ETV Bharat / sports

WPL 2023: ଟାଟା ଗ୍ରୁପକୁ ମହିଳା ଆଇପିଏଲ ଟାଇଟଲ ଅଧିକାର

author img

By

Published : Feb 22, 2023, 9:29 AM IST

ମହିଳା ପ୍ରିମିୟର ଲିଗ ପାଇଁ ଟାଟା ଗ୍ରୁପକୁ ସ୍ପନ୍ସରସିପ ମିଳିଛି । ମାର୍ଚ୍ଚ 4ରୁ ଆରମ୍ଭ ହେବ ମହିଳା ଆଇପିଏଲ । ଅଧିକ ପଢନ୍ତୁ

ଟାଟା ମହିଳା ଆଇ
tata group bags title rights for WPL

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ ପାଇଁ ଦିନ ନିକଟତର ହେଉଛି । ମହିଳା ଆଇପିଏଲ ପାଇଁ ଟାଟା ଗ୍ରୁପକୁ ସ୍ପନ୍ସରସିପ ମିଳିଛି । ବର୍ତ୍ତମାନ ଏହାକୁ ଟାଟା ମହିଳା ଆଇପିଏଲ କୁହାଯିବ । ଭାରତର ସବୁଠୁ ବଡ ବ୍ୟବସାୟ ସଂସ୍ଥା ଟାଟା ମହିଳା ଆଇପିଏଲ ଟାଇଟଲ ଅଧିକାର ହାସଲ କରିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇ ସମ୍ପାଦକ ଜୟ ଶାହ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ବିସିସିଆଇ ଗତ 28 ଜାନୁଆରୀ 2023ରୁ 2027 ପାଞ୍ଚ ବର୍ଷ ଯାଏଁ ମହିଳା ପ୍ରିମିୟର ଲିଗ ଟାଇଟଲ ସ୍ପନ୍ସରସିପ ଅଧିକାର ନିଲାମୀ କରିଥିଲା ।

ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ବିଟ କରି ଲେଖିଛନ୍ତି, ''ମୁଁ ଘୋଷଣା କରି ଆନନ୍ଦିତ ଯେ କି ଟାଟା ଗ୍ରୁପରୁ ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ପାଇଁ ସ୍ପନ୍ସରସିପ ମିଳିଛି । ସେମାନଙ୍କ ସମର୍ଥନ ଓ ବିଶ୍ବାସ ବଳରେ ଆମେ ମହିଳା କ୍ରିକେଟକୁ ଏକ ପରବର୍ତ୍ତୀ ସ୍ତରକୁ ନେଇଯିବ ।''

ବିସିସିଆଇ ପ୍ରଥମ ମହିଳା ଆଇପିଏଲ ପାଇଁ 5ଟି ଦଳ ବିକ୍ରିରୁ 4669.99 କୋଟି ଟଙ୍କା ହାସଲ କରିଥିଲା । ଆଦାନୀ ଗ୍ରୁପ ଅହମ୍ମଦାବାଦ ଟିମକୁ 1289 କୋଟି ଟଙ୍କାରେ କିଣିଥିଲା । ଯାହା ସବୁଠୁ ମହଙ୍ଗା ଦଳ । ଏହାଛଡା ଆଇପିଏଲ ଟିମ ମାଲିକ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ 912.99 କୋଟି ଟଙ୍କା, 901 କୋଟି ଟଙ୍କା ଏବଂ 810 କୋଟି ଟଙ୍କା ନିଲାମୀ ଲଗାଇଥିଲେ । ପୁରୁଷ ଆଇପିଏଲର ଟାଇଟଲ ଅଧିକାର ମଧ୍ୟ ଟାଟା ଗ୍ରୁପ ପାଖରେ ରହିଛି ।

ଏହା ବି ପଢନ୍ତୁ...ମାର୍ଚ୍ଚ 4ରୁ ମହିଳା ପ୍ରିମିୟର ଲିଗ

ପ୍ରକାଶ ଥାଉକି, ମାର୍ଚ୍ଚ 4ରୁ ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଆରମ୍ଭ ହେବ । ମୋଟ 22ଟି ମ୍ୟାଚ ଖେଳାଯିବ । 20ଟି ଲିଗ ମ୍ୟାଚ ରହିଛି । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଓ ଗୁଜୁରାଟ ଜାଏଣ୍ଟ୍ସ ମୁହାଁମୁହିଁ ହେବେ ।

ମୋଟ 5ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ମୁମ୍ବାଇ, ଗୁଜୁରାଟ, ଆରସିବି, ୟୁପି ୱାରିୟର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଗ୍ରାଉଣ୍ଡରେ 11ଟି ଲେଖାଏଁ ମ୍ୟାଚ ଖେଳାଯିବ । ଡବଲ ରାଉଣ୍ଡ ରବିନ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ମାର୍ଚ୍ଚ 21 ତାରିଖରେ ଲିଗ ପର୍ଯ୍ୟାୟ ଶେଷ ହେବ । ମାର୍ଚ୍ଚ 24ରେ ଏଲିମିନେଟର ଓ ତ 26 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।

ଗତ ଫେବୃଆରୀ 13 ତାରିଖରେ ମହିଳା ଆଇପିଏଲ ପ୍ରିମିୟର ଲିଗର ନିଲାମୀ ଅନୁଷ୍ଠିତ ହୋଇଥିଲା । ମୋଟ 87 ଜଣ ଖେଳାଳି କ୍ରୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ 30 ଜଣ ବିଦେଶୀ ଖେଳାଳି ରହିଛନ୍ତି । ସ୍ମୃତି ମାନ୍ଧନା ସବୁଠୁ ଦାମୀ ଖେଳାଳି ହୋଇଥିଲେ । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ 3.4 କୋଟି ଟଙ୍କାରେ କ୍ରୟ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.