ETV Bharat / sports

IPL: ଚହଲଙ୍କ ଚାଞ୍ଚଲ୍ୟକର ଖୁଲାସା, ୧୫ ମହଲା ବାଲକୋନିରୁ ଲଟକାଇଥିଲେ ମଦ୍ୟପ ସାଥୀ ଖେଳାଳି

author img

By

Published : Apr 8, 2022, 5:27 PM IST

ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୧୩ ସମୟରେ ନିଜ ସହ ଘଟିଥିବା ଏକ ଭୟଙ୍କର ଘଟଣାର ଖୁଲାସା କରିଛନ୍ତି । ସେତେବେଳେ ଚହଲ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ମ୍ୟାଚ୍‌ ଖେଳିବାକୁ ଯାଇଥିବାବେଳେ ବେଙ୍ଗାଲୁରୁରେ ଜଣେ ବିଦେଶୀ ଖେଳାଳି ତାଙ୍କୁ ହୋଟେଲର ୧୫ ମହଲା ବାଲକୋନିରୁ ଲଟକାଇ ଦେଇଥିଲେ । ରାଜସ୍ଥାନ ରୟାଲ୍ସର ଏକ ୟୁଟୁବ୍‌ ଭିଡିଓରେ ଚହଲ ଏହି ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

Yuzvendra Chahal Recalls When Drunk Mumbai Indians Teammate
IPL: ଚହଲଙ୍କ ଚାଞ୍ଚଲ୍ୟକର ଖୁଲାସା, ୧୫ମହଲା ବାଲକୋନିରୁ ଲଟକାଇଥିଲେ ସାଥି ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPLର ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପକ୍ଷରୁ ୟୁଜଭେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳିସାରିଛନ୍ତି । ତେବେ ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡ୍‌ର ଅଂଶ ଥିବାବେଳେ ବର୍ଷ ୨୦୧୩ରେ ତାଙ୍କ ସହ ଘଟିଥିବା ଏକ ଭୟାନକ ଘଟଣା ବିଷୟରେ ଚହଲ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ପ୍ରଥମ ଥର ପାଇଁ ଏପରି ଘଟଣା ଜଣାପଡିବା ପରେ କ୍ରିକେଟପ୍ରେମୀ ତାଜୁବ ହୋଇଛନ୍ତି । ରବିଚନ୍ଦ୍ରନ ଅଶ୍ବିନ ଓ କରୁଣ ନାଏରଙ୍କ କମବ୍ୟାକ୍‌ ନେଇ ଆଲୋଚନା ବେଳେ ଚହଲ ଏହି ଖୁଲାସା କରିଛନ୍ତି । ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି ।

ଚହଲ କହିଛନ୍ତି, ଆଇପିଏଲ ୨୦୧୩ ସମୟର ଏହି ଘଟଣା । ଅତ୍ୟଧିକ ମଦ୍ୟପାନ ସହ ନିଶାରେ ଚୁର୍‌ ଥିବା ଜଣେ ମଦ୍ୟପ ସାଥୀ ଖେଳାଳି ହୋଟେଲର ୧୫ ମହଲା ବାଲକୋନିରୁ ତାଙ୍କୁ ତଳକୁ ଲଟକାଇ ଦେଇଥିଲେ, ଏଥିରେ ସେ ଭୟଭୀତ ହୋଇ ବେହୋସ ହୋଇଯାଇଥିଲେ । ସେତେବେଳେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ ।

  • Important to reveal name of player who as per Chahal did this to him in a drunk state. If true, this cannot be treated as fun, important to know what happened and what action was taken considering the seriousness of this. pic.twitter.com/Cw4IQxbdda

    — Virender Sehwag (@virendersehwag) April 8, 2022 " class="align-text-top noRightClick twitterSection" data="

Important to reveal name of player who as per Chahal did this to him in a drunk state. If true, this cannot be treated as fun, important to know what happened and what action was taken considering the seriousness of this. pic.twitter.com/Cw4IQxbdda

— Virender Sehwag (@virendersehwag) April 8, 2022 ">

ଏହାପରେ ଅର୍ଥାତ ବର୍ଷ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ନେତୃତାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମର ସଦସ୍ୟ ରହିଥିଲେ । ଆରସିବି ସହିତ ସେ ଏକ ଲମ୍ବା ସମୟ ବିତାଇଛନ୍ତି । ଆଇପିଏଲ ୨୦୨୧ ଚହଲଙ୍କ ବାଙ୍ଗାଲୋର ଫ୍ରାଞ୍ଚାଇଜ ସହିତ ଶେଷ ସଂସ୍କରଣ ଥିଲା । ଚଳିତ ସଂସ୍କରଣର ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି ।

