ETV Bharat / sports

Cricket World Cup 2023: ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ପାଳି, ଯେଉଁଦିନ ମୈଦାନକୁ ଓହ୍ଲାଇଥିଲେ 'ହରିୟାଣା ହରିକେନ' କପିଲ ଦେବ

author img

By ETV Bharat Odisha Team

Published : Oct 2, 2023, 6:12 PM IST

୧୯୮୩ ବିଶ୍ବକପ୍‌ ସମୟରେ ଜିମ୍ବାୱେ ବିପକ୍ଷରେ ମାତ୍ର ୧୭ ରନରେ ୫ ୱିକେଟ ହରାଇସାରିଥିଲା ଭାରତ । ସେହିଦିନ 'ହରିୟାଣା ହରିକେନ' କପିଲ ଦେବଙ୍କୁ ଜାଣିଲା ବିଶ୍ବ । ଯାହାଙ୍କ ପାଳି କ୍ରିକେଟ ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ପାଳି ଭାବେ ହେଉଛି ବିବେଚିତ । ଅଧିକ ପଢ଼ନ୍ତୁ

ମୈଦାନକୁ ଓହ୍ଲାଇଥିଲେ 'ହରିୟାଣା ହରିକେନ' କପିଲ ଦେବ

ହାଇଦ୍ରାବାଦ: ନିକଟରେ ଶେଷ ହୋଇଥିବା ଏସିଆ କପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଐତିହାସିକ ବିଜୟ ମିଳିଥିଲା । କଲମ୍ବୋରେ ମହମ୍ମଦ ସିରାଜଙ୍କ ଚମତ୍କାର ପ୍ରଦର୍ଶନରେ ଘରୋଇ ଶ୍ରୀଲଙ୍କା ଗଭୀର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର କେବଳ ୧୨ ରନ ହୋଇଥିବାବେଳେ ଦଳର ପ୍ରମୁଖ ୬ ବ୍ୟାଟର ନିଜର ୱିକେଟ ହରାଇ ପାଭିଲିୟନ ଫେରିଯାଇଥିଲେ । କ୍ରିକେଟ ଇତିହାସରେ ଏଭଳି ପରିସ୍ଥିତିରୁ ଦଳ ମୁକୁଳିଯାଇଥିବା ବହୁତ କମ ଦେଖିବାକୁ ମିଳିଛି । ହେଲେ ଏଭଳି ପରିସ୍ଥିତିରୁ ମୁକୁଳି ଗୋଟିଏ ଦଳ ମ୍ୟାଚ୍‌ ଜିତିବା ଆପଣ କେବେ ଦେଖିନଥିବେ । ଭାରତୀୟ କ୍ରିକେଟ କିମ୍ବଦନ୍ତୀ କପିଲ ଦେବଙ୍କ ଏଭଳି ଏକ ଚମତ୍କାର ପାଳିକୁ କ୍ରିକେଟ ଇତିହାସର ଶ୍ରେଷ୍ଠ ପାଳି ଭାବେ ବିବେଚନା କରାଯାଏ ।

ବିଶ୍ବକପ୍‌ର ଶ୍ରେଷ୍ଠ ପାଳି: ଯଦି ବିଶ୍ବକପ୍‌ କଥା ଦେଖିବା, ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଥର ବିଶ୍ବକପ୍‌ ପ୍ରତିଯୋଗିତା ଖେଳାଯାଇଛି । ହେଲେ ଏପରି ଚମତ୍କାର କେବଳ ଥରେ ଘଟିଥିଲା । ହେଲେ କିନ୍ତୁ ସେହି ମ୍ୟାଚ୍‌ର କୌଣସି ଭିଡିଓ ଉପଲବ୍ଧ ନାହିଁ । ୪୦ ବର୍ଷ ପୂର୍ବେ ଏପରି ଏକ ସୁଯୋଗ ଆସିଥିଲା । ୨୦ ମାର୍ଚ୍ଚ ୧୯୮୩ରେ ତୃତୀୟ ବିଶ୍ବକପ ଜାରି ରହିଥାଏ, ଯାହା ସୌଭାଗ୍ୟବଶତଃ ଶେଷରେ ଭାରତ ଜିତିଥିଲା । ସେହି ସମୟରେ ଭାରତୀୟ କ୍ରିକେଟ ଦଳ କେବଳ ୱେଷ୍ଟଇଣ୍ଡିଜର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିନଥିଲା, ବରଂ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ବକପ୍ ଜିତି ହ୍ୟାଟ୍ରିକ୍ କରିବାର ସ୍ବପ୍ନକୁ ମଧ୍ୟ ଭାଙ୍ଗି ଦେଇଥିଲା । ସେହି ସମୟରେ ଇଂଲଣ୍ଡର ରୟାଲ ଟନବ୍ରିଜ୍‌ ୱେଲ୍ସରେ ଜିମ୍ବାୱେ ବିପକ୍ଷରେ ଭାରତୀୟ ଅଧିନାୟକ କପିଲ ଦେବ ଖେଳିଥିବା ପାଳିକୁ କ୍ରିକେଟ ଇତିହାସର ଏକ ଶ୍ରେଷ୍ଠ ପାଳି ଭାବେ ବିବେଚନା କରାଯାଏ । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, କେବଳ ଏହି ଐତିହାସିକ ପାଳି ବିଷୟରେ କାହାଣୀ ବର୍ଣ୍ଣନା କରାଯାଇପାରିବ, କାରଣ ଏହାର କୌଣସି ଭିଡିଓ ପ୍ରମାଣ ନାହିଁ ।

