ETV Bharat / sports

TATA IPL 2023 PBKS vs RR: ପଞ୍ଜାବର ବିଜୟ ଧାରା ଜାରି, 5 ରନରେ ହାରିଲା ରାଜସ୍ଥାନ

author img

By

Published : Apr 6, 2023, 12:22 AM IST

ଆଇପିଏଲ ୨୦୨୩ରେ ବୁଧବାର ଖେଳାଯାଇଥିବା ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସ 5 ରନରେ ବିଜୟ ହାସଲ କରିଛି । ୧୯୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ କଡ଼ା ସଙ୍ଘର୍ଷ ସତ୍ତ୍ବେ 192 ରନରେ ସୀମିତ ରହିଯାଇଥିଲା । ଅଧିକ ପଢ଼ନ୍ତୁ

TATA IPL 2023 PBKS vs RR
TATA IPL 2023 PBKS vs RR

ଜୟପୁର: ଜାରି ରହିଥିବା ଆଇପିଏଲ ୨୦୨୩ରେ ଆଜିର ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ 5 ରନରେ ପରାଜିତ କରିଛି ପଞ୍ଜାବ କିଙ୍ଗସ । ପ୍ରଥମେ ବ୍ୟାଟିଂ କରି 198 ରନର ବିଶାଳ ଟାର୍ଗେଟ ଦେଇଥିଲା ପଞ୍ଜାବ କିଙ୍ଗ୍ସ । ଏହି ବିଶାଳ ଟାର୍ଗେଟର ପିଛା କରି ମାତ୍ର 5 ରନରେ ବିଜୟରୁ ବଞ୍ଚିତ ହୋଇଛି ରାଜସ୍ଥାନ ।

ପ୍ରଥମେ ଟସ ଜିତି ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ରାଜସ୍ଥାନ । ଓପନର ଶିଖର ଧାୱନ ଓ ପ୍ରଭସିମ୍ରନ ସିଂହ ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ 90 ରନ ଯୋଡ଼ିଥିଲେ । ଆଜିର ମ୍ୟାଚରେ ଅଧିନାୟକ ଶିଖର ଧାୱନଙ୍କ ଦମଦାର ପାଳି ଦେଖିବାକୁ ମିଳିଛି । ସେ 56ଟି ବଲରେ 3ଟି ଛକା ଓ 9ଟି ଚୌକା ସମେତ 46 ରନ କରିଥିଲେ । ଅନ୍ୟ ପକ୍ଷରେ ପ୍ରଭସିମ୍ରନ 34ଟି ବଲରେ 60 ରନ କରି ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହା ଫଳରେ ପଞ୍ଜାବ ପାଳି ମଜଭୁତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିତେଶ ଶର୍ମା 16 ବଲରେ 27 ରନ କରିଥିଲେ । ମାତ୍ର 4 ୱିକେଟ ବିନିମୟରେ ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ଓଭରରେ 197 ରନ କରିଥିଲା ।

ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ଅତି ସାଧାରଣ ବୋଲିଂ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ କେଏମ ଆଶିଫ 4 ଓଭରରେ ସର୍ବାଧିକ 54 ରନ ଖର୍ଚ୍ଚ କରିଥିଲେ । କେବଳ 3 ଜଣ ବୋଲର ୱିକେଟ ଦଖଲ କରିବାରେ ସକ୍ଷମ ହୋଇଥିଲେ । ଜାଶନ ହୋଲ୍ଡର 2ଟି ୱିକେଟ ନେଇଥିବା ବେଳେ ଅଶ୍ବିନ ଓ ଚହଲ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ । ଚହଲ ମଧ୍ୟ ଦଳ ପାଇଁ ଆଜି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ସେ 4 ଓଭରରେ 50 ରନ ବ୍ୟୟ କରିଛନ୍ତି ।

198 ରନର ବିଶାଳ ଲକ୍ଷ୍ୟ ପିଛା କରିବାକୁ ଆସି ରାଜସ୍ଥାନ ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । 100 ରନ ଭିତରେ ଦଳ 4ଟି ୱିକେଟ ହରାଇଥିଲା । ଷ୍ଟାର ବ୍ୟାଟର ଜୋଶ ବଟଲର ଆଜି କୌଣସି କମାଲ କରିପାରିନଥିଲେ । ସଞ୍ଜୁ ସାମସନ 25 ବଲରୁ ଦୃତ 42 ରନ କରିଥିଲେ । ଏହାଛଡ଼ା ଅନ୍ୟମାନେ କୌଣସି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ଶେଷ ବେଳକୁ ହେଟମାୟର ଓ ଧ୍ରୁବ ଆକ୍ରାମକ ପାଳି ଖେଳିଥିଲେ ସୁଦ୍ଧା ଦଳର ବିଜୟ ପାଇଁ ଏହା ଯଥେଷ୍ଟ ନଥିଲା । ରାଜସ୍ଥାନ ଦଳ 7 ୱିକେଟ ବିନିମୟରେ 192 ରନ ହିଁ କରିପାରିଥିଲା ।

ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ ବୋଲରଙ୍କ ପକ୍ଷରୁ ପ୍ରଥମରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ନାଥନ ଏଲିସ 4ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ 2ଟି ୱିକେଟ ନେଇଛନ୍ତି । ଆଜି ରାଜସ୍ଥାନ ଦଳର 3 ଜଣ ବ୍ୟାଟର ରନ ଆଉଟ ହୋଇଛନ୍ତି । ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏବଂ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.