ETV Bharat / sports

IPL ଡବଲ ହେଡର: ପ୍ରଥମ ମ୍ୟାଚରେ ହାଇଦ୍ରାବାଦ-ରାଜସ୍ଥାନ ଟକ୍କର - ipl todays match

ଆଇପିଏଲ 14ତମ ସଂସ୍କରଣରେ ଖେଳାଯିବ ଡବଲ ହେଡର ମ୍ୟାଚ । ଡବଲ ହେଡରର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ । ଅଧିକ ପଢ଼ନ୍ତୁ...

ଆଇପିଏଲ 14: ଡବଲ ହେଡରର ପ୍ରଥମ ମ୍ୟାଚରେ ହାଇଦ୍ରାବାଦ-ରାଜସ୍ଥାନ ଟକ୍କର

author img

By

Published : May 2, 2021, 1:43 PM IST

ଅହମ୍ମଦାବାଦ: ଆଇପିଏଲ 14ତମ ସଂସ୍କରଣରେ ଖେଳାଯିବ ଡବଲ ହେଡର ମ୍ୟାଚ । ଡବଲ ହେଡରର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ । ଟୁର୍ଣ୍ଣାମେଣ୍ଟର ଏହି 28ତମ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଚାହିଁବେ ଉଭୟ ଦଳ । ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ତାଲିକାରେ ଯଥାକ୍ରମେ ସପ୍ତମ ଓ ଅଷ୍ଠମ ସ୍ଥାନରେ ରହିଛନ୍ତି ।

ନୂତନ ଅଧିନାୟକ କେନ ୱିଲିୟମସନଙ୍କ ନେତୃତ୍ବରେ ପଡ଼ିଆରେ ଓହ୍ଲାଇବ ସନରାଇଜର୍ସ ଦଳ । ପୂର୍ବରୁ ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବରେ ଦଳ 6ଟି ମ୍ୟାଚ ଖେଳିଥିବା ବେଳେ 5ଟି ମ୍ୟାଚରେ ପରାଜିତ ହୋଇଛି ଦଳ । ବର୍ତ୍ତମାନ ସୁଦ୍ଧା ଦଳ ପାଇଁ ମୁଖ୍ୟ ସମସ୍ୟା ହେଉଛି ମଧ୍ୟକ୍ରମ ବ୍ୟାଟିଂ ଅର୍ଡର । ମଧ୍ୟକ୍ରମ ବ୍ୟାଟସମ୍ୟାନ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରି ପାରିନାହାନ୍ତି । ଦଳରେ କେନ ୱିଲିୟମସନ ସାମିଲ ହେବାପରେ ଦଳର ବ୍ୟାଟିଂ କ୍ରମରେ କିଛି ସୁଧାର ଆସିଛି । କେନ ୱିଲିୟମସନଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ହାଇଦ୍ରାବାଦ ସୁପର ଓଭରରେ ପହଞ୍ଚି ପାରିଥିଲା । ବୋଲରମାନେ ୱିକେଟ ନେବାରେ ଅସଫଳ ରହିଛନ୍ତି । ଭୁବନେଶ୍ବର କୁମାର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ ଭଳି ରାଜସ୍ଥାନ ରୟାଲ୍ସ ମଧ୍ୟ ଚଳିତ ଆପିଏଲ ସିଜିନରେ ସଂଘର୍ଷ ଜାରି ରଖିଛି । ରାଜସ୍ଥାନ 6ଟି ମ୍ୟାଚ ଖେଳି କେବଳ 2ଟି ମ୍ୟାଚରେ ବିଜୟ ହାସଲ କରିଛି । ଫଳରେ ତାଲିକାରେ ସପ୍ତମ ସ୍ଥାନରେ ରହିବାକୁ ସକ୍ଷମ ହୋଇଛି ଦଳ। ଦଳ ଆହତ ସମସ୍ୟା ଦେଇ ଗତି କରୁଛି । ମାତ୍ର 4ଜଣ ବିଦେଶୀ ଖେଳାଳିଙ୍କୁ ନେଇ ଆଇପିଏଲ ଯାତ୍ରା ଜାରି ରଖିଛି ଦଳ। ଏଭଳି ସ୍ଥିତିରେ ହାଇଦ୍ରାବାଦ ବିପକ୍ଷରେ ଚୂଡ଼ାନ୍ତ ଏକାଦଶ ବାଛିବା ଦଳ ପାଇଁ କାଠିକର ପାଠ ହେବ।

ସନରାଇଜର୍ସ ହାଇଦ୍ରାବାଦ

ଡେଭିଡ ୱାର୍ଣ୍ଣର, କେନ ୱିଲିୟମସନ(ଅଧିନାୟକ), ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ୍ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜେସନ ରଏ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବୀ, କେଦାର ଯାଦବ, ଜେ ସୁଚିତ, ଜେସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମାଦ, ଭୁବନେଶ୍ବର କୁମାର, ରାସିଦ ଖାନ, ଟି ନଟରାଜନ୍, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବେସିଲ ଥାମ୍ପି, ଶାହାବାଜ ନଦୀମ ଏବଂ ମୁଜିବ ଉର-ରେହମାନ ।

ରାଜସ୍ଥାନ ରୟାଲ୍ସ ଦଳ

ସଞ୍ଜୁ ସାମସନ(ଅଧିନାୟକ), ବେନ ଷ୍ଟୋକ୍ସ, ଜୋଶ ବଟଲର, ରିଆନ ପରାଗ, ଶ୍ରେୟସ ଗୋପାଳ, ରାହୁଲ ତେୱତିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନଦକଟ, ମୟଙ୍କ ମାର୍କଣ୍ଡେ, ଯଶସ୍ବୀ ଜୈସୱାଲ, ଅନୁଜ ରାୱତ, ଡେଭିଡ ମିଲର, ମନନ୍ ଭୋହରା , ରବିନ ଉଥ୍ଥାପା, ଶିଭମ୍ ଦୁବେ, କ୍ରିଶ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସକାରିଆ, କେସି କାରିଆପ୍ପା, କୁଲଦୀପ ଯାଦବ ଓ ଆକାଶ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.