ETV Bharat / sports

IPL2021: ଟସ୍‌ ଜିତିଲେ ଓ୍ବିଲିୟମସନ, ପ୍ରଥମେ ବ୍ୟାଟିଂ କରିବ SRH - ରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ । ଅଧିକ ପଢନ୍ତୁ...

IPL 2021 : ଟସ୍‌ ଜିତି ସନ ରାଇଜର୍ସ ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତି

author img

By

Published : Sep 22, 2021, 7:12 PM IST

Updated : Sep 22, 2021, 7:47 PM IST

ଦୁୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଇପିଏଲ ୨୦୨୧ର ୩୩ତମ ମ୍ୟାଚ ଆଜି ଖେଳାଯିବ । ପିଚ୍‌ ବ୍ୟାଟିଂ ପାଇଁ ଉପଯୋଗୀ ହେବ ବୋଲି ଆଶା କରିଛନ୍ତି SRH ଅଧିନାୟକ କେନ ୱିଲିୟମସନ୍‌ ।

ପ୍ରଥମ ବ୍ୟାଟିଂ ନିଷ୍ପତି ଏକ ବଡ଼ ସ୍କୋର୍‌ କରି ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଉପରେ ଚାପ ପକାଇବାକୁ ଚେଷ୍ଟା କରିବ SRH । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲା ବୋଲି ଟସ୍‌ ହାରିବା ପରେ କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ।

ଯେକୌଣସି ବଡ଼ ବିଜୟ ଲକ୍ଷ୍ୟ ହାସଲ କରିବାକୁ ଦଳ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପନ୍ତ । ବର୍ତ୍ତମାନ କେବଳ ମ୍ୟାଚ ରଣନୀତି ଉପରେ ଫକସ କରିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଦିଲ୍ଲୀ କ୍ୟାପଟାଲ୍ସ ଅଧିନାୟକ ।

ଦିଲ୍ଲୀ କ୍ୟାପିଟାଲ୍ସ ଚୂଡ଼ାନ୍ତ ଏକାଦଶ

ପୃଥ୍ବୀ ଶ', ଶିଖର ଧାୱନ, ଶ୍ରେୟସ ଆୟର, ଋଷଭ ପନ୍ତ, ମାର୍କସ ଷ୍ଟୋନିସ, ସିମରୋନ ହେଟମେର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରାବାଡା, ଏନରକ୍‌ ନୋର୍କିଆ, ଆଭେସ ଖାନ୍‌

ସନରାଇଜର୍ସ ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶ

ଡେଭିଡ ୱାର୍ଣ୍ଣର, ଋଦ୍ଧିମାନ ଶାହା, କେନ୍‌ ୱିଲିୟମସନ୍‌, ମନୀଷ ପାଣ୍ଡେ, ଜେଶନ ହୋଲ୍ଡର, ଅବଦୁଲ ସମାଦ, କେଦାର ଯାଦବ, ରାଶିଦ ଖାନ୍‌, ଭୁବନେଶ୍ବର କୁମାର, ସନ୍ଦୀପ ଶର୍ମା, ଖଲିଲ୍‌ ଅହମ୍ମଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 22, 2021, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.