ETV Bharat / sports

Women's T20 World Cup : ୫ ଥର ଚମ୍ପିଆନ ଏହି ଦେଶ, ଭାରତର ଏମିତି ରହିଛି ପ୍ରଦର୍ଶନ

author img

By

Published : Feb 7, 2023, 7:37 AM IST

ମହିଳା ଟି୨୦ ବିଶ୍ବକପର ଏହା ଅଷ୍ଟମ ସଂସ୍କରଣ । ଏଥିରେ ଅଷ୍ଟ୍ରେଲିଆ ସର୍ବାଧିକ ପାଞ୍ଚ ଥର ବିଶ୍ବ ବିଜେତା ବନିଛି । ଅଧିକ ପଢନ୍ତୁ

Women's T20 World Cup
Women's T20 World Cup

ହାଇଦ୍ରାବାଦ: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି୨୦ ବିଶ୍ବକପ । ମହିଳା ଟି୨୦ ବିଶ୍ବକପର ଏହା ଅଷ୍ଟମ ସଂସ୍କରଣ । ବିଶ୍ବକପ ଟାଇଟଲ ହାତେଇବା ପାଇଁ ୧୦ଟି ଦଳ ମଧ୍ୟରେ କଡା ଟକ୍କର ହେବ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟ ଇଣ୍ଡିଜ । ୧୭ ଦିନ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ବିଶ୍ବକପର ଫାଇନାଲ ମ୍ୟାଚ ଫେବୃଆରୀ ୨୬ ତାରିଖରେ ଖେଳାଯିବ । ICC ମହିଳା ଟି୨୦ ବିଶ୍ବକପର ଆୟୋଜକ ଦକ୍ଷିଣ ଆଫ୍ରିକା ରହିଛି । ସମସ୍ତ ଦଳଗୁଡିକ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ଗ୍ରୁପ Aରେ ରହିଛି । ଏହା ସହିତ ଆୟୋଜକ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ବାଂଲାଦେଶ ଏବଂ ଶ୍ରୀଲଙ୍କା କ୍ରିକେଟ ଟିମ୍‌ ରହିଛି । ସେହିପରି ଗ୍ରୁପ Bରେ ରହିଛି ଟିମ୍‌ ଇଣ୍ଡିଆ । ଏହା ସହିତ ପାକିସ୍ତାନ, ଇଂଲଣ୍ଡ, ଆୟରଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଟିମ୍‌ ରହିଛି ।

ଅଷ୍ଟ୍ରେଲିଆ ଟି୨୦ ବିଶ୍ବକପରେ ସର୍ବାଧିକ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି - ମହିଳା ଟି୨୦ ବିଶ୍ବକପ ଇତିହାସରେ ତିନୋଟି ଦେଶ ବିଶ୍ବକପ ଟାଇଟଲ ହାତେଇଛନ୍ତି । ଏପର୍ଯ୍ୟନ୍ତ ଟି୨୦ ବିଶ୍ବକପରେ ସବୁଠୁ ସଫଳ ଦଳ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆ ସର୍ବାଧିକ ପାଞ୍ଚ ଥର ବିଶ୍ବ ବିଜେତା ବନିଛି । ବର୍ଷ ୨୦୧୦, ୨୦୧୨, ୨୦୧୪, ୨୦୧୮ ଏବଂ ୨୦୨୦ ରେ ଖେଳାଯାଇଥିବା ଟି୨୦ ବିଶ୍ବକପ ଟାଇଟଲ ମହିଳା ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ ହାତେଇଥିଲା । ସେହିପରି ଇଂଲଣ୍ଡ ବର୍ଷ ୨୦୦୯ରେ ବିଶ୍ବ ବିଜେତା ବନିଥିଲା । ଏବଂ ୱେଷ୍ଟ ଇଣ୍ଡିଜ ୨୦୧୬ରେ ବିଶ୍ବ ବିଜୟୀ ହୋଇଥିଲା । ସେପଟେ ୱମେନ୍ ଇନ୍ ବ୍ଲୁ ମାତ୍ର ଗୋଟିଏ ଥର ଟି୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିବାର ସକ୍ଷମ ହୋଇଥିଲା ।

ମହିଳା ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣ ୨୦୦୯ ମସିହାରେ ଇଂଲଣ୍ଡରେ ଖେଳାଯାଇଥିଲା । ପ୍ରଥମ ସଂସ୍କରଣରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପ୍ରଥମ ଟି୨୦ ବିଶ୍ବକପ ବିଜେତା ହୋଇଥିଲା । ଫାଇନାଲ ମ୍ୟାଚରେ ଇଂଲଣ୍ଡ ମହିଳା କ୍ରିକେଟ ଟିମ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟାଇଟଲ ହାତେଇଥିଲା । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ବର୍ତ୍ତମାନ ମୋଟ ୫୦ଟି ସ୍ୱୀକୃତିପ୍ରାପ୍ତ ଅଧିକ ମହିଳା କ୍ରିକେଟ ଟିମ ରହିଛନ୍ତି । ହେଲେ ଟି୨୦ ବିଶ୍ବକପ ପାଇଁ ଏଥର ମାତ୍ର ୧୦ ଟିମ କ୍ବାଲିଫାଏ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.