ETV Bharat / sports

ICC Latest Rankings: ଟି-୨୦ ରାଙ୍କିଂର ଟପ୍‌ ବ୍ୟାଟରଙ୍କ ମଧ୍ୟରେ କେ.ଏଲ ରାହୁଲ ସାମିଲ

author img

By

Published : Apr 13, 2022, 7:28 PM IST

ICC ପକ୍ଷରୁ ଜାରି ହୋଇଛି ନୂତନ ଟେଷ୍ଟ, ODI ଓ ଟି-୨୦ ରାଙ୍କିଂ । ଟି-୨୦ ରାଙ୍କିଂରେ ଭାରତୀୟ ବ୍ୟାଟର କେ.ଏଲ ରାହୁଲଙ୍କୁ ମଧ୍ୟ ଫାଇଦା ହୋଇଛି । ଅଧିକ ପଢ଼ନ୍ତୁ

ICC Latest Rankings: ଟି-୨୦ ରାଙ୍କିଂର ଟପ୍‌ ବ୍ୟାଟରଙ୍କ ମଧ୍ୟରେ କେ.ଏଲ ରାହୁଲ ସାମିଲ
ICC Latest Rankings: ଟି-୨୦ ରାଙ୍କିଂର ଟପ୍‌ ବ୍ୟାଟରଙ୍କ ମଧ୍ୟରେ କେ.ଏଲ ରାହୁଲ ସାମିଲ

ଦୁବାଇ: ICC ପକ୍ଷରୁ ଜାରି ହୋଇଛି ନୂତନ ଟେଷ୍ଟ, ODI ଓ ଟି-୨୦ ରାଙ୍କିଂ । ନୂତନ ଟି-୨୦ ରାଙ୍କିଂରେ ଟପ୍‌ ୧୦ ଜଣଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ପାକିସ୍ତାନର ଯୁବ ଫାଷ୍ଟ ବୋଲର ଶାହିନ ଆଫ୍ରିଦି । ସେପଟେ ଟି-୨୦ ରାଙ୍କିଂରେ ଭାରତୀୟ ବ୍ୟାଟର କେ.ଏଲ ରାହୁଲଙ୍କୁ ମଧ୍ୟ ଫାଇଦା ହୋଇଛି ।

ଟି-୨୦ ବ୍ୟାଟର ରାଙ୍କିଂରେ କେ.ଏଲ ରାହୁଲ ଦଶମ ସ୍ଥାନରେ ରହିଛନ୍ତି । ଏହି ତାଲିକାର ୧୪ଶ ଓ ୧୬ଶ ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲି ରହିଛନ୍ତି । ଶୀର୍ଷରେ ରହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ ।

ସେପଟେ ODI ମାନ୍ୟତାରେ ବିରାଟ କୋହଲି ଦ୍ବିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ରୋହିତ ଶର୍ମା ଅଛନ୍ତି । ୧୪ଶ ସ୍ଥାନରେ ଭାରତୀୟ ଓପନର ଶିଖର ଧାୱନ ରହିଛନ୍ତି । ଏହି ତାଲିକାର ଶୀର୍ଷରେ ମଧ୍ୟ ପାକିସ୍ତାନ ଅଧିନାୟକ ବାବର ଆଜମ ରହିଛନ୍ତି ।

ସେହିଭଳି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ପ୍ରଥମ ସ୍ଥାନରେ ରବିନ୍ଦ୍ର ଜାଡେଜା ଓ ଦ୍ବିତୀୟ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନ ଅପରିବର୍ତ୍ତିତ ରହିଛନ୍ତି । ଅକ୍ଷର ପଟେ ଗୋଟିଏ ସ୍ଥାନ ଉପରକୁ ଉଠି ୧୫ଶ ସ୍ଥାନରେ ରହିଛନ୍ତି । ଟେଷ୍ଟ ବ୍ୟାଟର ତାଲିକାରେ ପୂର୍ବତନ ଅଧିନାୟକ ବି ରାଟ କୋହଲି ଦଶମ ସ୍ଥାନରେ ରହିଥିବାବେଳେ ଅଷ୍ଟମ ସ୍ଥାନରେ ରୋହିତ ଶର୍ମା ରହିଛନ୍ତି । ୧୧ତମ ସ୍ଥାନରେ ଋଷଭ ପନ୍ତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.