୧୭ ରନରେ ଭାରତ ହରାଇସାରିଥିଲା ୫ ୱିକେଟ: ବିଶ୍ବକପ୍‌ ୧୯୮୩ର ୨୦ ତମ ମ୍ୟାଚ୍ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିଲା । ଅଧିନାୟକ କପିଲ ଦେବ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଏବଂ ଭାରତର ଓପନର୍ ସୁନୀଲ ଗାଭାସ୍କର ଏବଂ କେ ଶ୍ରୀକାନ୍ତ ପାଳି ଆରମ୍ଭ କରିଥିଲେ । ଅଧିନାୟକ କପିଲ ଦେବ ୬ଷ୍ଠ ସ୍ଥାନରେ ବ୍ୟାଟିଂ କରୁଥଲେ । ତେଣୁ ପ୍ରଥମେ ବ୍ୟାଟିଂ ଚୟନ କରିବା ପରେ ସେ ଗାଧୋଇବା ପାଇଁ ଚାଲିଗଲେ । ହେଲେ ତାଙ୍କ ଗାଧୋଇବା ସରିବା ବେଳକୁ ଦଳର ଅଧା ବ୍ୟାଟର ଆଉଟ ହୋଇ ପାଭିଲିୟନକୁ ଫେରିଆସିଥିଲେ । ଉଭୟ ଓପନର ବିଫଳ ହୋଇ ଖାତା ଖୋଲିବା ପୂର୍ବରୁ ଆଉଟ ହେବାପରେ ସମସ୍ତ ଚାପ ମହିନ୍ଦ୍ର ଅମରନାଥ ଓ ସନ୍ଦୀପ ପଟିଲଙ୍କ କାନ୍ଧରେ ରହିଥିଲା । ହେଲେ ଉଭୟ ଯଥାକ୍ରମେ କେବଳ ୫ ଓ ୧ ରନ କରି ଆଉଟ ହୋଇଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଗତ ୨ ସଂସ୍କରଣର ଉପବିଜେତା, ଏଥର ଟ୍ରଫି ମରୁଡ଼ିର ଅନ୍ତ ଘଟାଇବ ନ୍ୟୁଜିଲାଣ୍ଡ !

କପିଲ ଦେବ ଓ ରୋଜର ବିନ୍ନିଙ୍କ ମଧ୍ୟରେ ଭାଗିଦାରୀ: କେବଳ ୧୭ ରନରେ ଦଳର ୫ ୱିକେଟ୍ ଖସିଯିବା ପରେ କପିଲ ଦେବ ଅଲରାଉଣ୍ଡର ରୋଜର ବିନ୍ନିଙ୍କ ସହିତ ମିଶି ସତର୍କତାର ସହ ଖେଳିବା ଆରମ୍ଭ କରିଥିଲେ । ଷଷ୍ଠ ୱିକେଟ୍ ପାଇଁ ଏହି ଯୋଡି ଦଳୀୟ ଖାତାରେ ୬୦ ରନ୍ ଯୋଡିଥିଲେ । ଏହାପରେ ରୋଜର ବିନ୍ନି ୨୨ ରନ୍ ସଂଗ୍ରହ କରି ନିଜର ୱିକେଟ ହରାଇଥିଲେ । ଏହି ସମୟରେ ଭାରତ ୭୭ ରନ୍‌ରେ ୬ ୱିକେଟ୍‌ ହରାଇ ସାରିଥିଲା । ଏହାପରେ ଅଲରାଉଣ୍ଡର ରବି ଶାସ୍ତ୍ରୀ ମାତ୍ର ଗୋଟିଏ ରନ୍ ସ୍କୋର କରି ଆଉଟ୍‌ ହେବାପରେ ଭାରତ ୭୮ ରନ୍‌ରେ ୭ ୱିକେଟ୍‌ ହରାଇଥିଲା ।

