ETV Bharat / sports

ଆଇସିସି ଦିନିକିଆ ମାନ୍ୟତା: ଇଂଲଣ୍ଡକୁ ହଟାଇ ନ୍ୟୁଜିଲାଣ୍ଡ ନୂଆ ନମ୍ବର ୱାନ୍‌

author img

By

Published : May 3, 2021, 5:27 PM IST

ଆଇସିସି ଦିନିକିଆ ମାନ୍ୟତାର ନମ୍ବର 1 ସ୍ଥାନ ବିଶ୍ବ ଚମ୍ପିଆନ ଇଂଲଣ୍ଡ ଠାରୁ ଛଡାଇ ନେଇଛି କେନ୍‌ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ...

Kane Williamson's NZ new No. 1 ODI side as England slip to 4th position
ଆଇସିସି ଦିନିକିଆ ମାନ୍ୟତା: ଇଂଲଣ୍ଡକୁ ହଟାଇ ନ୍ୟୁଜିଲାଣ୍ଡ ନୂଆ ନମ୍ବର ୱାନ୍‌

ଦୁବାଇ: ଆଇସିସି ଦିନିକିଆ ମାନ୍ୟତାର ନମ୍ବର 1 ସ୍ଥାନ ବିଶ୍ବ ଚମ୍ପିଆନ ଇଂଲଣ୍ଡ ଠାରୁ ଛଡାଇ ନେଇଛି କେନ୍‌ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ । ତେବେ ସୋମବାର ଆଇସିସି ପକ୍ଷରୁ ପ୍ରକାଶିତ ଟି20 ମାନ୍ୟତାରେ ଶୀର୍ଷ ସ୍ଥାନରେ ସ୍ଥିର ରହିଛି ଇଂଲଣ୍ଡ ।

  • New Zealand have replaced the reigning world champions, England, as the No.1 side in the annual @MRFWorldwide ICC Men's ODI Team Rankings update.

    Details 👇

    — ICC (@ICC) May 3, 2021 " class="align-text-top noRightClick twitterSection" data=" ">

2017-18ରେ ଖେଳାଯାଇଥିବା ମ୍ୟାଚ୍‌ ଫଳାଫଳ ବଦଳରେ ବର୍ଷ 2019-20 ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଫଳାଫଳ ଆଧାରରେ ମାନ୍ୟତା ପ୍ରକାଶ ପାଇଛି । ଏଥିରେ 2019 କ୍ରିକେଟ ବିଶ୍ବକପ ମଧ୍ୟ ସାମିଲ ରହିଛି ।

Congratulations to @BLACKCAPS, the new No.1 Men’s ODI Team on the @MRFWorldwide ICC rankings 👏

A lookback on just some of the key men in their rise to the top 🎥#ICCRankings pic.twitter.com/aOV19hwjOw

— ICC (@ICC) May 3, 2021 " class="align-text-top noRightClick twitterSection" data=" ">

ଗତବର୍ଷ ନ୍ୟୁଜିଲାଣ୍ଡ ଖେଳିଥିବା ଏକମାତ୍ର ଦିନିକିଆ ସିରିଜରେ ବାଂଲାଦେଶକୁ 3-0ରେ ହରାଇ ଆଇସିସି ପୁରୁଷ ଦିନିକିଆ ଟିମ ମାନ୍ୟତାର ଦୁଇଟି ସ୍ଥାନ ଉପରକୁ ଉଠିବା ସହ 3ଟି ରେଟିଂ ପଏଣ୍ଟ ହାସଲ କରି 121 ପଏଣ୍ଟରେ ପହଞ୍ଚିଛି । ଅଷ୍ଟ୍ରେଲିଆ 118 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ଓ ଇଂଲଣ୍ଡ ଉଭୟ 115 ପଏଣ୍ଟରେ ରହିଛନ୍ତି । ମାତ୍ର ଦଶମିକ ପଏଣ୍ଟ ଆଧାରରେ ଭାରତ ତୃତୀୟ ଓ ଇଂଲଣ୍ଡ 4ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।

ପରେ ଦକ୍ଷିଣ ଆଫ୍ରିକା 107 ରେଟିଂ ପଏଣ୍ଟ ସହ ପଞ୍ଚମ, ପାକିସ୍ତାନ 97 ପଏଣ୍ଟ ସହ ଷଷ୍ଠ, ବାଂଲାଦେଶ ସପ୍ତମ, ୱେଷ୍ଟଇଣ୍ଡିଜ ଅଷ୍ଟମ, ଶ୍ରୀଲଙ୍କା ନବମ ଓ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଦୁବାଇ: ଆଇସିସି ଦିନିକିଆ ମାନ୍ୟତାର ନମ୍ବର 1 ସ୍ଥାନ ବିଶ୍ବ ଚମ୍ପିଆନ ଇଂଲଣ୍ଡ ଠାରୁ ଛଡାଇ ନେଇଛି କେନ୍‌ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ । ତେବେ ସୋମବାର ଆଇସିସି ପକ୍ଷରୁ ପ୍ରକାଶିତ ଟି20 ମାନ୍ୟତାରେ ଶୀର୍ଷ ସ୍ଥାନରେ ସ୍ଥିର ରହିଛି ଇଂଲଣ୍ଡ ।

  • New Zealand have replaced the reigning world champions, England, as the No.1 side in the annual @MRFWorldwide ICC Men's ODI Team Rankings update.

    Details 👇

    — ICC (@ICC) May 3, 2021 " class="align-text-top noRightClick twitterSection" data=" ">

2017-18ରେ ଖେଳାଯାଇଥିବା ମ୍ୟାଚ୍‌ ଫଳାଫଳ ବଦଳରେ ବର୍ଷ 2019-20 ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଫଳାଫଳ ଆଧାରରେ ମାନ୍ୟତା ପ୍ରକାଶ ପାଇଛି । ଏଥିରେ 2019 କ୍ରିକେଟ ବିଶ୍ବକପ ମଧ୍ୟ ସାମିଲ ରହିଛି ।

ଗତବର୍ଷ ନ୍ୟୁଜିଲାଣ୍ଡ ଖେଳିଥିବା ଏକମାତ୍ର ଦିନିକିଆ ସିରିଜରେ ବାଂଲାଦେଶକୁ 3-0ରେ ହରାଇ ଆଇସିସି ପୁରୁଷ ଦିନିକିଆ ଟିମ ମାନ୍ୟତାର ଦୁଇଟି ସ୍ଥାନ ଉପରକୁ ଉଠିବା ସହ 3ଟି ରେଟିଂ ପଏଣ୍ଟ ହାସଲ କରି 121 ପଏଣ୍ଟରେ ପହଞ୍ଚିଛି । ଅଷ୍ଟ୍ରେଲିଆ 118 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ଓ ଇଂଲଣ୍ଡ ଉଭୟ 115 ପଏଣ୍ଟରେ ରହିଛନ୍ତି । ମାତ୍ର ଦଶମିକ ପଏଣ୍ଟ ଆଧାରରେ ଭାରତ ତୃତୀୟ ଓ ଇଂଲଣ୍ଡ 4ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।

ପରେ ଦକ୍ଷିଣ ଆଫ୍ରିକା 107 ରେଟିଂ ପଏଣ୍ଟ ସହ ପଞ୍ଚମ, ପାକିସ୍ତାନ 97 ପଏଣ୍ଟ ସହ ଷଷ୍ଠ, ବାଂଲାଦେଶ ସପ୍ତମ, ୱେଷ୍ଟଇଣ୍ଡିଜ ଅଷ୍ଟମ, ଶ୍ରୀଲଙ୍କା ନବମ ଓ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.