ମୋହାଲି: ଚଳିତ IPLର ୨୭ତମ ଲିଗ୍ ମ୍ୟାଚ୍ ଦମଦାର ବିଜୟ ସହ କୋହଲିଙ୍କ ନାମରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଛି । ଆଜିର ମ୍ୟାଚ୍ରେ RCB କମାନ ବିରାଟ କୋହଲିଙ୍କ ହାତରେ ଥିଲା । ଏହାର ପ୍ରଭାବ ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଆଜିର ମ୍ୟାଚ୍ରେ ୪୭ ବଲ୍ରେ ୧୨୫.୩୩ ଷ୍ଟାଇକ୍ ରେଟ୍ରେ ୫୯ ରନ୍ କରିଥିଲେ ବିରାଟ କୋହଲି । ୧୭ତମ ଓଭରରେ ଅନ୍ ସାଇଡ୍ରେ ସଟ୍ ଖେଳିବା ପ୍ରୟାସରେ ଆଉଟ ହୋଇଥିଲା ।
-
Another day, another milestone 😉
— IndianPremierLeague (@IPL) April 20, 2023 " class="align-text-top noRightClick twitterSection" data="
6⃣0⃣0⃣ fours now in #TATAIPL for @imVkohli 🫡
Follow the match ▶️ https://t.co/CQekZNsh7b#TATAIPL | #PBKSvRCB pic.twitter.com/HzFwFdGmeA
">Another day, another milestone 😉
— IndianPremierLeague (@IPL) April 20, 2023
6⃣0⃣0⃣ fours now in #TATAIPL for @imVkohli 🫡
Follow the match ▶️ https://t.co/CQekZNsh7b#TATAIPL | #PBKSvRCB pic.twitter.com/HzFwFdGmeAAnother day, another milestone 😉
— IndianPremierLeague (@IPL) April 20, 2023
6⃣0⃣0⃣ fours now in #TATAIPL for @imVkohli 🫡
Follow the match ▶️ https://t.co/CQekZNsh7b#TATAIPL | #PBKSvRCB pic.twitter.com/HzFwFdGmeA
ପଞ୍ଜାବ ବିପକ୍ଷରେ ୫୯ ମଧ୍ୟରେ ଗୋଟିଏ ଛକା ସହ ୫ଟି ଚୌକା ସାମିଲ ରହିଥିଲା । ଯାହାଫଳରେ IPL ଇତିହାସରେ ୬୦୦ ଚୌକା ମାରିବା ରେକର୍ଡ କରିଛନ୍ତି କୋହଲି । ଏଭଳି ରେକର୍ଡ ହାସଲ କରିବାରେ କୋହଲି ତୃତୀୟ କ୍ରିକେଟର ହୋଇ ପାରିଛନ୍ତି । ପଞ୍ଜାବ ଅଧିନାୟକ ଶିଖର ଧାୱନଙ୍କ ନାମରେ ସର୍ବାଧିକ ୭୩୦ ଚୌକା ମାରିବା ରେକର୍ଡ ରହିଛି । ଦ୍ବିତୀୟ ସ୍ଥାନରେ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ନାମରେ ୬୦୮ ଚୌକା ମାରିବା ରେକର୍ଡ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ଡେଭିଡ ୱାର୍ଣ୍ଣରଙ୍କ ରେକର୍ଡ ଭାଙ୍ଗିବାକୁ କୋହଲିଙ୍କୁ ଆଉ ୫ଟି ଚୌକା ଆବଶ୍ୟକ । ତେବେ KKR ବିପକ୍ଷ ମ୍ୟାଚ୍ରେ ଡେଭିଡ ୱାର୍ଣ୍ଣର ନିଜ ଚୌକା ରେକର୍ଡରେ ଆଉ କେତେକ ସାମିଲ କରି ପାରନ୍ତି । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ତାଙ୍କ ସ୍ବାଭାବିକ ଖେଳ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ ।
-
☑️ 36th Fifty as RCB Captain
— Royal Challengers Bangalore (@RCBTweets) April 20, 2023 " class="align-text-top noRightClick twitterSection" data="
☑️ 48th Fifty in IPL
☑️ 4th Fifty this season
