ମୁମ୍ବାଇ: ପ୍ରେରଣାଦାୟୀ ଶବ୍ଦ ସହିତ କ୍ରିକେଟର ଗଭୀର ଜ୍ଞାନ ଓ ସକରାତ୍ମକ ସମୀକ୍ଷା ପାଇଁ ପରିଚିତ କିମ୍ବଦନ୍ତୀ ସୁନୀଲ ଗାଭାସ୍କର । ତେବେ ଏକ ଆଇପିଏଲ ମ୍ୟାଚ୍ ସମୟରେ ଜଣେ ଇଂଲିଶ କମେଣ୍ଟେଟରଙ୍କୁ କୋହିନୂର ହୀରା ଭାରତକୁ ଫେରାଇଆଣିବାରେ ସହାୟତା କର ବୋଲି କହି ଚର୍ଚ୍ଚାରେ ଲିଟିଲ ମାଷ୍ଟର ଗାଭାସ୍କର ।
-
#SunnyGavaskar demands the Kohinoor 😂 pic.twitter.com/TyE95ZqNFT
— Mohit Dinodia (@MohitDinodia) April 10, 2022 " class="align-text-top noRightClick twitterSection" data="
">#SunnyGavaskar demands the Kohinoor 😂 pic.twitter.com/TyE95ZqNFT
— Mohit Dinodia (@MohitDinodia) April 10, 2022#SunnyGavaskar demands the Kohinoor 😂 pic.twitter.com/TyE95ZqNFT
— Mohit Dinodia (@MohitDinodia) April 10, 2022
ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ବିଂଶତମ ମ୍ୟାଚ୍ର ବ୍ରେକ୍ ସମୟରେ ଗାଭାସ୍କର ଓ ଇଂଲିଶ କମେଣ୍ଟେଟର ଆଲାନ ୱିଲକିନ୍ସ କମେଣ୍ଟ୍ରୀ କରୁଥିଲେ । ଏହି ସମୟରେ ସ୍କ୍ରିନରେ ମୁମ୍ବାଇର ଆକର୍ଷଣୀୟ ମେରିନ ଡ୍ରାଇଭ୍ ଦେଖାଯାଇଥିଲା । ସୁନ୍ଦର ମେରିନ ଡ୍ରାଇଭର ସୁନ୍ଦରତା ବୟାନ କରିବାକୁ ଗାଭାସ୍କରଙ୍କୁ ଅନୁରୋଧ କରିଥିଲେ ୱିଲକିନ୍ସ । ଏହାପରେ ପୂର୍ବତନ ଭାରତୀୟ କ୍ୟାପଟେନ ଗାଭାସ୍କର ଏ ମଜାଦାର ଉତ୍ତର ରଖିଥିଲେ । ମେରିନ ଡ୍ରାଇଭକୁ ରାଣୀଙ୍କ ହାର(Queen's necklace) ସହିତ ତୁଳନା କରି ଗାଭାସ୍କର, ୱିଲକିନ୍ସଙ୍କୁ କହିଥିଲେ,"ଆମେ ଏବେବି କୋହିନୂର ହୀରା(Kohinoor diomond) ଅପେକ୍ଷାରେ ଅଛୁ ।" ପରେ ଉଭୟ କମେଣ୍ଟେଟର ହସିବାକୁ ଲାଗିଥିଲେ । ମାତ୍ର ଗାଭାସ୍କର ସେତିକିରେ ଅଟକିନଥିଲେ ବରଂ ବ୍ରିଟିଶ ସରକାରଙ୍କ ପାଖରେ ଯଦି ବିଶେଷ ପ୍ରଭାବ ରହିଛି, ତେବେ କୋହିନୂର ଭାରତକୁ ଫେରାଇଦିଅନ୍ତୁ ବୋଲି ଅନୁରୋଧ କରିବାକୁ ୱିଲକିନ୍ସଙ୍କୁ କହିଥିଲେ ।
ଅମୂଲ୍ୟ ହୀରାକୁ ନେଇ ଗାଭାସ୍କର କହିବା ପରେ ଭାରତୀୟ କ୍ରିକେଟ ଫ୍ୟାନ୍ସ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା କରିବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ବ୍ରିଟିଶ ଭାରତରୁ କୋହିନୂର ନେଇଯାଇଥିବାବେଳେ ଇଂଲିଶ କମେଣ୍ଟେଟରଙ୍କୁ ଗାଭାସ୍କର, ମେରିନ ଡ୍ରାଇଭକୁ ରାଣୀଙ୍କ ହାର ସୁନା(queen's Neklace is Gold) କହିବା ସହ କୋହିନୂର ହୀରା ଫେରାଇଦେବାକୁ ଅନୁରୋଧ କରିଛନ୍ତି । ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ଟିଭି ସାମ୍ନାରେ ବସିଥିବା କୋଟିକୋଟି ଲୋକଙ୍କ ସାମ୍ନାରେ କମେଣ୍ଟ୍ରୀ କରୁଥିଲେ ମଧ୍ୟ ଗାଭାସ୍କର କୋହିନୂର ହୀରା ଭାରତକୁ ଫେରାଇଦିଅ ବୋଲି କହିଛନ୍ତି ।
IANS