ETV Bharat / sports

Asia Cup 2023: ଅନଫିଟ୍‌ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ, ଷ୍ଟାଣ୍ଡ୍‌ବାଇରେ ସାମ୍‌ସନ୍‌

author img

By

Published : Aug 21, 2023, 9:23 PM IST

ଏସିଆ କପ୍‌ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ତେବେ ଏବେ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳିବାକୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇନଥିଲେ ମଧ୍ୟ କେଏଲ୍‌ ରାହୁଲଙ୍କୁ ଦଳରେ ସ୍ଥାନ ମିଳିଛି । ଯେଉଁଥିପାଇଁ ବ୍ୟାକ୍‌ଅପ୍‌ ୱିକେଟ୍‌କିପର୍‌ ଭାବରେ ସଞ୍ଜୁ ସାମ୍‌ସନଙ୍କୁ ଦଳରେ ନିଆଯାଇଛି ବୋଲି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି । ଅଧିକ ପଢ଼ନ୍ତୁ

ଅନଫିଟ୍‌ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ
ଅନଫିଟ୍‌ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍‌ରଙ୍କ ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବହୁ ମାନସ ମନ୍ଥନ ପରେ ଆଜି (ସୋମବାର) ଭାରତୀୟ ସ୍କ୍ବାଡ୍‌ ଘୋଷଣା କରାଯାଇଛି । ଆହତଜନିତ ସମସ୍ୟା କାରଣରୁ ଦଳରୁ ଦୀର୍ଘଦିନରୁ ଦୂରରେ ଥିବା ୱିକେଟ୍‌କିପର-ବ୍ୟାଟର କେଏଲ୍‌ ରାହୁଲ ଓ ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ ସ୍ଥାନ ମିଳିଛି । ନମ୍ବର ୪ ପାଇଁ ବ୍ୟାଟର ଶ୍ରେୟସ ଆୟର ସମ୍ପୂର୍ଣ୍ଣ ଫିଟ୍ ହୋଇଥିବା ବେଳେ ରାହୁଲ କିନ୍ତୁ ଏବେ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ପୁନଃଥଇଥାନ ଦେଇ ଗତି କରୁଛନ୍ତି । ଏବେ ପର୍ଯ୍ୟନ୍ତ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିଲେ ମଧ୍ୟ ତାଙ୍କୁ ଦଳରେ ସୁଯୋଗ ଦିଆଯାଇଛି । ଅନ୍ୟପଟେ ସଞ୍ଜୁ ସାମ୍‌ସନଙ୍କୁ ବ୍ୟାକଅପ୍ ୱିକେଟ୍ କିପର ଭାବେ ଦଳରେ ରଖା ଯାଇଛି । ତେବେ କେଏଲ୍‌ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ନଥିବା ସତ୍ତ୍ଵେ ଦଳରେ କାହିଁକି ସାମିଲ୍ କରାଗଲା ବୋଲି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବାବେଳେ ଏହାପଛର କାରଣ କହିଛନ୍ତି ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ।

ଏସିଆ କପ୍ ୨୦୨୩ ପାଇଁ ଦଳ ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀରେ ଅଗରକର ଏହାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏନ୍‌ସିଏରେ କିଛି ଅଭ୍ୟାସ ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ଫିଟନେସ୍ ଭଲ ଥିବା ଦେଖିବାକୁ ମିଳିଛି । ଆମେ ଆଶା କରୁଛୁ ଏସିଆ କପ୍ ଆରମ୍ଭ ହେଲାବେଳକୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ସାରିଥିବେ । ସେ ଆମପାଇଁ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି । ତେଣୁ ଆମ ପାଇଁ ଆଶ୍ଵସ୍ତିକର ବିଷୟ ହେଉଛି ତାଙ୍କର ସର୍ଜରୀ ସଫଳ ହୋଇଥିଲା ଏବଂ ଏବେ ତାଙ୍କର ପୁରୁଣା ଆହତଜନିତ ସମସ୍ୟା ଆଉ ନାହିଁ । ତଥାପି ରାହୁଲ ଏସିଆ କପ୍‌ ୨୦୨୩ର ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ଖେଳି ନପାରନ୍ତି । ଏଥିପାଇଁ ଟିମ୍‌ ସହ ସେ ଏବେ ଶ୍ରୀଲଙ୍କା ଗସ୍ତ ମଧ୍ୟ କରିବେନି । ସେଥିପାଇଁ ବ୍ୟାକ୍‌ଅପ୍‌ ୱିକେଟ୍‌କିପର୍‌ ଭାବରେ ସଞ୍ଜୁ ସାମ୍‌ସନଙ୍କୁ ଦଳରେ ନିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ୧୭ ଜଣିଆ ସ୍କ୍ବାଡ୍‌ ଘୋଷଣା କଲା BCCI, ଦଳକୁ ଫେରିଲେ ଏହି ୨ ଷ୍ଟାର ଖେଳାଳି

ପ୍ରକାଶଯୋଗ୍ୟ, ଚଳିତ ମାସ ୩୦ ତାରିଖରୁ ଏସିଆ କପ୍‌ରେ ଆରମ୍ଭ ହେବାକୁ ଥିବା ବେଳେ ଭାରତ ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ । ଏହାପରେ ସେପ୍ଟେମ୍ବର ୪ ତାରିଖରେ ନେପାଳ ବିପକ୍ଷରେ ଦ୍ଵିତୀୟ ମ୍ୟାଚ୍ ଖେଳିବ ଭାରତ । ଯଦି ପ୍ରଥମ ଦୁଇଟି ମ୍ୟାଚ୍‌ରେ ରାହୁଲ ଉପଲବ୍ଧ ନରୁହନ୍ତି, ତେବେ ସେ ସୁପର ୪ରେ ଖେଳିପାରନ୍ତି । ସୁପର ୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ୍ ଖେଳା ଯାଇପାରେ । ଏଥିପାଇଁ ପ୍ରଥମେ ଦୁଇ ଦଳକୁ ସୁପର ୪ ପାଇଁ କ୍ଵାଲିଫାଏ କରିବାକୁ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.