ETV Bharat / sports

କୋଭିଡ ରିଲିଫ ପାଣ୍ଠିକୁ 30 କୋଟି ଦେଲା ସନରାଇଜର୍ସ ହାଇଦ୍ରାବାଦ

କୋଭିଡ-19 ରିଲିଫ ପାଣ୍ଠିକୁ 30 କୋଟି ଟଙ୍କା ଦାନ ଦେଲା ଆଇପିଏଲ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ । ମହାମାରୀ କୋରୋନା ଲଢ଼େଇ ପାଇଁ ଏହି ଟଙ୍କା ଦାନ କରିଛି ସନରାଇଜର୍ସ ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ...

author img

By

Published : May 10, 2021, 4:07 PM IST

କୋଭିଡ ରିଲିଫ ପାଣ୍ଠିକୁ ସନରାଇଜର୍ସ ହାଇଦ୍ରାବାଦର 30 କୋଟି ଟଙ୍କା ଦାନ

ନୂଆଦିଲ୍ଲୀ: କୋଭିଡ-19 ରିଲିଫ ପାଣ୍ଠିକୁ 30 କୋଟି ଟଙ୍କା ଦାନ ଦେଲା ଆଇପିଏଲ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ । ମହାମାରୀ କୋରୋନା ଲଢ଼େଇ ପାଇଁ ଏହି ଟଙ୍କା ଦାନ କରିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ଫ୍ରାଞ୍ଚାଇଜି ସହଯୋଗୀ ସଂଗଠନ ସହ ମିଳିତ ଭାବରେ ଏହି ଅର୍ଥ ଦାନ ଦିଆଯାଇଛି । ଭାରତରେ କୋରୋନାର ଦ୍ବିତୟୀ ଲହର ଚିନ୍ତା ଜନକ ରହିଛି । ଦୈନିକ 4 ହଜାର ଲୋକେ କୋରୋନା ଭୂତାଣୁରେ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।

ଏହାକୁ ନେଇ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, 'କୋଭିଡ ରିଲିଫ ଫଣ୍ଡକୁ 30 କୋଟି ଟଙ୍କା ଦାନ କରାଯାଇଛି । କୋରୋନା ଆକ୍ରାନ୍ତ ଚିକିତ୍ସାରେ ଏହି ଟଙ୍କା ବିନିଯୋଗ କରାଯିବ । କୋଭିଡ ରିଲିଫ ଫଣ୍ଡ ସହ ଯୋଡ଼ି ହୋଇଥିବା ରାଜ୍ୟ ସରକାର, କେନ୍ଦ୍ର ସରକାର ଓ କିଛି ଏନଜିଓ ମିଳିତ ଉଦ୍ୟମରେ କୋଭିଡ ରିଲିଫ ଫଣ୍ଡ କରାଯାଇଛି । ଏନଜିଓମାନେ ଏହି ରିଲିଫ ଫଣ୍ଡ ସହାୟତାରେ ଅକ୍ସିଜେନ ସିଲିଣ୍ଡର ପହଞ୍ଚାଉଛନ୍ତି ।'

2016ର ଆଇପିଏଲ ଚମ୍ପିଆନ ସନରାଇଜର୍ସ ହାଇଦ୍ରାବାଦ । କୋରୋନା ଭାଇରସ ସଂକ୍ରମଣକୁ ନେଇ ଲୋକଙ୍କ ସଚେତନ କରିବା ବୋଲି କହିଛି ଏହି ଫ୍ରାଞ୍ଚାଇଜି । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ଭଳି ଦଳ ମଧ୍ୟ କୋରୋନା ଲଢ଼େଇ ପାଇଁ ରିଲିଫ ପାଣ୍ଠିକୁ ଦାନ କରିଥିଲେ ।

ଏକାଧିକ ଫ୍ରାଞ୍ଚାଇଜିର ଖେଳାଳିମାନେ କୋରୋନା ସଂକ୍ରମିତ ହେବାପରେ ଆଇପିଏଲ 2021କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଛି । ସନରରାଇଜର୍ସ ହାଇଦ୍ରାବାଦର ରିଦ୍ଧିମାନ ଶାହା ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ତେବେ ଆଇପିଏଲ ସ୍ଥଗିତ ହେବାପରେ ସମସ୍ତ ବିଦେଶୀ ଖେଳାଳିଙ୍କୁ ସ୍ବଦେଶ ଫେରାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.