ଏହାପରେ ଆରମ୍ଭ ହୋଇଥିଲା କପିଲ ଦେବଙ୍କ ଚମତ୍କାର ପାଳି: ଏହି ସମୟରେ ଲାଗୁଥିଲା ଭାରତ ହୁଏତ ୧୦୦ ରନ ସ୍କୋର କରିବାରେ ମଧ୍ୟ ବିଫଳ ହେବ । ହେଲେ ଏହାପରେ ନିଜର ରଣନୀତି ବଦଳାଇଥିଲେ ଭାରତୀୟ ଅଧିନାୟକ । ଦଳର ଦୃତ ହୋଲର ମଦନ ଲାଲଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ । ପ୍ରକାଶଯୋଗ୍ୟ, ସେତେବେଳେ ଦିନିକିଆରେ ୬୦ ଓଭର ଖେଳାଯାଉଥିଲା ଏବଂ ୩୫ ଓଭର ପରେ ମଧ୍ୟାହ୍ନ ଭୋଜନ କରାଯାଉଥିଲା । ତେବେ ମଧ୍ୟାହ୍ନ ଭୋଜନ ସମୟ ସୁଦ୍ଧା ଗୋଟିଏ ମଧ୍ୟ ବାଉଣ୍ଡରି ନମାରି କପିଲ ଦେବ ନିଜର ଅର୍ଦ୍ଧଶତକ ପୂରଣ କରିସାରିଥିଲେ । ଏହାପରେ ମଦନ ଲାଲ କେବଳ ୧୭ ରନ କରି ଆଉଟ୍‌ ହୋଇଯାଇଥିଲେ, ହେଲେ ଦଳୀୟ ସ୍କୋର ସେତେବେଳକୁ ୧୪୦ ହୋଇସାରିଥିଲା । ଏହାପରେ ୱିକେଟକିପର ସେଡ୍‌ କିରମନୀଙ୍କ ସହ ମିଶି ଦଳୀୟ ସ୍କୋରକୁ ଅବିଶ୍ବଶନୀୟ ଭାବେ ୨୬୬ ରନରେ ପହଞ୍ଚାଇଥିଲେ କପିଲ ଦେବ । ମ୍ୟାଚ୍‌ ଶେଷ ବେଳକୁ କିରମନୀ ୨୪ ରନ ସହ ଅପରାଜିତ ରହିଥିବାବେଳେ ୧୩୮ ବଲରୁ ୧୭୫ ରନର ବିସ୍ଫୋରକ ପାଳି ଖେଳି ଅପରାଜିତ ରହିଥିଲେ 'ହରିୟାଣା ହରିକେନ୍‌' ।

ସେହିଦିନ 'ହରିୟାଣା ହରିକେନ'ଙ୍କୁ ଚିହ୍ନିଲା ବିଶ୍ବ: କପିଲ ଦେବଙ୍କୁ 'ହରିୟାଣା ହରିକେନ' (ହରିୟାଣାର ଘୂର୍ଣ୍ଣିବଳୟ) ବୋଲି କୁହାଯାଏ, ହେଲେ ଏହାର କାରଣ ସେହିଦିନ ସାରା ବିଶ୍ବ ଜାଣିଲା । କାରଣ ସେଠାରେ ଉପସ୍ଥିତ ଦର୍ଶକ ଓ ଖେଳାଳି ସମସ୍ତେ ବାସ୍ତବରେ ଏକ କ୍ରିକେଟ ଝଡ଼ ଦେଖିବାକୁ ପାଇଥିଲେ । କେବଳ ୧୭ ରନରେ ୫ ୱିକେଟ ଓ ୭୮ ରନରେ ୭ ୱିକେଟ ହରାଇବା ପରେ ଭାରତୀୟ ଖେଳାଳିମାନେ ମ୍ୟାଚ୍‌ ଆଉ ଦେଖିନଥିଲେ । ହେଲେ ଯେତେବେଳେ କପିଲ ଦେବ ଗ୍ରାଉଣ୍ଡରେ ଚୌକା ଓ ଛକାର ବର୍ଷା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ପାଳି ସରିବା ପର୍ଯ୍ୟନ୍ତ ପୁଣିଥରେ ସମସ୍ତେ ନିଜ ନିଜ ସ୍ଥାନରେ ବସି ରହିଥିଲେ । ଶେଷ ୭ ଓଭରରେ କପିଲ ଦେବ କରମନୀଙ୍କ ସହିତ ମିଶି ୧୦୦ ରନର ଧୂଆଁଧାର ପାଳି ଖେଳିଥିଲେ । ଶେଷ ୧୦ ଓଭରରୁ ସେ ଏକାକୀ ୭୫ ରନ ସଂଗ୍ରହ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ଷ୍ଟାର ବୋଲର ମହମ୍ମଦ ସିରାଜଙ୍କ ସଫଳତା ପଛର ସଙ୍ଘର୍ଷମୟ କାହାଣୀ

