ETV Bharat / sports

ଆଇପିଏଲରେ ଚହଲଙ୍କ ରେକର୍ଡ, ବ୍ରାଭୋଙ୍କୁ ପଛରେ ପକାଇ ହେଲେ ନଂ 1 ବୋଲର

author img

By

Published : May 12, 2023, 9:56 AM IST

ଆଇପିଏଲରେ ସର୍ବାଧିକ ଓ୍ବିକେଟ ଅକ୍ତିଆର କରି ଏକ ନମ୍ବର ସ୍ଥାନରେ ରହିଲେ ଚହଲ । ପଛରେ ପଡିଲେ ବ୍ରାଭୋ । ଅଧିକ ପଢନ୍ତୁ

Yuzvendra Chahal
Yuzvendra Chahal

ହାଇଦ୍ରାବାଦ: ରାଜସ୍ଥାନ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ନାମରେ ନୂଆ ରେକର୍ଡ । ଆଇପିଏଲରେ ସର୍ବାଧିକ ଓ୍ବିକେଟ ଅକ୍ତିଆର କରି ଏକ ନମ୍ବର ସ୍ଥାନରେ ରହିଛନ୍ତି ଯୁଜବେନ୍ଦ୍ର ଚହଲ । ଆଇପିଏଲରେ ସର୍ବାଧିକ 184ଟି ଓ୍ବିଟେକ ନେଇ ନିଜ ନାମରେ ଏହି ନୂଆ ରେକର୍ଡ କରିଛନ୍ତି ଚହଲ । ସିଏସକେର ବୋଲର ବ୍ରାଭୋଙ୍କ ନାମରେ ପୂର୍ବରୁ ଏହି ରେକର୍ଡ ରହିଥିଲା । ଏବେ ବ୍ରାଭୋଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛନ୍ତି ଚହଲ ।

ଏହା ମଧ୍ୟ ପଢନ୍ତୁ-IPL 2023 :KKR ବୋଲରଙ୍କ ଲୟ ବିଗାଡ଼ିଲେ ଜୟଶ୍ବାଲ୍, 9 ୱିକେଟରେ ଜିତିଲା ରାଜସ୍ଥାନ

ଚଳିତ ଆଇପିଏଲର 56ତମ ମ୍ୟାଚରେ ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ନୀତୀଶ ରାଣାଙ୍କୁ ଆଉଟ କରି ଆଇପିଏଲର ସର୍ବକାଳୀନ ସର୍ବାଧିକ ଓ୍ବିକେଟ ଅକ୍ତିଆର କରିଥିବା ବୋଲର ହୋଇ ପାରିଛନ୍ତି ଚହଲ । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା 143ଟି ମ୍ୟାଚ ଖେଳି ଚହଲ ସର୍ବାଧିକ 184ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଚଳିତ ସିଜିନରେ ଚହଲ ବର୍ତ୍ତମାନ ସୁଦ୍ଧା ମୋଟ 12ଟି ମ୍ୟାଚ ଖେଳି 21ଟି ଓ୍ବିକେଟ ନେଇଛନ୍ତି । ଗୁରୁବାର ମ୍ୟାଚରେ ଘାତକ ବୋଲିଂ କରି ଚହଲ 25 ରନ୍‌ରେ 4ଟି ୱିକେଟ ଅକ୍ତିଆର କରିଥିଲେ । ଗତ 2022ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି 17ଟି ମ୍ୟାଚରେ 27ଟି ଓ୍ବିକେଟ ନେଇ ପର୍ପଲ କ୍ୟାପ ନିଜ ନାମରେ କରିଥିଲେ । ଚଳିତ ସିଜିନରେ ମଧ୍ୟ ସର୍ବାଧିକ ଓ୍ବିକେଟ ନେଇ ସେ ପର୍ପଲ କ୍ୟାପ ପିନ୍ଧିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ICC ODI World Cup: ଅକ୍ଟୋବର 15ରେ ଭାରତ-ପାକିସ୍ତାନ ଫାଇଟ

ଆଇପିଏଲର ସର୍ବାଧିକ ଓ୍ବିକେଟ ଅକ୍ତିଆର କରିଥିବା ବୋଲରଙ୍କ ମଧ୍ୟରେ ପ୍ରଥମରେ ରହିଛନ୍ତି ଯୁଜବେନ୍ଦ୍ର ଚହଲ । ଏହାପରେ 183ଟି ଓ୍ବିକେଟ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି ବ୍ରାଭୋ, 174ଟି ଓ୍ବିକେଟ ଅକ୍ତିଆର କରି ତୃତୀୟ ସ୍ଥାନରେ ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ପିୟୁଷ ଚାଓ୍ବଲା, 172ଟି ଓ୍ବିକେଟ ଅକ୍ତିଆର କରି ଲକ୍ଷ୍ନୌର ଖେଳାଳି ଅମିତ ମିଶ୍ରା ଚତୁର୍ଥ ସ୍ଥାନ ଓ ରାଜସ୍ଥାନରେ ରବିଚନ୍ଦ୍ର ଅଶ୍ବିନ 171ଟି ଓ୍ବିକେଟ ନେଇ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-IPL 2023: 12 ଲକ୍ଷ ଟଙ୍କା ଫାଇନ ଗଣିବେ ନୀତିଶ ରାଣା

ଗତ ଜାନୁଆରୀ ମାସରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଓ୍ବିକେଟ ଅକ୍ତିଆର କରି ପ୍ରଥମ ସ୍ଥାନରେ ରହିଥିଲେ । ୯୧ ଟି ୱିକେଟ ନେଇ ଭାରତ ପାଇଁ ଅଧିକ ୱିକେଟ ଅକ୍ତିଆର କରିଥିବା ରେକର୍ଡ ନିଜ ନାମରେ କରିଥିଲେ ଚହଲ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.