଥାନ ଦେଇଛି ।
ଦକ୍ଷିଣ ଆଫ୍ରିକାରେ କୋରୋନାର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମଣ ଯୋଗୁଁ ଏହି ସିରିଜ୍କୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଥିଲା । ତେବେ ଶେଷରେ କୌଣସି ମତେ ଏହି ସିରିଜ ଆୟୋଜନ କରିବାକୁ ଉଭୟ କ୍ରିକେଟ ବୋର୍ଡ ରାଜି ହୋଇଥିଲେ । ଭାରତ ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ସିରିଜ୍ ପରେ ଦିନିକିଆ ସିରିଜ୍ ମଧ୍ୟ ଖେଳିବ । ଜାନୁଆରୀ ୧୯ ତାରିଖରେ ଏହି ସିରିଜ୍ ଆରମ୍ଭ ହେବ ।
ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ବାଡ୍
ବିରାଟ କୋହଲି (ଅଧିନାୟକ), ପ୍ରିୟଙ୍କ ପାଞ୍ଚଲ, କେ.ଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଶ୍ରେୟସ୍ ଆୟର, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍ କିପର), ଋଦ୍ଧିମାନ ଶାହା (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଜଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