ETV Bharat / sports

Kanpur test: ବିଜୟ ଠାରୁ ୯ ୱିକେଟ ଦୂରରେ ଭାରତ

author img

By

Published : Nov 28, 2021, 4:46 PM IST

Updated : Nov 28, 2021, 5:14 PM IST

କାନପୁର ଟେଷ୍ଟରେ ୨୩୪/୭ରେ ଭାରତର ଦ୍ବିତୀୟ ଇଂନିସ ଘୋଷଣା(declared) । ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନ୍‌ର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ

Kanpur test: India declared 234/7, New Zealand need 284 to win
Kanpur test: ନ୍ୟୁଜିଲାଣ୍ଡ ଆଗରେ ଟାର୍ଗେଟ ୨୮୪ ରଖିଲା ଭାରତ

କାନପୁର: ଭାରତ ନିୟନ୍ତ୍ରଣରେ କାନପୁର ଟେଷ୍ଟ । ଦ୍ବିତୀୟ ଇଂନିସ(2nd innings) ୨୩୪/୭ରେ ଘୋଷଣା କରିବା ସହ ନ୍ୟୁଜିଲାଣ୍ଡ ଆଗରେ ୨୮୪ ରନ୍‌ର ବିଜୟ ଲକ୍ଷ୍ୟ(Target) ରଖିଲା ଭାରତ । ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡର ସ୍କୋର ୪/୧ ରହିଛି । ଫଳରେ ମ୍ୟାଚ୍‌ର ପଞ୍ଚମ ତଥା ଶେଷ ଦିନରେ ବିଜୟ ପାଇଁ ୯ ୱିକେଟ ଆବଶ୍ୟକ କରୁଛି ଟିମ ଇଣ୍ଡିଆ ।

ପୂର୍ବରୁ ଦ୍ବିତୀୟ ଇଂନିସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଘରୋଇ ଟିମ ୧୯.୪ ଓଭରରେ ୫୧/୫ ୱିକେଟ ହରାଇ ସଙ୍କଟରେ ପଡିଥିଲା । ମାତ୍ର ଶ୍ରେୟସ ଆୟର, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ଷର ପଟେଲ ଲଢୁଆ ପ୍ରଦର୍ଶନ ସହ ଭାରତକୁ ଦୃଢ ସ୍ଥିତିକୁ ନେଇଯାଇଥିଲେ ।

୮୪/୫ରୁ ଦ୍ବିତୀୟ ସେସନ ଖେଳ ଆରମ୍ଭ କରିଥିଲା ଭାରତ । ଶ୍ରେୟସ ଆୟର ଓ ରବିଚନ୍ଦ୍ର ଅଶ୍ବିନ ଅଧିକ ୧୯ ରନ ଯୋଡିବା ପରେ ମ୍ୟାଚ୍‌ର ୪୦ତମ ଓଭରରେ ୩୨ ରନ୍‌ର ଇଂନିସ ଖେଳି କେଏଲ ଜେମିଏସନଙ୍କ ଶିକାର ହୋଇଥିଲେ ଅଶ୍ବିନ । ପରେ ରିଦ୍ଧିମାନ ଶାହା ବ୍ୟାଟିଂ ପାଇଁ ଆସିଥିଲେ । ଶ୍ରେୟସ ଆୟରଙ୍କ ସହ ମିଶି ଶାହା, ସପ୍ତମ ୱିକେଟ ଯୋଡିରେ ୬୪ ରନ୍‌ର ଉପଯୋଗୀ ଭାଗିଦାରୀ କରିଥିଲେ । ତେବେ ମ୍ୟାଚ୍‌ର ୬୧ତମ ଓଭରରେ ଟିମ ସାଉଦୀଙ୍କ ଦ୍ବାରା ଆୟର ୬୫ ରନ୍‌ର ଇଂନିସ ଖେଳି ପାଭିଲିଅନ ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ:- India vs New Zealand: ଅଲୋଡା ରେକର୍ଡର ସମକକ୍ଷ ପୂଜାରା, ରାହାଣେଙ୍କ ସଂଘର୍ଷ ଜାରି

ପରେ ଶାହା ୧୨୬ ବଲ୍‌ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦମଦାର ଅର୍ଦ୍ଧଶତକ ପୂରଣ କରିଥିଲେ । ଅକ୍ଷର ପଟେଲ ମଧ୍ୟ ଶାହାଙ୍କୁ ଭରପୁର ସାଥ୍‌ ଦେଇଥିଲେ । ୨୮ ରନ୍‌ର ଇଂନିସ ଖେଳିବା ସହ ଅଲରାଉଣ୍ଡର ଅକ୍ଷର, ଅଷ୍ଟମ ୱିକେଟ ଯୋଡିରେ ଶାହାଙ୍କ ସହ ମିଶି ଗୁରୁତ୍ବପୂର୍ଣ୍ଣ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦୀ ଓ କେଏଲ ଜେମିଏସନ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଏଜାଜ ପଟେଲଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ପୂର୍ବରୁ ଭାରତର ୩୪୫ ରନ୍‌ର ପ୍ରଥମ ଇଂନିସ ଜବାବରେ ନ୍ୟୁଜିଲାଣ୍ଡ(New Zealand) ୨୯୬ ରନ୍‌ ସଂଗ୍ରହ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 28, 2021, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.