ETV Bharat / sports

ରେକର୍ଡ କଲେ ଉନାଦକତ, ପ୍ରଥମ ଓଭରରେ ହାତେଇଲେ ହ୍ୟାଟ୍ରିକ

author img

By

Published : Jan 3, 2023, 10:53 PM IST

ରଣଜୀ ଟ୍ରଫି ମ୍ୟାଚରେ ଜୟଦେବ ଉନଦକତ କ୍ୟାରିୟର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ମ୍ୟାଚର ପ୍ରଥମ ଓଭରରେ ଅକ୍ତିଆର କରିଛନ୍ତି ହ୍ୟାଟ୍ରିକ ୱିକେଟ । ଅଧିକ ପଢନ୍ତୁ

ଜୟଦେବ ଉନାଦକତ
ଜୟଦେବ ଉନାଦକତ

ଦିଲ୍ଲୀ: ରଣଜୀ ଟ୍ରଫିରେ ଜୟଦେବ ଉନାଦକତଙ୍କ ଜବରଦସ୍ତ ପ୍ରଦର୍ଶନ । ୧୨ ବର୍ଷ ପରେ ଟେଷ୍ଟ କ୍ରକେଟକୁ ପ୍ରତ୍ୟାବର୍ତ୍ତନ କରି ବର୍ଷ ୨୦୨୨କୁ ବିଦାୟ ଦେଇଥିଲେ । ୨୦୨୩ର ବର୍ଷ ଆରମ୍ଭରୁ ରଣଜୀ ଟ୍ରଫିରେ ନିଜର ଜଲୱା ଦେଖାଇ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି । ରଣଜୀ ଟ୍ରଫିରେ ସେ ପ୍ରଥମ ଓଭରରେ ହ୍ୟାଟ୍ରିକ ୱିକେଟ ନେଇ ବର୍ଷ ଆରମ୍ଭରୁ ନିଜର ଦମଦାର ପ୍ରଦର୍ଶନ ଦେଖାଇଛନ୍ତି ।

ରାଜକୋଟରେ ଦିଲ୍ଲୀ ଏବଂ ସୌରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ରଣଜୀ ଟ୍ରଫି ମ୍ୟାଚରେ ଜୟଦେବ ଉନଦକତ କ୍ୟାରିୟର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ସୌରାଷ୍ଟ୍ରର ଏହି ଅଧିନାୟକ ମ୍ୟାଚର ପ୍ରଥମ ଓଭରରେ ଅକ୍ତିଆର କରିଛନ୍ତି ହ୍ୟାଟ୍ରିକ ୱିକେଟ । ପ୍ରଥମ ଓଭରର ତୃତୀୟ, ଚତୁର୍ଥ, ପଞ୍ଚମ ବଲରେ କ୍ରମଶଃ ୱିକେଟ ହାତେଇବାରେ ସଫଳ ହୋଇଥିଲେ ଜୟଦେବ ଉନାଦକତ । ଏହା ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଓଭରରେ ନିଆଯାଇଥିବା ପ୍ରଥମ ହ୍ୟାଟ୍ରିକ ।

ଦିଲ୍ଲୀ ଟିମର ଅଧିନାୟକ ୟଶ ଢୁଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଏହା ନିଷ୍ପତ୍ତି ତାଙ୍କ ପାଇଁ ମହଙ୍ଗା ପଡିଥିଲା । ଉନାଦକତଙ୍କ ଘାତକ ବୋଲିଂ ପ୍ରଥମ ଓଭରରେ ହିଁ ୩ ଜଣ କ୍ରିକେଟରଙ୍କୁ ପାଭଲିୟନ ପଠାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.