ETV Bharat / sports

Women's World Cup: ବାଦ ପଡିଲା ଭାରତ, ମହିଳା ଟିମକୁ ସଚିନଙ୍କ ସାନ୍ତ୍ୱନା - ମହିଳା ଟିମକୁ ସଚିନଙ୍କ ସାନ୍ତ୍ବନା

ICC ମହିଳା ODI ବିଶ୍ବକପ 2022 ସେମିଫାଇନାଲରୁ ବାଦ୍‌ ପଡିଛି ଭାରତ । ଏହାପରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମିତାଲି ରାଜଙ୍କ ନେତୃତାଧୀନ ୱମେନ ଇନ୍‌ ବ୍ଲୁ ଉଦ୍ଦେଶ୍ୟରେ ଏକ ସାନ୍ତ୍ବନାମୂଳକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି । ଅଧିକ ପଢନ୍ତୁ

Keep your heads high: Sachin Tendulkar on India's exit from Women's World Cup
ବିଶ୍ବକପରୁ ବାଦ୍‌ ପଡିଲା ଭାରତ, ମହିଳା ଟିମକୁ ସଚିନଙ୍କ ସାନ୍ତ୍ବନା
author img

By

Published : Mar 28, 2022, 9:30 PM IST

ମୁମ୍ବାଇ: ଚଳିତ ICC ମହିଳା ODI ବିଶ୍ବକପ 2022 ସେମିଫାଇନାଲରୁ ବାଦ୍‌ ପଡିଛି ଭାରତ । ଏହାପରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମିତାଲି ରାଜଙ୍କ ନେତୃତାଧୀନ ୱମେନ ଇନ୍‌ ବ୍ଲୁ ଉଦ୍ଦେଶ୍ୟରେ ଏକ ସାନ୍ତ୍ବନାମୂଳକ ଭାବପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି । ଚଳିତ ICC ମହିଳା ODI ବିଶ୍ବକପ 2022ରେ ରବିବାର ଦକ୍ଷିଣ ଆଫ୍ରିକା ୩ ୱିକେଟରେ ହରାଇବା ପରେ ଗତଥରର ଉପବିଜେତା ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲା ।

ଏହାପରେ ଭାରତୀୟ ଶିବିରରେ ନିରାଶ ଖେଳିଯାଇଥିଲା । କ୍ୟାପେଟନ ମିତାଲି ରାଜଙ୍କ ସମେତ ସମସ୍ତ ଖେଳାଳିଙ୍କୁ ଦୁଃଖିତ ଦେଖାଯାଇଥିଲା । ମେଗା ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବାର ଦିନ ପରେ ସଚିନ ଭାରତୀୟ ମହିଳା ଟିମ ଉଦ୍ଦେଶ୍ୟରେ ଟ୍ବିଟ୍‌ରେ ଲେଖିଛନ୍ତି, "ଭାରତୀୟ ଟିମ ନିଜର ପ୍ରଦର୍ଶନ ପାଇଁ ଗର୍ବିତ ହେବା ଉଚିତ୍‌ । ଆମେ ଜାଣିଛୁ ତୁମେ ତୁମର ଯଥାସମ୍ଭବ ଚେଷ୍ଟା କରିଛ ଓ ଶ୍ରେଷ୍ଠ ପ୍ରଦର୍ଶନ କରିଛ । ସର୍ବଦା ନିଜର ମୁଣ୍ଡ ଉଚ୍ଚା ରଖ । ସର୍ବଦା ଆମେ ସମର୍ଥନ କରିବୁ ।"

  • Always tough to bow out of a tournament you aim to win but our women's team can hold their heads high. You gave it your all and we are proud of you. 🙏🏻🇮🇳

    — Virat Kohli (@imVkohli) March 28, 2022 " class="align-text-top noRightClick twitterSection" data=" ">

କ୍ରିକେଟ କିମ୍ବଦନ୍ତୀ ସଚିନଙ୍କ ବ୍ୟତୀତ ପୂର୍ବତନ ଭାରତୀୟ କ୍ୟାପଟେନ ବିରାଟ କୋହଲି ମଧ୍ୟ ଭାରତୀୟ ଟିମର ବିଶ୍ବକପରୁ ବାଦ୍‌ ପଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ବିରାଟ ଟ୍ବିଟ୍‌ କରି ମହିଳା ଟିମର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ବିରାଟ ଲେଖିଛନ୍ତି, ଏକ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିବା ସର୍ବଦା ଦୁଃଖଦାୟକ ମାତ୍ର ଦୁଃଖିତ ହେବାର କୌଣସି କାରଣ ନାହିଁ । ତୁମେ ଶ୍ରେଷ୍ଠ ପ୍ରଦର୍ଶନ କରିଛ । ଆମେ ତୁମପଇଁ ଗର୍ବିତ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.