ETV Bharat / sports

କ୍ରିକେଟ ଉପରେ କୋରୋନା ମାଡ଼, ବନ୍ଦ ହୋଇପାରେ ମହିଳା ଟି-20 ଲିଗ୍ !

author img

By

Published : Apr 28, 2021, 6:38 PM IST

ଦେଶରେ କୋରୋନା ସଂକ୍ରମଣ ଅନିୟନ୍ତ୍ରିତ ଭାବରେ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ଆଇପିଏଲ ପରେ ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ସନ୍ଦେହ ଦେଖାଦେଇଛି । ଅଧିକ ପଢ଼ନ୍ତୁ...

କ୍ରିକେଟ ଉପରେ କୋରୋନା ମାଡ଼, ବନ୍ଦ ହୋଇପାରେ ମହିଳା ଟି-20 ଲିଗ୍ !
କ୍ରିକେଟ ଉପରେ କୋରୋନା ମାଡ଼, ବନ୍ଦ ହୋଇପାରେ ମହିଳା ଟି-20 ଲିଗ୍ !

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଅନିୟନ୍ତ୍ରିତ ଭାବରେ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ଆଇପିଏଲ ପରେ ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ସନ୍ଦେହ ଦେଖାଦେଇଛି । ଏହି ଟୁର୍ଣ୍ଣାମେଣ୍ଟ ମୋଟ 3ଟି ଦଳକୁ ନେଇ ଆୟୋଜନ ହୋଇ ଆସୁଛି। ତେବେ କୋରୋନା ସଂକ୍ରମଣ ବୃଦ୍ଧି ଓ ଏହାକୁ ନେଇ ଜାରି ହୋଇଥିବା ଗାଇଡଲାଇନ ସହ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସମ୍ଭବ ହୋଇନପାରେ ବୋଲି କହିଛନ୍ତି ବିସିସିଆଇର ଜଣେ ଅଧିକାରୀ ।

ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ଏକ କ୍ୟାମ୍ପ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ ଇଣ୍ଡିଜ କ୍ରିକେଟର ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା । ତେବେ କୋରୋନା ସଂକ୍ରମଣ ବୃଦ୍ଧି ପରେ ଏହି ସବୁ ଭାରତ ଭ୍ରମଣ ଉପରେ ରୋକ ଲଗାଇଛନ୍ତି । ଫଳରେ ଏହି କ୍ୟାମ୍ପ ବାତିଲ କରାଯାଇଛି ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, "ଭାରତୀୟ ଖେଳାଳି କ୍ବାରେଣ୍ଟିନରେ ରହିବା ଏକ ସମସ୍ୟା ନୁହେଁ। କିନ୍ତୁ ବିଦେଶ ଖେଳାଳି ବୋଧ ହୁଏ ଏଥିରେ ଯୋଗ ନଦେଇ ପାରନ୍ତି। ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ସନ୍ଦେହ ଦେଖା ଦେଇଛି। କୋରୋନା ସ୍ଥିତିରେ ପରିବର୍ତ୍ତନ ହେଲେ ଟୁର୍ଣ୍ଣାମେଣ୍ଟ ଆୟୋଜନ ଉପରେ ଆଲୋଚନା ହେବ।"

ଗତବର୍ଷ ମଧ୍ୟ କୋରୋନା ସଂକ୍ରମଣ ଯୋଗୁଁ ଆଇପିଏଲକୁ ଦୁବାଇ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ମହିଳା ଟି-20 ଲିଗ ଆରମ୍ଭ ହୋଇଥିଲେ ସୁଦ୍ଧା ଏଥିରେ କୌଣସି ଅଷ୍ଟ୍ରେଲିଆ ଖେଳାଳି ଭାଗ ନେଇ ନଥିଲେ। ତେବେ ସେହି ସମୟରେ ବିଗବ୍ୟାସ ଲିଗ ଯୋଗୁଁ ଖେଳାଳିମାନେ ମହିଳା ଟି-20 ଲିଗରେ ଯୋଗ ପାରିନଥିଲେ। କିନ୍ତୁ ଚଳିତ ବର୍ଷ କୋରୋନା ସଂକ୍ରମଣ ଯୋଗୁଁ ନ୍ୟୁଜିଲାଣ୍ଡ, ବ୍ରିଟେନ, ଅଷ୍ଟ୍ରେଲିଆ ଭାରତକୁ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। ଫଳରେ ଲିଗର 3ଟି ଦଳ ସୁପରନୋଭା, ଭେଲୋସିଟି ଓ ଟ୍ରେଲ ବ୍ଲେଜର୍ସ ଦଳ ଗଠନ ହେବା ପ୍ରାୟ ଅସମ୍ଭବ ଜଣାପଡ଼ୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.