ETV Bharat / sports

ଭାଙ୍ଗିଲା ଅଖ୍‌ତରଙ୍କ ହୃଦୟ, କଟାକ୍ଷ କଲେ ସାମି

author img

By

Published : Nov 13, 2022, 9:21 PM IST

ପାକିସ୍ତାନର ପରାଜୟ ପରେ ରାଓଲପିଣ୍ଡି ଏକ୍ସପ୍ରେସ୍ ସୋଏବ୍ ଅଖତର "ଏକ ଭଙ୍ଗା ହୃଦୟର ଇମୋ" ନିଜ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ଭାଙ୍ଗିଲା ଅଖତରଙ୍କ ହୃଦୟ, କଟାକ୍ଷ କଲେ ସାମି
ଭାଙ୍ଗିଲା ଅଖତରଙ୍କ ହୃଦୟ, କଟାକ୍ଷ କଲେ ସାମି

ହାଇଦ୍ରାବାଦ: ଧୂଳିସାତ୍ ହୋଇଛି ପାକିସ୍ତାନର ଟି୨୦ ବିଶ୍ବକପ ସ୍ବପ୍ନ । ସୁପର ୧୨ ପର୍ଯ୍ୟାୟରେ ପ୍ରଥମ ଦୁଇଟି ମ୍ୟାଚ ହାରି ଅପରାଜୟ ରହିଥିବା ପାକିସ୍ତାନ ଫାଇନାଲ ମ୍ୟାଚରେ ପରାଜୟର ମୁହଁ ଦେଖିଛି । ୧୯୯୨ ମସିହାର ଦିନିକିଆ ବିଶ୍ବକପ ଇତିହାସରେ ଯାହା ଘଟିଥିଲା ୨୦୨୨ ଟି୨୦ ବିଶ୍ବକପରେ ପ୍ରାୟ ସମାନ ଘଟଣା ଘଟୁଥିବା କିଛି ଫଳାଫଳ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । କିଛି କ୍ରିକେଟ ମହଲରେ ଚର୍ଚ୍ଚା ହୋଇଥିଲା କି ଇମ୍ରାନ ଖାନଙ୍କ ଭଳି ବାବର ଆଜମ ମଧ୍ୟ ଇଂଲିସ ଟିମକୁ ପରାସ୍ତ କରି ୨୦୨୨ ବିଶ୍ବକପ ଟାଇଟଲ ହାତେଇବ । ଟି୨୦ ବିଶ୍ବକପ୍‌ରେ ପାକିସ୍ତାନର ବିଜୟ ଯାତ୍ର ବେଳେ ନିଜ ଦେଶର ଦଳକୁ ପ୍ରଶଂସା କରିବା ସହ ଭାରତକୁ ବାରମ୍ବାର ଟ୍ରୋଲ୍‌ କରିଥିଲେ ସୋଏବ ଅଖ୍‌ତର । ଆଜି ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ଅଖ୍‌ତର ଟ୍ବିଟ୍‌ କରିଥିବା ବେଳେ ଏହାର ଜବାବ ଦେଇ ପାକିସ୍ତାନକୁ ଟ୍ରୋଲ୍‌ କରିଛନ୍ତି ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସାମି

Sorry brother

It’s call karma 💔💔💔 https://t.co/DpaIliRYkd

— Mohammad Shami (@MdShami11) November 13, 2022

ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଫାଷ୍ଟ ବୋଲର ସୋଏବ ଅଖତର ପାକିସ୍ତାନର ପ୍ରଦର୍ଶନକୁ ନେଇ ବେଶ୍ ପ୍ରଶଂସା କରିଥିଲେ । ପାକିସ୍ତାନ ଏଥର ଟି୨୦ ବିଶ୍ବକପ ଟାଇଟଲ ହାତେଇବା ପାଇଁ ଦାବିଦାର ବୋଲି ସେ ଆଶା ରଖିଥିଲେ । ହେଲେ ପରିଣାମ କିଛି ଓଲଟା ହୋଇଛି । ଇଂଲଣ୍ଡ ଫାଇନାଲରେ ପାକିସ୍ତାନକୁ ହରାଇ ବିଶ୍ବ ଚମ୍ପିଆନ ହୋଇଛି । ପାକିସ୍ତାନ ୨୦୨୨ ବିଶ୍ବକପ ଟାଇଟଲ ହାତେଇବା ଆଶା ଆଶାରେ ରହିଯାଇଛି ।

ପାକିସ୍ତାନର ପରାଜୟ ପରେ ରାଓଲପିଣ୍ଡି ଏକ୍ସପ୍ରେସ୍ ସୋଏବ୍ ଅଖତର "ଏକ ଭଙ୍ଗା ହୃଦୟର ଇମୋଜୀ" ନିଜ ଟ୍ବିଟରରେ ପୋଷ୍ଟ କରିଥିଲେ । ଏଥିରୁ ବାରି ହେଉଥିଲା ଯେ ଅଖତର ପାକିସ୍ତାନର ପରାଜୟକୁ ଗ୍ରହଣ କରି ନପାରି ବହୁ ମର୍ମାହତ ହୋଇ ପଡିଛନ୍ତି । ଏହା ସହିତ ପାକିସ୍ତାନ ବିଶ୍ବ ଚମ୍ପିଆନ ହେବାର ସ୍ବପ୍ନ ଯେମିତି ଚୂରାମାର ହୋଇଯାଇଛି । ତେବେ ସୋଏବ ଅଖତରଙ୍କ ଏହି ଟ୍ବିଟରର ଜବାବ ଦେଇ ଫାଷ୍ଟ ବୋଲର ମହମ୍ମଦ ସାମି ଲେଖିଛନ୍ତି "ଏହାକୁ କୁହନ୍ତି କର୍ମର ଫଳ" । ମହମ୍ମଦ ସାମିଙ୍କ ଟ୍ବିଟ୍ ପର ଟ୍ବିଟରରେ 'କର୍ମ' ଟ୍ରେଣ୍ଡ୍‌ କରିବାରେ ଲାଗିଛି ।

ନିକଟରେ ସୋଏବ ଅଖତର ଭାରତର ପ୍ରଦର୍ଶନକୁ ନେଇ ବହୁତ ମାତ୍ରାରେ ଟ୍ରୋଲ କରିଥିଲେ । ଟିମ୍ ଇଣ୍ଡିଆ ପାକିସ୍ତାନକୁ ହରାଇବା ପରେ କହିଥିଲେ ଭାରତ କୌଣସି ତିସ୍ ମାର୍ ଖାନ୍ ନୁହେଁ ଯେ, ସେ ବିଶ୍ବ ଚମ୍ପିଆନ ହୋଇପାରିବ । ସେ ମଧ୍ୟ ସେମିଫାଇନାଲ ହାରି ନିଜ ଦେଶକୁ ଫେରିଆସିବ । ଇଂଲଣ୍ଡଠାରୁ ୫ ୱିକେଟରେ ପରାସ୍ତ ହୋଇ ପାକିସ୍ତାନକୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ରନ୍ କରିଥିଲା । ଏହାର ଜବାବରେ ଇଂଲିସ୍ ଟିମ୍ ୧୯ ଓଭରରେ ୫ ୱିକେଟ ହରାଇ ୧୩୮ ରନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.