ETV Bharat / sports

WPL 2023: ଆଲିସା ହିିଲିଙ୍କୁ ୟୁପି ୱାରିୟର୍ସ ନେତୃତ୍ବ

author img

By

Published : Feb 23, 2023, 9:09 AM IST

ମହିଳା ଆଇପିଏଲ ପ୍ରଥମ ସଂସ୍କରଣରେ ଅଷ୍ଟ୍ରେଲିଆର ଆଲିସା ହିଲିଙ୍କୁ ଅଧିନାୟିକା ନିଯୁକ୍ତ କରିଛି ୟୁପି ୱାରିୟର୍ସ । ଅଧିକ ପଢନ୍ତୁ

WPL 2023
ଆଲିସା ହିିଲିଙ୍କୁ ୟୁପି ୱାରିୟର୍ସ ନେତୃତ୍ବ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ ପାଇଁ ସମୟ ପାଖଉଛି । ଏହାରି ଭିତରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଦଳ ତାର ଅଧିନାୟିକା ନିଯୁକ୍ତ କରୁଛନ୍ତି । ଆରସିବି ପରେ ୟୁପି ୱାରିୟର୍ସ ଅଷ୍ଟ୍ରେଲିଆର ଆଲିସା ହିଲିଙ୍କୁ ଦଳର ନେତୃତ୍ବ ଭାର ଦେଇଛି । ୱାରିୟର୍ସ ନେତୃତ୍ବ ଦୌଡରେ ଭାରତର ଦିପ୍ତୀ ଶର୍ମା ଥିଲେ ମାତ୍ର ଅଭିଜ୍ଞତା ଦୃଷ୍ଟିରୁ ଆଲିସା ହିଲିଙ୍କୁ ଅଧିନାୟିକା ନିଯୁକ୍ତ କରାଯାଇଛି । ବିଶ୍ବର ଜଣେ ଶ୍ରେଷ୍ଠ ଓପନ ବ୍ୟାଟର ଭାବେ ଜଣାଶୁଣା ଆଲିସା ହିଲି ।

ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଆଲିସା ହିଲି 5ଟି ଆଇସିସି ଟି-ଟ୍ବେଣ୍ଟି ଓ ଗୋଟିଏ ଦିନିକିଆ ଟାଇଟଲ ହାସଲ କରିଛନ୍ତି । ଟି ଟ୍ବେଣ୍ଟି କ୍ରିକେଟରେ ସେ ଗୋଟିଏ ଶତକ ଓ 14ଟି ଅର୍ଦ୍ଧଶତକ ସହ 2500 ରନ ସଂଗ୍ରହ କରିଛନ୍ତି । ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳର ଖେଳାଳି ମିଚେଲ ଷ୍ଟାର୍କଙ୍କ ପତ୍ନୀ ଆଲିସା ହିଲି । ସେହିପରି ଇଂଲଣ୍ଡର ଜନ ଲୁଇସ ୟୁପି ୱାରିୟର୍ସ ମୁଖ୍ୟ କୋଚ ନିଯୁକ୍ତ ହୋଇଛି । ଅଞ୍ଜୁ ଜୈନ ସହକାରୀ କୋଚ ଓ ଆସଲି ନୋଫରେ ବୋଲିଂ କୋଚ ନିଯୁକ୍ତ ହୋଇଛନ୍ତି ।

ଏହା ବି ପଢନ୍ତୁ...ICC Womens T20 World Cup: ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ

ମାର୍ଚ୍ଚ 4ରୁ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଆରମ୍ଭ ହେବ । ମୋଟ 22ଟି ମ୍ୟାଚ ଖେଳାଯିବ । 20ଟି ଲିଗ ମ୍ୟାଚ ରହିଛି । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଓ ଗୁଜୁରାଟ ଜାଏଣ୍ଟ୍ସ ମୁହାଁମୁହିଁ ହେବେ । ମୋଟ 5ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ମୁମ୍ବାଇ, ଗୁଜୁରାଟ, ଆରସିବି, ୟୁପି ୱାରିୟର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ।

ଉଭୟ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଗ୍ରାଉଣ୍ଡରେ 11ଟି ଲେଖାଏଁ ମ୍ୟାଚ ଖେଳାଯିବ । ଡବଲ ରାଉଣ୍ଡ ରବିନ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ମାର୍ଚ୍ଚ 21 ତାରିଖରେ ଲିଗ ପର୍ଯ୍ୟାୟ ଶେଷ ହେବ । ମାର୍ଚ୍ଚ 24ରେ ଏଲିମିନେଟର ଓ 26 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଭାରତୀୟ ଉପ ଅଧିନାୟିକା ସ୍ମୃତି ମାନ୍ଧନାଙ୍କୁ ଦଳର ଅଧିନାୟିକା ନିଯୁକ୍ତ କରିଛି ।

ଏହା ବି ପଢନ୍ତୁ...WPL 2023: ଟାଟା ଗ୍ରୁପକୁ ମହିଳା ଆଇପିଏଲ ଟାଇଟଲ ଅଧିକାର

ପ୍ରକାଶ ଥାଉ କି, ଗତ ଫେବୃଆରୀ 13 ତାରିଖରେ ମହିଳା ଆଇପିଏଲ ପ୍ରିମିୟର ଲିଗର ନିଲାମୀ ଅନୁଷ୍ଠିତ ହୋଇଥିଲା । ମୋଟ 87 ଜଣ ଖେଳାଳି କ୍ରୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 30 ଜଣ ବିଦେଶୀ ଖେଳାଳି ରହିଛନ୍ତି । ସ୍ମୃତି ମାନ୍ଧନା ସବୁଠୁ ଦାମୀ ଖେଳାଳି ହୋଇଥିଲେ । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ 3.4 କୋଟି ଟଙ୍କାରେ କ୍ରୟ କରିଥିଲା । ଆଲିସା ହିଲିଙ୍କୁ ୟୁପି ୱାରିୟର୍ସ ନିଲାମୀରେ 70 ଲକ୍ଷ ଟଙ୍କାରେ କ୍ରୟ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.