ମାତ୍ର ଚହଲ ସେହି ମଦ୍ୟପ ଖେଳାଳିଜଣଙ୍କ ନାମ ଖୁଲାସା କରିନାହାନ୍ତି ଓ ଚହଲଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଚହଲଙ୍କ ପ୍ରଶଂସକମାନେ ଉକ୍ତ ଖେଳାଳିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ କ୍ରିକେଟ ବୋର୍ଡ(BCCI)କୁ ଅନୁରୋଧ କରିଛନ୍ତି । ଚହଲ କହିଛନ୍ତି, ଏହି ଘଟଣା ପୂର୍ବରୁ କାହାରିକୁ ଜଣାଇନଥିଲି । ମାତ୍ର ଆଜିଠୁ ସମସ୍ତେ ଏହି ଘଟଣା ବିଷୟରେ ଜାଣିଯିବେ ।

ସେ ଆହୁରି ମଧ୍ୟ କହିଛନ୍ତି, "ଏ ଘଟଣା ବର୍ଷ ୨୦୧୩ର, ଯେବେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଥିଲି । ଆମର ଏକ ମ୍ୟାଚ୍‌ ବେଙ୍ଗାଲୁରୁରେ ହେବାର ଥିଲା । ଏହାପରେ ସମସ୍ତ ଖେଳାଳି ଏକାଠି ହୋଇଥିଲେ ଓ ଏକ ପାର୍ଟିର ଆୟୋଜନ ହୋଇଥିଲା । ସେଠାରେ ଏକାଧିକ ଖେଳାଳି ଥିଲେ ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରିଥିଲେ । ମୁଁ ତାଙ୍କର ନାମ ଖୁଲାସା କରିବିନାହିଁ । ସେ ଖେଳାଳି ଜଣଙ୍କ ମଧ୍ୟ ଅଧିକ ମଦ ପିଇଥିଲେ ଓ ମୋତେ ବାରବାର ଦେଖୁଥିଲେ । ବହୁତ ସମୟ ଦେଖିବା ପରେ ପାଖକୁ ଡାକିଲେ ଓ ବାହାରକୁ ନେଇଯାଇଥିଲେ । ପରେ ହୋଟେଲ ବାଲକୋନିରୁ ମୋତେ ଲଟକାଇ ଦେଇଥିଲେ । ସେତେବେଳେ ଆମେ ହୋଟେଲର ୧୫ ମହଲାରେ ଥିଲୁ । ସେ ମୋତେ ଧରିଥିଲେ ଯଦି ମୁଁ ଟିକେ ଢିଲା କରିଥା'ନ୍ତି, ତେବେ ତଳକୁ ପଡିଯିବାର ସମ୍ଭାବନା ଥିଲା । ପରେ ବହୁତ ଲୋକେ ଆସି ମୋତେ ବଞ୍ଚାଇବାକୁ ପ୍ରୟାସ କରିଥିଲେ ଓ ଅନ୍ୟ ଖେଳାଳିମାନେ ମୋ ହାତ ଧରି ଭିତରକୁ ଆଣିଥିଲେ, ପରେ ମୁଁ ବେହୋସ ହୋଇଗଲି ।"

ଏହି ଭିଡିଓ ଭାଇରାଲ ହେବାପରେ ଚହଲଙ୍କ ପ୍ରଶଂସକ BCCI ଉଦ୍ଦେଶ୍ୟରେ ଟ୍ବିଟ୍‌ କରି ଘଟଣାର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି । ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ମଧ୍ୟ ଟ୍ବିଟ୍‌ କରି ଚହଲଙ୍କୁ ସେ ମଦ୍ୟପ ଖେଳାଳିଙ୍କ ନାମ ଖୁଲାସା କରିବାକୁ କହିଛନ୍ତି ।

ANI

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPLର ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପକ୍ଷରୁ ୟୁଜଭେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସ(Mumbai Indians) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳିସାରିଛନ୍ତି । ତେବେ ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡ୍‌ର ଅଂଶ ଥିବାବେଳେ ବର୍ଷ ୨୦୧୩ରେ ତାଙ୍କ ସହ ଘଟିଥିବା ଏକ ଭୟାନକ ଘଟଣା ବିଷୟରେ ଚହଲ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ପ୍ରଥମ ଥର ପାଇଁ ଏପରି ଘଟଣା ଜଣାପଡିବା ପରେ କ୍ରିକେଟପ୍ରେମୀ ତାଜୁବ ହୋଇଛନ୍ତି । ରବିଚନ୍ଦ୍ରନ ଅଶ୍ବିନ ଓ କରୁଣ ନାଏରଙ୍କ କମବ୍ୟାକ୍‌ ନେଇ ଆଲୋଚନା ବେଳେ ଚହଲ ଏହି ଖୁଲାସା କରିଛନ୍ତି । ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ନିଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି ।

ଚହଲ କହିଛନ୍ତି, ଆଇପିଏଲ ୨୦୧୩ ସମୟର ଏହି ଘଟଣା । ଅତ୍ୟଧିକ ମଦ୍ୟପାନ ସହ ନିଶାରେ ଚୁର୍‌ ଥିବା ଜଣେ ମଦ୍ୟପ ସାଥୀ ଖେଳାଳି ହୋଟେଲର ୧୫ ମହଲା ବାଲକୋନିରୁ ତାଙ୍କୁ ତଳକୁ ଲଟକାଇ ଦେଇଥିଲେ, ଏଥିରେ ସେ ଭୟଭୀତ ହୋଇ ବେହୋସ ହୋଇଯାଇଥିଲେ । ସେତେବେଳେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ ।

