ETV Bharat / sports

IPL 2023: ପ୍ରଥମ ଭାରତୀୟ ଭାବେ ଚହଲଙ୍କ ରେକର୍ଡ, ଟି୨୦ରେ ହାସଲ କଲେ ୩୦୦ ୱିକେଟ

author img

By

Published : Apr 3, 2023, 4:30 PM IST

ଆଇପିଏଲ ୨୦୨୩ରେ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ୟୁଜବେନ୍ଦ୍ର ଚହଲ । ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ସେ ୪ ୱିକେଟ ନେଇଥିବା ବେଳେ ନିଜ ଟି୨୦ କ୍ୟାରିୟରରେ ସେ ୩୦୦ ୱିକେଟ ପୂରଣ କରିଛନ୍ତି । ପ୍ରଥମ ଭାରତୀୟ ବୋଲର ଭାବେ ଏହି ରେକର୍ଡ ନିଜ ନାମରେ କରିଛନ୍ତି ଚହଲ । ଅଧିକ ପଢ଼ନ୍ତୁ

ଟି୨୦ରେ ୩୦୦ ୱିକେଟ ହାସଲ କଲେ ଚହଲ
ଟି୨୦ରେ ୩୦୦ ୱିକେଟ ହାସଲ କଲେ ଚହଲ

ହାଇଦ୍ରାବାଦ: ଜାରି ରହିଛି ହାଇ ପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ୨୦୨୩ । ତେବେ ରବିବାର ଡବଲ ହେଡର ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଥିଲା ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍‌ରେ ୭୨ ରନର ବଡ଼ ସ୍କୋରରେ ଭୁବନେଶ୍ବର କୁମାରଙ୍କ ହାଇଦ୍ରାବାଦକୁ ହରାଇଥିଲା ସଞ୍ଜୁ ସାମସନ୍‌ଙ୍କ ରାଜସ୍ଥାନ । ଏହି ମ୍ୟାଚ୍‌ରେ ୪ ଓଭର ବୋଲିଂ କରି ମାତ୍ର ୧୭ ରନ ବ୍ୟୟରେ ୪ଟି ୱିକେଟ ହାସଲ କରିଥିଲେ ଚହଲ । ତେବେ ଏହି ମ୍ୟାଚ୍‌ରେ ଏକ ନୂଆ ରେକର୍ଡ ହାସଲ କରିଛନ୍ତି ଏହି ଭାରତୀୟ ସ୍ପିନର । ଏଥିରେ ମୟଙ୍କ ଅଗ୍ରୱାଲଙ୍କ ୱିକେଟ ନେବା ମାତ୍ରେ ହଣ ଟି୨୦ କ୍ରିକେଟରେ ୩୦୦ ୱିକେଟ ପୂରଣ କରିଥିଲେ ଚହଲ । ତେବେ ପ୍ରଥମ ଭାରତୀୟ ବୋଲର ଭାବେ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ୟୁଜବେନ୍ଦ୍ର ଚହଲ । ମୟଙ୍କ ଅଗ୍ରୱାଲଙ୍କ ପରେ ସେ ହ୍ୟାରୀ ବ୍ରୁକ (୧୩), ଆଦିଲ ରସିଦ (୧୮) ଓ ହାଇଦ୍ରାବାଦ ଅଧିନାୟକ ଭୁବନେଶ୍ବର କୁମାର (୬)ଙ୍କୁ ପାଭିଲିୟନ ପଠାଇଥିଲେ ।

ତେବେ ସମୁଦାୟ ୨୬୫ ଟି୨୦ ମ୍ୟାଚ୍‌ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି ଭାରତୀୟ ସ୍ପିନର ୟୁଜି ଚାହଲ । ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ସମୁଦାୟ ୫ ୱିକେଟ ହରାଇ ୨୦୩ ରନର ବିଶାଳ ସ୍କୋର କରିଥିଲା । ୨୦୪ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବଦ ବ୍ୟାଟରମାନେ ରାଜସ୍ଥାନ ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୧ ରନରେ ହିଁ ଅଟକି ଯାଇଥିଲା । ଏହି ମ୍ୟାଚ୍‌ରେ ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ ହାତେଇଥିବା ବେଳେ ଜେଶନ ହୋଲ୍ଡର ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ସେପଟେ ୱିକେଟ ରକ୍ଷକ ଭୂମିକାରେ ଥିବା ଅଧିନାୟକ ସଞ୍ଜୁ ସାମସନ ଚହଲଙ୍କ ବଲ୍‌ରେ ଷ୍ଟମ୍ପ୍‌ ଆଉଟ କରି ଆଦିଲ ରସିଦଙ୍କୁ ପାଭିଲିୟନ ଫେରାଇଥିଲେ । ତେବେ ଏହି ମ୍ୟାଚ୍‌ରେ ସବୁଠାରୁ ଦମଦାର ପ୍ରଦର୍ଶନ କରି ୪ ଓଭରରୁ କେବଳ ୧୭ ରନ ବ୍ୟୟରେ ୪ ୱିକେଟ ହାସଲ କରିଥିଲେ ଚହଲ ।