Captain Kohli 🫡#PlayBold #ನಮ್ಮRCB #IPL2023 #PBKSvRCB @imVkohli pic.twitter.com/VTbZRRRtLZ
">☑️ 36th Fifty as RCB Captain
— Royal Challengers Bangalore (@RCBTweets) April 20, 2023
☑️ 48th Fifty in IPL
☑️ 4th Fifty this season
Captain Kohli 🫡#PlayBold #ನಮ್ಮRCB #IPL2023 #PBKSvRCB @imVkohli pic.twitter.com/VTbZRRRtLZ☑️ 36th Fifty as RCB Captain
— Royal Challengers Bangalore (@RCBTweets) April 20, 2023
☑️ 48th Fifty in IPL
☑️ 4th Fifty this season
Captain Kohli 🫡#PlayBold #ನಮ್ಮRCB #IPL2023 #PBKSvRCB @imVkohli pic.twitter.com/VTbZRRRtLZ
ସେପଟେ ବିରାଟ କୋହଲି ଆଜି RCB ଅଧିନାୟକ ଭାବରେ ବିରାଟ କୋହଲି ନିଜର ୩୬ତମ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଆଇପିଏଲ୍ ଇତିହାସରେ ଏହା କୋହଲିଙ୍କ ୪୮ତମ ଅର୍ଦ୍ଧ ଶତକ । ଚଳିତ ସିଜିନର ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ । ଅର୍ଦ୍ଧ ଶତକ ତାଲିକାରେ ମଧ୍ୟ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଲିଷ୍ଟ୍ରେ ସର୍ବାଗ୍ରେ ରହିଛନ୍ତି ଡେଭିଡ ୱାର୍ଣ୍ଣର , ଯିଏକି ୧୬୭ ମ୍ୟାଚ୍ରେ ୫୮ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶିଖର ଧାୱନ ୨୧୦ ମ୍ୟାଚ୍ରେ ୪୯ ଅର୍ଦ୍ଧ ଶତକ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା RCB ୬ଟି ମ୍ୟାଚ୍ ଖେଳି ୩ଟିରେ ବିଜୟ ହାସଲ କରିଥିବା ବେଳେ ୩ଟିରେ ପରାଜୟର ସ୍ବାଦ ଚାଖିଛି ।
-
FIFTY & going strong 😎@imVkohli smacks yet another half-century 👏👏
— IndianPremierLeague (@IPL) April 20, 2023 " class="align-text-top noRightClick twitterSection" data="
Follow the match ▶️ https://t.co/CQekZNsh7b#TATAIPL | #PBKSvRCB pic.twitter.com/WZdHm7cLBs
">FIFTY & going strong 😎@imVkohli smacks yet another half-century 👏👏
— IndianPremierLeague (@IPL) April 20, 2023
Follow the match ▶️ https://t.co/CQekZNsh7b#TATAIPL | #PBKSvRCB pic.twitter.com/WZdHm7cLBsFIFTY & going strong 😎@imVkohli smacks yet another half-century 👏👏
— IndianPremierLeague (@IPL) April 20, 2023
Follow the match ▶️ https://t.co/CQekZNsh7b#TATAIPL | #PBKSvRCB pic.twitter.com/WZdHm7cLBs
ତେବେ କୋହଲିଙ୍କ ଫର୍ମକୁ ଦେଖିଲେ ଚଳିତ ସିଜିନର ସେ ଅର୍ଦ୍ଧ ଶତକ ତାଲିକାରେ ଶୀର୍ଷରେ ପହଞ୍ଚି ପାରନ୍ତି ବୋଲି କ୍ରିକେଟ ସମୀକ୍ଷକ ମତ ରଖୁଛନ୍ତି । RCB ତାର ଆଗାମୀ ମ୍ୟାଚ୍ ରାଜସ୍ଥାନ ବିପକ୍ଷରେ ଏପ୍ରିଲ ୨୩ ତାରିଖରେ ଖେଳିବ ।