  • Important to reveal name of player who as per Chahal did this to him in a drunk state. If true, this cannot be treated as fun, important to know what happened and what action was taken considering the seriousness of this. pic.twitter.com/Cw4IQxbdda

    — Virender Sehwag (@virendersehwag) April 8, 2022 " class="align-text-top noRightClick twitterSection" data=" ">

ଏହାପରେ ଅର୍ଥାତ ବର୍ଷ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ନେତୃତାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମର ସଦସ୍ୟ ରହିଥିଲେ । ଆରସିବି ସହିତ ସେ ଏକ ଲମ୍ବା ସମୟ ବିତାଇଛନ୍ତି । ଆଇପିଏଲ ୨୦୨୧ ଚହଲଙ୍କ ବାଙ୍ଗାଲୋର ଫ୍ରାଞ୍ଚାଇଜ ସହିତ ଶେଷ ସଂସ୍କରଣ ଥିଲା । ଚଳିତ ସଂସ୍କରଣର ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି ।

ମାତ୍ର ଚହଲ ସେହି ମଦ୍ୟପ ଖେଳାଳିଜଣଙ୍କ ନାମ ଖୁଲାସା କରିନାହାନ୍ତି ଓ ଚହଲଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଚହଲଙ୍କ ପ୍ରଶଂସକମାନେ ଉକ୍ତ ଖେଳାଳିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ କ୍ରିକେଟ ବୋର୍ଡ(BCCI)କୁ ଅନୁରୋଧ କରିଛନ୍ତି । ଚହଲ କହିଛନ୍ତି, ଏହି ଘଟଣା ପୂର୍ବରୁ କାହାରିକୁ ଜଣାଇନଥିଲି । ମାତ୍ର ଆଜିଠୁ ସମସ୍ତେ ଏହି ଘଟଣା ବିଷୟରେ ଜାଣିଯିବେ ।

ସେ ଆହୁରି ମଧ୍ୟ କହିଛନ୍ତି, "ଏ ଘଟଣା ବର୍ଷ ୨୦୧୩ର, ଯେବେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଥିଲି । ଆମର ଏକ ମ୍ୟାଚ୍‌ ବେଙ୍ଗାଲୁରୁରେ ହେବାର ଥିଲା । ଏହାପରେ ସମସ୍ତ ଖେଳାଳି ଏକାଠି ହୋଇଥିଲେ ଓ ଏକ ପାର୍ଟିର ଆୟୋଜନ ହୋଇଥିଲା । ସେଠାରେ ଏକାଧିକ ଖେଳାଳି ଥିଲେ ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରିଥିଲେ । ମୁଁ ତାଙ୍କର ନାମ ଖୁଲାସା କରିବିନାହିଁ । ସେ ଖେଳାଳି ଜଣଙ୍କ ମଧ୍ୟ ଅଧିକ ମଦ ପିଇଥିଲେ ଓ ମୋତେ ବାରବାର ଦେଖୁଥିଲେ । ବହୁତ ସମୟ ଦେଖିବା ପରେ ପାଖକୁ ଡାକିଲେ ଓ ବାହାରକୁ ନେଇଯାଇଥିଲେ । ପରେ ହୋଟେଲ ବାଲକୋନିରୁ ମୋତେ ଲଟକାଇ ଦେଇଥିଲେ । ସେତେବେଳେ ଆମେ ହୋଟେଲର ୧୫ ମହଲାରେ ଥିଲୁ । ସେ ମୋତେ ଧରିଥିଲେ ଯଦି ମୁଁ ଟିକେ ଢିଲା କରିଥା'ନ୍ତି, ତେବେ ତଳକୁ ପଡିଯିବାର ସମ୍ଭାବନା ଥିଲା । ପରେ ବହୁତ ଲୋକେ ଆସି ମୋତେ ବଞ୍ଚାଇବାକୁ ପ୍ରୟାସ କରିଥିଲେ ଓ ଅନ୍ୟ ଖେଳାଳିମାନେ ମୋ ହାତ ଧରି ଭିତରକୁ ଆଣିଥିଲେ, ପରେ ମୁଁ ବେହୋସ ହୋଇଗଲି ।"

ଏହି ଭିଡିଓ ଭାଇରାଲ ହେବାପରେ ଚହଲଙ୍କ ପ୍ରଶଂସକ BCCI ଉଦ୍ଦେଶ୍ୟରେ ଟ୍ବିଟ୍‌ କରି ଘଟଣାର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି । ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ମଧ୍ୟ ଟ୍ବିଟ୍‌ କରି ଚହଲଙ୍କୁ ସେ ମଦ୍ୟପ ଖେଳାଳିଙ୍କ ନାମ ଖୁଲାସା କରିବାକୁ କହିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.