ବିଶ୍ବକପ୍‌ ଇତିହାସରେ ଶ୍ରେଷ୍ଠ ପାଳି: ଯଦିଓ ବିଶ୍ବକପ୍‌ ଇତିହାସରେ ମାର୍ଟିନ ଗପ୍ଟିଲ ଏବଂ କ୍ରିସ ଗେଲଙ୍କ ଭଳି ବ୍ୟାଟରମାନେ ମଧ୍ୟ ୨୦୦ ରନ ଅତିକ୍ରମ କରିଛନ୍ତି ଏବଂ ଅନେକ ବ୍ୟାଟର କପିଲ ଦେବଙ୍କ ସ୍କୋରକୁ ମଧ୍ୟ ଅତିକ୍ରମ କରିଛନ୍ତି, ହେଲେ ତାଙ୍କ ପାଳି ବିଶ୍ବକପ୍‌ ଇତିହାସର ସର୍ବଶ୍ରେଷ୍ଠ ଅଟେ । ସେପର୍ଯ୍ୟନ୍ତ ବିଶ୍ବକପରେ ନ୍ୟୁଜିଲାଣ୍ଡର ଅଧିନାୟକ ଥିବା ଗ୍ଲେନ୍ ଟର୍ନର ସର୍ବାଧିକ ୧୭୧ ରନ୍ ସ୍କୋର କରିଥିଲେ । ୧୯୭୫ ବିଶ୍ବକପ୍‌ରେ ଟର୍ନର ପୂର୍ବ ଆଫ୍ରିକା ବିପକ୍ଷରେ ୨୦୧ ବଲରୁ ୧୭୧ ରନର ଅପରାଜିତ ଇନିଂସ ଖେଳିଥିଲେ ।

ଶ୍ରେଷ୍ଠ କ୍ରିକେଟ୍‌ ଇନିଂସର ନାହିଁ କୌଣସି ଭିଡିଓ: ସେହି ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ୩୧ ରନରେ ପରାସ୍ତ କରିଥିଲା ଏବଂ କପିଲ ଦେବ ତାଙ୍କ ଚମତ୍କାର ଇନିଂସ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ମନୋନୀତ ହୋଇଥିଲେ । କପିଲ ମଧ୍ୟ ୧୧ ଓଭର ବୋଲିଂ କରି ୩୨ ରନ୍ ବ୍ୟୟରେ ଗୋଟିଏ ୱିକେଟ୍ ନେଇଥିଲେ । ସେ ଏକ ଚମତ୍କାର କ୍ୟାଚ୍ ମଧ୍ୟ ନେଇଥିଲେ । ସେତେବେଳେ ଷ୍ଟାଡିୟମରେ ଉପସ୍ଥିତ ଖେଳାଳି ଏବଂ ଦର୍ଶକମାନେ ସବୁଠାରୁ ଭାଗ୍ୟବାନ ଥିଲେ, କାରଣ ସେମାନେ ନିଜ ଆଖିରେ ଏଭଳି ଏକ ଐତିହାସିକ ରେକର୍ଡ ଦେଖିଥିଲେ, ଯାହା ସମଗ୍ର ବିଶ୍ବ ଦ୍ବିତୀୟ ଥର ପାଇଁ ଦେଖିନପାରେ । ତେବେ ସେହିଦିନ ବିବିସି ଷ୍ଟ୍ରାଇକ୍ ହୋଇଥିଲା, ଫଳରେ ଏହି ମ୍ୟାଚ୍‌ର ସିଧାପ୍ରସାରଣ ହୋଇପାରିନଥିଲା । ସେ ଯାହା ବି ହେଉ, କପିଲ ଦେବଙ୍କ ସେହି ଐତିହାସିକ ପାଳି ସବୁବେଳେ କ୍ରିକେଟ ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.