ଟି୨୦ରେ ସର୍ବାଧିକ ୱିକେଟ ହାସଲ କରିଥିବା ୫ ଭାରତୀୟ ବୋଲର:- ଟି୨୦ରେ ସବୁବେଳେ ଭାରତୀୟ ସ୍ପିନର ମାନଙ୍କ ଦବଦବା ରହିଆସିଛି । ସର୍ବାଧିକ ୱିକେଟ ହାସଲକାରୀ ଭାରତୀୟ ବୋଲରଙ୍କ ତାଲିକା ଦେଖିବାକୁ ଗଲେ ଶୀର୍ଷ ୪ ଜଣ ବୋଲର ହେଉଛନ୍ତି ସ୍ପିନର । ଏମାନଙ୍କ ମଧ୍ୟରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୩୦୩ ୱିକେଟ ହାସଲ କରିଥିବା ବେଳେ ୨୮୭ ୱିକେଟ ସହିତ ଦ୍ବିତୀୟରେ ରହିଛନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ତୃତୀୟରେ ରହିଛନ୍ତି ପିୟୁସ ଚାୱଲା । ତାଙ୍କ ଖାତାରେ ୨୭୬ ୱିକେଟ ରହିଛି । ସେହିଭଳି ଅମିତ ମିଶ୍ରା ୨୭୨ ୱିକେଟ ହାସଲ କରି ଏହି ତାଲିକାର ଚତୁର୍ଥରେ ରହିଛନ୍ତି । ତେବେ ଭାରତୀୟ ଷ୍ଟାର ବୋଲର ଭୁବନେଶ୍ବର କୁମାର ଓ ଯଶପ୍ରୀତ ବୁମରା ଉଭୟ ୨୫୬ ଲେଖାଏଁ ଟି୨୦ ୱିକେଟ ହାସଲ କରି ଏହି ସୂଚୀର ପଞ୍ଚମ ସ୍ଥାନରେ ରହିଛନ୍ତି ।

ଆଇପିଏଲରେ ୪ ୱିକେଟ ସଫଳତା: ତେବେ ଏହି ମ୍ୟାଚ୍‌ରେ କେବଳ ୩୦୦ ୱିକେଟ ହାସଲ ନୁହେଁ, ଅନ୍ୟ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି ୟୁଜବେନ୍ଦ୍ର ଚହଲ । ସେ ଏହି ମ୍ୟାଚ୍‌ରେ ପଞ୍ଚମ ଥର ପାଇଁ ୪ ୱିକେଟ ସଫଳତା ହାସଲ କରିଛନ୍ତି । ଚହଲଙ୍କ ପୂର୍ବରୁ ସ୍ପିନର ଅମିତ ମିଶ୍ରା ୫ ଥର ୪ ୱିକେଟ ସଫଳତା ନିଜ ନାମରେ କରିଥିଲେ । ତେବେ ଆଇପିଏଲରେ ସବୁଠାରୁ ଅଧିକ ଥର ୪ ୱିକେଟ ସଫଳତା ହାସଲ କରିବାର ରେକର୍ଡ ୱେଷ୍ଟ ଇଣ୍ଡିଜ ସ୍ପିନର ସୁନୀଲ ନାରାୟଣଙ୍କ ନାମରେ ରହିଛି । ସେ ୮ ଥର ଏହି ସଫଳତା ହାସଲ କରିଛନ୍ତି । ସେହିପରି ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ଲସିଥ ମାଲିଙ୍ଗା ୭ ଥର ଏହି ୪ ୱିକେଟ ସଫଳତା ନିଜ ନାମରେ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.