ETV Bharat / sports

Gavaskar on Kohli: କୋହଲିଙ୍କ ବ୍ୟାଟରୁ ବଡ଼ ସ୍କୋର ଚାହାଁନ୍ତି ସବୁ IPL ଦଳର ଫ୍ୟାନ୍ସ - ଆଇପିଏଲ ୨୦୨୩

ଆଇପିଏଲ ୨୦୨୩ରେ ରନ ମେସିନ କୋହଲିଙ୍କର ଦମଦାର ଫର୍ମ ଜାରି ରହିଛି । ତେବେ କୋହଲିଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବକୁ ସବୁ ଦଳର ପ୍ରଶଂସକ ଚାହାନ୍ତି ବୋଲି ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର । ଅଧିକ ପଢ଼ନ୍ତୁ

Sunil Gavaskar on Virat Kohli
Sunil Gavaskar on Virat Kohli
author img

By

Published : Apr 15, 2023, 6:55 PM IST

ହାଇଦ୍ରାବାଦ: ଆଇପିଏଲ ୨୦୨୩ରେ ପ୍ରତିଦିନ ଦେଖିବାକୁ ମିଳୁଛି ରୋମାଞ୍ଚକର ମୁକାବିଲା । ତେବେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଥିବା ବେଳେ ଏଥିରେ କ୍ରମାଗତ ଭାବେ ଚଳିତ ସଂସ୍କରଣର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି ବିରାଟ କୋହଲି । ପ୍ରତି ମ୍ୟାଚ୍‌ରେ ନିଜ ଦଳ ପାଇଁ ଦୃତ ଗତିରେ ରନ ସଂଗ୍ରହ କରୁଥିବାରୁ କୋହଲି 'ରନ ମେସିନ' ନାମରେ ମଧ୍ୟ ବେଶ ପରିଚିତ । ତେବେ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ଆଇପିଏଲ ଖେଳୁଥିବା ସମସ୍ତ ଦଳର ପ୍ରଶଂସକ ବିରାଟ କୋହଲି ଭଲ ଖେଳନ୍ତୁ ବୋଲି ଚାହୁଁଥିବା କହିଛନ୍ତି ଗାଭାସ୍କର । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଆଇପିଏଲରେ ଏକମାତ୍ର ଖେଳାଳି ଭାବେ ପ୍ରାରମ୍ଭିକ ସଂସ୍କରଣ ୨୦୦୮ରୁ ଗୋଟିଏ ଦଳ ପାଇଁ ଖେଳୁଛନ୍ତି ବିରାଟ କୋହଲି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲିଙ୍କୁ ପ୍ରଥମ ସଂସ୍କରଣରୁ ହିଁ ନିଜ ଦଳରେ ସାମିଲ କରିଥିଲା । ସେବେଠାରୁ ସମସ୍ତ ୧୬ ସଂସ୍କରଣରେ ଆରସିବି ପାଇଁ ପ୍ରତିନିଧିତ୍ବ କରୁଛନ୍ତି କିଙ୍ଗ କୋହଲି । ତେବେ ଆଜିର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ବିଜୟ ପାଇଁ ମୈଦାନକୁ ଓହ୍ଲାଇଥିବା ବେଳେ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଖେଳୁଛି ବାଙ୍ଗାଲୋର । ଏହାରି ମଧ୍ୟରେ ବିରାଟ କୋହଲି ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରି ନିଜର ଦମଦାର ଫର୍ମର ଝଲକ ଦେଖାଇଛନ୍ତି । ତେବେ ଆରସିବିର ଷ୍ଟାର ବ୍ୟାଟର ବିରାଟ କୋହଲି ପ୍ରତି ମ୍ୟାଚ୍‌ରେ ଭଲ ରନ କରନ୍ତୁ ବୋଲି କେବଳ ଆରସିବି ପ୍ରଶଂସକ ନୁହନ୍ତି, ବରଂ ସମସ୍ତ ଦଳର ପ୍ରଶଂସକ ଚାହାନ୍ତି ବୋଲି କହିଛନ୍ତି ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ।

ଏହା ମଧ୍ୟ ପଢ଼ନ୍ତୁ...India Way to ODI World Cup: ବିଶ୍ବକପ ପୂର୍ବରୁ ୩ ଦିନିକିଆ ସିରିଜ, WTC ଓ ଏସିଆ କପ ହାତେଇବାକୁ ମିଳିବ ମୌକା

ଷ୍ଟାର ସ୍ପୋର୍ଟ୍ସରେ କ୍ରିକେଟ ଲାଇଭ ଶୋ'ରେ ଗାଭାସ୍କର କହିଛନ୍ତି, "ଚଳିତ ସଂସ୍କରଣରେ କୋହଲି ଯେଉଁ ଫର୍ମରେ ବ୍ୟାଟିଂ ଜାରି ରଖିଛନ୍ତି, ଏହା ଆରସିବି ପାଇଁ ଏକ ଶୁଭ ସଙ୍କେତ । କୋହଲିଙ୍କର ସକାରାତ୍ମକ ବ୍ୟାଟିଂ ଆରସିବି ଫ୍ରାଞ୍ଚାଇଜି ପାଇଁ ମଧ୍ୟ ସକାରାତ୍ମକ । କୋହଲିଙ୍କର ଭଲ ଫର୍ମ ଜାରି ରହିବା ଦ୍ବାରା ଆଇପିଏଲ ୨୦୨୩ ପ୍ଲେ ଅଫରେ ଆରସିବି ସ୍ଥାନ ପାଇବା ସମ୍ଭାବନା ଅଧିକ ରହିବ । ସେ ଅଧିନାୟକ ପଦରେ ନଥିଲେ ମଧ୍ୟ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରସିବିର ଭାର ବିରାଟ କୋହଲିଙ୍କ କାନ୍ଧରେ ରହିଛି । ଯଦି ସେ ସବୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରୁଛନ୍ତି, ତେବେ ଦଳକୁ ଜିତିବା ପାଇଁ ସହଜ ହେବ । ବିରାଟ କୋହଲି ଜଣେ ବଡ଼ ସୁପରଷ୍ଟାର । କେବଳ ଆରସିବି ନୁହେଁ, ବରଂ ଅନ୍ୟ ସମସ୍ତ ଦଳର ପ୍ରଶଂସକ ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବକୁ ଚାହିଁଥାନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.