ETV Bharat / sports

ଟି-୨୦ ବିଶ୍ବକପରେ ବିରଳ ରେକର୍ଡ କଲେ ଆୟରଲାଣ୍ଡ ବୋଲର - ଟି-୨୦ ବିଶ୍ବକପ

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ଇତିହାସରେ ଲଗାତାର ୪ଟି ବଲ୍‌ରେ ୪ ଟି ୱିକେଟ ହାସଲ କରିବାରେ ତୃତୀୟ ବୋଲର ହୋଇଛନ୍ତି କ୍ୟାମ୍ପର୍‌ । ଅଧିକ ପଢନ୍ତୁ...

Ireland pacer Curtis Campher becomes third bowler to take four wickets in four balls in T20Is
ବିରଳ ରେକର୍ଡ ତାଲିକାରେ ଆୟରଲାଣ୍ଡ ବୋଲର କର୍ଟିସ କ୍ୟାମ୍ପର
author img

By

Published : Oct 18, 2021, 6:49 PM IST

Updated : Oct 19, 2021, 6:37 AM IST

ଆବୁଧାବି: ଇତିହାସ ରଚିଲେ ଆୟରଲାଣ୍ଡ ଦ୍ରୁତ ବୋଲର କର୍ଟିସ କ୍ୟାମ୍ପର । ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ଇତିହାସରେ ଲଗାତାର ୪ଟି ବଲ୍‌ରେ ୪ ଟି ୱିକେଟ ହାସଲ କରିବାରେ ତୃତୀୟ ବୋଲର ହୋଇଛନ୍ତି କ୍ୟାମ୍ପର୍‌ । ପୂର୍ବରୁ ଏହି ରେକର୍ଡ ଲସିଥ ମାଲିଙ୍ଗା ଓ ରସିଦ ଖାନ୍‌ଙ୍କ ନାମରେ ଥିଲା । ଏବେ ଏହି ବିରଳ ରେକର୍ଡ ତାଲିକାରେ ନିଜର ନାମ ଯୋଡିଛନ୍ତି କ୍ୟାମ୍ପର୍‌ ।

ଚଳିତ ICC ପୁରୁଷ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ସୋମବାର ନେଦରଲାଣ୍ଡ ବିପକ୍ଷ ଗ୍ରୁପ ଏ ମ୍ୟାଚ୍‌ରେ ଆୟରଲାଣ୍ଡ ବୋଲର କ୍ୟାମ୍ପ୍‌ର ଏହି ସଫଳତା ହାସଲ କରିଛନ୍ତି ।

ମ୍ୟାଚ୍‌ର ଦଶମ ଓଭରରେ ସେ କଲିନ ଆକରମନ, ରନ ଟେନ ଡସକେଟ୍‌, ସ୍କଟ୍‌ ଏଡୱାର୍ଡସ ଓ ପିଟର ସିଲରଙ୍କୁ ଲଗାତାର ଆଉଟ୍‌ କରି ପାଭିଲିୟର ଫେରାଇଦେଇଥିଲେ ।

ଏହି ଓଭର ପୂର୍ବରୁ ନେଦରଲାଣ୍ଡ ୫୧ ରନ୍‌ରେ ଦୁଇଟି ୱିକେଟ ହରାଇ ଭଲ ସ୍ଥିତିରେ ରହିଥିଲା । ମାତ୍ର କ୍ୟାମ୍ପରଙ୍କ କମାଲ ପରେ ଦଶମ ଓଭର ସୁଦ୍ଧା ଡଚ୍‌ ଟିମ ୫୧/୬ରେ ପହଞ୍ଚିଯାଇଥିଲା ।

ପୂର୍ବରୁ ମାଲିଙ୍ଗା ନ୍ୟୁଜିଲାଣ୍ଡ ବିପକ୍ଷରେ ଓ ରସିଦ ଖାନ ଆୟରଲାଣ୍ଡ ବିପକ୍ଷରେ ୪ଟି ବଲ୍‌ରେ ୪ଟି ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 19, 2021, 6:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.